Home Breaking News / ତାଜା ଖବର ଆନ୍ଧ୍ରପ୍ରଦେଶରେ ୨୪ ଘଣ୍ଟାରେ ୮୩ ମୃତ ୨୩୯୨୦ ଆକ୍ରାନ୍ତ: ମେ ୫ ଠାରୁ ୧୪୪ ଧାରା ଓ କଫ୍ୟୁ ଲାଗୁ

ଆନ୍ଧ୍ରପ୍ରଦେଶରେ ୨୪ ଘଣ୍ଟାରେ ୮୩ ମୃତ ୨୩୯୨୦ ଆକ୍ରାନ୍ତ: ମେ ୫ ଠାରୁ ୧୪୪ ଧାରା ଓ କଫ୍ୟୁ ଲାଗୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିଶାଖାପାଟଣା(ଜ୍ୟୋତିନ୍ଦ୍ର ନାରାୟଣ ପାଢୀ): ଆନ୍ଧ୍ରପ୍ରଦେଶର ଦୈନିକ କରୋନା ରୋଗୀଙ୍କ ସଂଖ୍ୟା ପ୍ରଥମ ଥର ପାଇଁ 20,000 କୁ ଛୁଇଁଛି ଏଣୁ ରାଜ୍ୟ ସରକାର 5 ମଇ ଠାରୁ 14 ଦିନ ପାଇଁ ଆଂଶିକ କର୍ଫ୍ୟୁ ଲାଗୁ କରିଛନ୍ତି। ରାଜ୍ୟରେ ଦୋକାନଗୁଡ଼ିକ ପ୍ରତିଦିନ ସକାଳ 6 ଟାରୁ 12 ଟା ପର୍ଯ୍ୟନ୍ତ ଖୋଲା ରହିବ ଏବଂ କେବଳ ଜରୁରୀ ସେବାକୁ ଅନୁମତି ଦିଆଯିବ | ଧାରା 144 ମଧ୍ୟ ପ୍ରତିଦିନ ସକାଳ 6 ଟାରୁ 12 ଟା ପର୍ଯ୍ୟନ୍ତ ରହିବ | ବିଦ୍ୟମାନ କୋଭିଡ -19 ପରିସ୍ଥିତି ଉପରେ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକରେ ରାଜ୍ୟ ମୁଖ୍ୟମନ୍ତ୍ରୀ ୱ।ଇ.ଏସ.ଜଗନ ମୋହନ ରେଡ୍ଡୀ ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି। ଗତ କିଛି ଦିନ ହେବ ରାଜ୍ୟରେ ରାତି 10 ଟାରୁ 5 ଟା ପର୍ଯ୍ୟନ୍ତ ରାତ୍ରି କର୍ଫ୍ୟୁ ଲାଗୁ କରାଯାଇଥିଲା , କିନ୍ତୁ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ପାଉଥିବାରୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ବୋଲି ସୂତ୍ରରୁ ପ୍ରକାଶ। ରବିବାର ଦିନ କରୋନା ରୋଗୀଙ୍କ ସଂଖ୍ୟା ପ୍ରଥମ ଥର ପାଇଁ 24 ଘଣ୍ଟା ମଧ୍ୟରେ 1,14,299 ଜଣକୁ ପରୀକ୍ଷା କରାଯାଇ ଥିଲା ଏବଂ 23,920 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି| ସରକାରଙ୍କ ତରଫରୁ କୁହାଯାଇଛି ଯେ 24 ଘଣ୍ଟା ମଧ୍ୟରେ 83ଟ ମୃତ୍ୟୁ ଘଟିଥିବା ବେଳେ ମୃତ୍ୟୁହାର ମୋଟ 11,411ରେ ପହଞ୍ଝିଛି. କୋଭିଡ୍ -19 ଚାର୍ଟ ଅନୁଯାୟୀ ସାରା ଆନ୍ଧ୍ରପ୍ରଦେଶର ବର୍ତ୍ତମାନ ମୋଟ 11,45,022 ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ 9,93,708 ସୁସ୍ଥ ହୋଇଛନ୍ତି.

related posts

Leave a Comment