Home Breaking News / ତାଜା ଖବର ଅଯଥାରେ ଗହଳି କରନ୍ତୁ ନାହିଁ-ସିପି

ଅଯଥାରେ ଗହଳି କରନ୍ତୁ ନାହିଁ-ସିପି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  


() ହାଟରେ ଗହଳି କରନ୍ତୁ ନାହିଁ । ଗ୍ରୋସୋରି ଓ ପନିପରିବା ଦୋକାନରେ ଅଯଥା ଭିଡ଼ ଜମାନ୍ତୁ ନାହିଁ । ନହେଲେ ପାହାର ବାଜିବ । ଲକଡାଉନରେ ସକାଳ ୬ ଟାରୁ ୧୨ ପର୍ଯ୍ୟନ୍ତ ଖୋଲରହିବ ଦୋକାନ ।
ଦିନକପରେ 14 ଦିନିଆ ପାଇଁ ତାଲା ବନ୍ଦ ଘୋଷଣା ପରେ ରାଜଧାନୀରେ ଦେଖିବାକୁ ମିଳିଛି କିଛିଟା ଭିନ୍ନ ଦୃଶ୍ୟ । ହାଥରେ କେବଳ ଦୁଇ ଦିନ ଥିବାରୁ ମାର୍କେଟରେ ମଦ ସହ ଗ୍ରୋସୋରି ଓ ପନି ପରିବା କିଣିବାକୁ ଆରମ୍ଭ ହୋଇଯାଇଛି ଲମ୍ବା ଲାଇନରେ ପ୍ରତିଯୋଗିତା । ପେଟି ପେଟି ବୋହି ନେଉଛନ୍ତି ମଦ ତା ସାଙ୍ଗକୁ ପନି ପରିବା । ଯେପରି ଅତ୍ୟାବଶ୍ୟକୀୟ ସାମଗ୍ରୀ ସେଭଳି ଯିଏ ଯାହା ପାରିଲା ଟେକି ନେଇ ଚାଲିଲା । ସେପଟେ ଲକ ଡାଉନରେ କଲା ବଜାରୀ ରୋକିବାକୁ ଅବକାରୀ ବିଭାଗ ନଜରରେ ରଖିଥିବାବେଳେ କୋଭିଡ କଟକଣା ଉଲଘଂନକାରୀଙ୍କୁ ଚେତାଇ ଦେଇଛି କମିଶରେଟ ପୋଲିସ । ଯିଏ ଅମାନିଆ ହେବ ତାଙ୍କୁ ପାହାର ବାଜିବ । କୋଭିଡ ସଂକ୍ରମଣ ପାଇଁ ୧୪ ଦିନ ପାଇଁ ପଡିଯିବ ତାଲା । କେବଳ ହାଥରେ ଦୁଇ ଦିନ ଅଛି । ଏଭଳି ଚିନ୍ତା କରି ନିଶା ସେବନକାରୀମାନଙ୍କ ଠାରୁ ଆରମ୍ଭ କରି ଅନ୍ୟ ଲୋକେ ସବୁଠି ମାର୍କେଟରେ ଗହଳି ଆରମ୍ଭ କରିଦେଇଥିଲେ । ଆରମ୍ଭ ହୋଇଛି ମଦ କିଣା ପ୍ରତିଯୋଗିତା । ଭୁବନେଶ୍ୱରର ଅନେକ ମଦ କାଉଣ୍ଟରରୁ ଯିଏ ଯାହା ପାରିଲା ପେଟି ପେଟି ବୋହି ନେଲା ମଦ । ୧୪ ଦିନ ପାଇଁ ମହଜୁଦ ରଖିବାକୁ ସକାଳୁ ସକାଳୁ ଲମ୍ବା ଲାଇନ ଲାଗିଯାଇଥିଲା । ଅସମ୍ଭାଳ ଭିଡ଼ ହେବାର ଦୃଷ୍ଟିରେ ରଖି ଆଗୁଆ ମଦ ଦୋକାନୀ ଓ ମାର୍କେଟରେ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ସେହିପରି ହାଟ ବଜାର ଗୁଡିକରେ ଅତି ଭିଡ଼ ଜମାନ୍ତୁ ନାହିଁ । ଅଯଥା ଭିଡ଼ ଜମାନ୍ତୁ ନାହିଁ ବୋଲି ଏସ ଆର ସି କମିଶନର ପ୍ରଦୀପ ଜେନା ।
Byte ପ୍ରଦୀପ ଜେନା , ଏସ ଆର ସି
(Vo 2 ) ସେଭଳି ଭୁବନେଶ୍ୱରରେ ବହୁ ଦୋକାନର ଲାଇସେନ୍ସ ବାତିଲ ହୋଇପଡିଥିବାରୁ ଦୋକାନୀମାନେ କ୍ଷତି ସହିବେ । ଯେଉଁ ଦୋକାନରେ ଷ୍ଟକ ରହିଛି ସେଠି ଲମ୍ବା ଲାଇନ ଲାଗିଯାଇଛି। ଭିଡକୁ ନିୟନ୍ତ୍ରଣ କରିବାକୁ ପୋଲିସ ମୁତୟନ ହୋଇରହିଛି। ଏପଟେ ଲକଡାଉନରେ ମଦ କଳାବଜାରୀ ରୋକିବାକୁ ଅବକାରୀ ଟିମ କଡା ନଜର ରଖିଛି । ସେପଟେ ସପ୍ତାହନ୍ତ ସଟଡାଉନ ଖୋଲିବା ପରେ ମାର୍କେଟରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । 14 ଦିନିଆ ଲକ ଡାଉନ ହେବାକୁ ଥିବାରୁ ଟୁଇନ ସିଟିରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହେବ । ଛକ ଛକରେ ପୋଲିସ ଛାଉଣୀ ହୋଇ ରହିବେ । ଲକ ଡାଉନ ସମୟରେ ସକାଳ 6 ଟାରୁ ଦିନ ୧୨ ଟା ସମୟରେ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଖୋଲାହେବ । ଯାହାଫଳରେ ଏହି ଦୁଇ ଦିନ ଧରି କେଉଁଠି ଭିଡ଼ ନକରନ୍ତୁ ବୋଲି ପୋଲିସ କମିଶନର ସତର୍କ କରିଛନ୍ତି । ଯେଉଁମାନେ କୋଭିଡ ନିୟମ ଉଲଂଘନ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । କୋଭିଡ କଟକଣା ସମସ୍ତେ ମାନନ୍ତୁ ଏବଂ କୋରଣାକୁ ଏଡ଼ାନ୍ତୁ ବୋଲି ସେ କହିଛନ୍ତି ।

related posts

Leave a Comment