Home Breaking News / ତାଜା ଖବର ମିଷ୍ଟର ତେଲେଙ୍ଗାନା ରେସ୍ ରେ କମାଲ ଦେଖେଇଲେ ବୋରିଗୁମ୍ମାର ଯୁବକ

ମିଷ୍ଟର ତେଲେଙ୍ଗାନା ରେସ୍ ରେ କମାଲ ଦେଖେଇଲେ ବୋରିଗୁମ୍ମାର ଯୁବକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋରିଗୁମ୍ମା(ବିଶ୍ୱଜିତ ପାଣିଗ୍ରାହୀ): କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ବିଜାପୁର ପଂଚାୟତ ର ଦେଶୀ ଟୋକା ଙ୍କ କମାଲ ଦେଖିବାକୁ ମିଳିଛି ସୁଦୂର ତେଲେଙ୍ଗାନା ରାଜ୍ୟ ରେ lଏପ୍ରିଲ ମାସ ତିନି ତାରିଖ କେ.ଏଲ.ଏନ ପ୍ରସାଦ ଅଡ଼ିଟୋରିୟମ,ହାଇଦ୍ରାବାଦ ରେ ଓର୍ଲଡ ଫିଟନେସ ଫେଡେରେସନ ତରଫରୁ ଆୟୋଜିତ ହୋଇଥିଲା ରାଜ୍ୟସ୍ତରୀୟ ମିଷ୍ଟର ତେଲେଙ୍ଗାନା ପ୍ରତିଯୋଗିତା l 2019-20 ରସଲ ମାନିଆ ଚମ୍ପିୟାନ ମହମ୍ମଦ ଅକ୍ରମ ଙ୍କ ଉପସ୍ଥିତି ଅଧିକ ଉତ୍ସାହିତ କରିଥିଲା ପ୍ରତିଯୋଗୀ ମାନଙ୍କୁ l ଆଥଲେଟିକ ଏବଂ ବଡିବିଲଡର ମାନଙ୍କ ପ୍ରତିଭା ଲୋକଲୋଚନ କୁ ଆଣିବା ସହ ସେମାନଙ୍କୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତର ରେ ସୁଯୋଗ ଦେବା ହିଁ ମୁଖ୍ୟ ଲକ୍ଷ ବୋଲି ପ୍ରତିକ୍ରିୟା ରଖିଥିଲେ ରାଜ୍ୟ ୱାଲର୍ଡ ଫିଟନେସ ଫେଡେରେସନ ର ସଭାପତି କିରଣ କୁମାର l ପ୍ରାୟ 258 ପ୍ରତିଯୋଗୀ ଭାଗ ନେଇଥିଲେ ଏହି ପ୍ରତିଯୋଗିତା ରେ,ଉଭୟ ପୁରୁଷ,ମହିଳା ଏବଂ ବିକଲାଙ୍ଗ ପ୍ରତିଯୋଗୀ ମଧ୍ୟ ସାମିଲ ଥିଲେ l ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ସିନିୟର (172 cm) ଉଚ୍ଚତା ରେ ରନର୍ସ ଅଫ ହୋଇଥିଲେ ବିଜାପୁର ଗ୍ରାମର ରଜତ କୁମାର ପଣ୍ଡା l ବାଲ୍ୟକାଳରୁ ଖେଳକୁଦ ବ୍ୟୟାମ ରେ ରୁଚି ରଖୁଥିବା ରଜତଙ୍କ ସଫଳତା ରେ ଖୁସି ପ୍ରକାଶ କରିଛନ୍ତି ବାପା ବିଜୟ କୁମାର ପଣ୍ଡା ଏବଂ ମା କୁନି ପଣ୍ଡା l ବେଙ୍ଗଲୋର ର ଏକ ଘରୋଇ କମ୍ପାନୀ ରେ କାର୍ଯ୍ୟ କରନ୍ତି ରଜତ l ମୁଖ୍ୟ ଅତିଥି ସୟିଦ ଅଫଜ଼ାଲ ହାସମୀ ଙ୍କ ଠାରୁ ମେଡାଲ,ଟ୍ରଫି,ଜିମ କୀଟ ଏବଂ ମାନପତ୍ର ଗ୍ରହଣ କରିଥିଲେ ରଜତ l ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା ମିଷ୍ଟର ସାଉଥ ଇଣ୍ଡିଆ ପ୍ରତିଯୋଗିତା ରେ ମଧ୍ୟ ଭାଗନେବେ l ରାଜ୍ୟସ୍ତରୀୟ ମିଷ୍ଟର ତେଲେଙ୍ଗାନା ପ୍ରତିଯୋଗିତା ରେ ଦ୍ବିତୀୟ ସ୍ଥାନ ଅଧିକାର କରି ଖୁସି ଜାହିର କରିଛନ୍ତି, ଟ୍ରେନର ଅରୁଣ କୁମାର ଏବଂ କିରଣ କୁମାର ଙ୍କୁ ସଫଳତା ର ଶ୍ରେୟ ଦେଇଛନ୍ତି ରଜତ l ଯୁବପିଢ଼ି ଙ୍କ ପାଈଁ ସେ ଏବେ ପାଲଟିଛନ୍ତି ପ୍ରେରଣା ର ଉତ୍ସ l ପରିବାରବର୍ଗ,ଗ୍ରାମବାସୀ,ସାଙ୍ଗ ସାଥି ଙ୍କ ଠାରୁ ଶୁଭେଚ୍ଛା ର ସୁଅ ଛୁଟିଛି ରଜତ ଙ୍କ ପାଖରେ l

related posts

Leave a Comment