Home Breaking News / ତାଜା ଖବର ଦୁଷ୍କର୍ମ ପିଡିତା ନାବାଳିକାର ମୃତ୍ୟୁ

ଦୁଷ୍କର୍ମ ପିଡିତା ନାବାଳିକାର ମୃତ୍ୟୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବାରିପଦା(ମାନିକ୍ ଲାଲ୍ ପାଣି): ଚାରି ଦିନ ଜିବନ ସହ ସଂଘର୍ଷ ପରେ ଆଜି ଜିବନ ହାରିଲା ଦୁଷ୍କର୍ମ ପିଡିତା ନାବାଳିକା । ମୟୁରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅଞ୍ଚଳରେ ଜଣେ ନାବାଳିକା ଙ୍କୁ ଗତ ୩୦ ତାରିଖ ଦିନ ମୁର୍ମୁଷ ଅବସ୍ଥା ରେ ଏକ ଶୁଖିଲା ପଡ଼ିଥିବା ପାଣି ଟାଙ୍କି ଉପରୁ ଗ୍ରାମ ବାସି ଉଦ୍ଧାର କରିଥିଲେ ।୨୫ ତାରିଖ ରୁ ନିଖୋଜ ଥିବା ନାବାଳିକା ର ଚିତ୍କାର ଶୁଣି ଗ୍ରାମ ମୁଣ୍ଡରେ ଥିବା ପାଣି ଟାଙ୍କିରେ ରୁ କବାଟ ଭାଙ୍ଗି ଉଦ୍ଧାର କରାଯିବା ପରେ ପୋଲିସ ସହାୟତାରେ ତାଙ୍କୁ ବାରିପଦା ମେଡିକାଲ କଲେଜ ଓ ପରେ କଟକ ସ୍ଥାନାନ୍ତରିତ ହୋଇଥିଲେ । ଆଜି ଉକ୍ତ ନାବାଳିକା ଜଣକ ଜିବନ ସଂଗ୍ରାମ୍ ରେ ହାରିଯାଇ ମୃତ୍ୟୁ ବରଣ କରିଛନ୍ତି ।
ପୋଲିସ ଏହି ଘଟଣାରେ ନାବାଳିକା ର ଜଣେ ପରିଚିତ ଯୁବକ କୁ ଗିରଫ କରିଛି । ପୋଲିସ ନାବାଳିକା ଙ୍କ ପରିବାର ବର୍ଗ ଙ୍କ ଅଭିଯୋଗ ମୁତାବକ ଏକ ଦୁଷ୍କର୍ମ ମାମଲା ରୁଜୁ କରି ଦଫା 363/342/376(2)(n)/376(3) IPC/ 6 POCSO Act ଯୁବକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପିଡିତା ନାବାଳିକାର ମୃତ୍ୟୁ

related posts

Leave a Comment