Home Breaking News / ତାଜା ଖବର ବାଲିକୁଦା ଥାନା ଅଂଚଳରେ ବଢୁଛି ନିଶା କାରବାର: ଧଳାଜହର କବଳରେ ଶହ ଶହ ପରିବାର ଓ ଯୁବ ଗୋଷ୍ଠୀ ପୋଲିସ ନିଷ୍କ୍ରିୟ

ବାଲିକୁଦା ଥାନା ଅଂଚଳରେ ବଢୁଛି ନିଶା କାରବାର: ଧଳାଜହର କବଳରେ ଶହ ଶହ ପରିବାର ଓ ଯୁବ ଗୋଷ୍ଠୀ ପୋଲିସ ନିଷ୍କ୍ରିୟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜଗତସିଂହପୁର(ନିଗମାନନ୍ଦ ଦାଶ): ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ତଥା ଅନନ୍ତପୁର ଫାଣ୍ଡି ଅଂଚଳରେ ଦିନକୁ ଦିନ ନିଶାକାରବାର ବୃଦ୍ଧି ପାଉଥିଲେ ମଧ୍ୟ ବାଲିକୁଦା ପୋଲିସ ଓ ବାଲିକୁଦା ଅବକାରୀ ବିଭାଗ ପକ୍ଷରୁ ଦିନେ ହେଲେ ବି ମିଳିତ ତଦନ୍ତ ହେଉନଥିବା ସାଧାରଣ ରେ ଅଭିଯୋଗ ହେଉଛି।ବାଲିକୁଦା ପୋଲିସ ଆଖି ବୁଜି ଦେଇଥିବା ବେଳେ ବାଲିକୁଦା ଅବକାରୀ ବିଭାଗ ମଧ୍ୟ ହାତ ଟେକି ଦେଇ ନିଦାବିଷ୍ଣୁ ସାଜିଥିବାର ସାଧାରଣ ରେ ଅଭିଯୋଗ ହୋଇଛି। ଅଭିଯୋ ଅନୁସାରେ ଏହି ଥାନା ଅଧିନ ନହରଣା,ମରିଚିପୁର, ନଲରା,ଓଳାସ, ଅନନ୍ତପୁର, ବନ୍ଦର,ରାହଣ, ବ୍ରାହ୍ମଡି ପ୍ରମୂଖ ସ୍ଥାନ ଗୁଡିକରେ ଦିନକୁ ଦିନ ମାଦକ ଦ୍ରବ୍ୟ ତଥା ବ୍ରାଉନସୁଗାର,ଆସ୍କା ଫ୍ରଟି, ଗଞ୍ଜେଇ, ଆଦି ବିଷାକ୍ତ ଚୋରମଦ ପିଇ ସାଧାରଣ ବ୍ୟକ୍ତି ହେଉବା ଯୁବ ଗୋଷ୍ଠି ପଥଭ୍ରଷ୍ଟ ହେଉଥିବା ବେଳେ ମୃତ୍ୟୁ ବରଣ ମଧ୍ୟ କରୁଥିବା ଅଭିଯୋଗ ହୋଇଛି। ଏସମ୍ପର୍କରେ ସେ ଅଞ୍ଚଳ ର ଯୁବ ଅନୁଷ୍ଠାନ ବାଲିକୁଦା ଥାନା ଅଧିକାରୀ ଙ୍କୁ ଅଭିଯୋଗ କରିବା ସହ ଫାଣ୍ଡି ସମୁଖରେ ଧାରଣା ଦେଇ ବ୍ରାଉନସୁଗାର ବେପାରୀ ଙ୍କ ବିରୋଧ ରେ କାର୍ଯ୍ୟନୁଷ୍ଠାନ ପାଈଁ। ତେବେ ପୋଲିସ ମଧ୍ୟ ନିରବଦ୍ରଷ୍ଟା ଯୋଗୁଁ ଏକପ୍ରକାର ଆଇନଶୃଙ୍ଖଳା ମଧ୍ୟ ବିଗିଡ଼ି ବାରେ ଲାଗିଛି।ଯଦି ବ୍ରାଉନସୁଗାର ବେପାରୀ ହେଉ କିମ୍ବା ଚୋର ମଦ ବେପାରୀଙ୍କୁ ବିରୋଧ କରାଯାଏ ସେମାନେ ସାଧାରଣ ଜନତା,ସାମ୍ବାଦିକ, ସାମାଜିକ କର୍ମୀ ଙ୍କୁ ଆକ୍ରମଣ କରିବା ନିତିଦିନିଆ ରେ ପରିଣତ ହେବାରେ ଲାଗିଛି।ଏପରିକି କିଛି ଗଣମାଧ୍ୟମ ପ୍ରତିନିଧି ମାନଙ୍କ ବିରୋଧରେ ମଧ୍ୟ ମିଥ୍ୟା ମାମଲା ରୁଜୁ ହେଉଥିବା ଅଭିଯୋଗ ହୋଇଛି।ସ୍ଥାନୀୟ ଅଞ୍ଚଳର ଯୁବକ ମାନେ ସୁରେଶ ଲେଙ୍କାଙ୍କ ବିରୋଧରେ ଗର୍ଜି ଥିଲେ।ଏନେଇ ଆମ ପ୍ରତିନିଧି ସୁରେଶ ଲେଙ୍କାଙ୍କ ପ୍ରତିକ୍ରିୟା ଲୋଡ଼ା ଯିବାରୁ ସୁରେଶ ଲେଙ୍କା କହିଥିଲେ ମୁଁ ଏଭଳି କୋଣସି କାର୍ଯ୍ୟକ୍ରମ ରେ ଜଡିତ ନୁହେଁ ମୋ ନାମରେ ଏହା ମିଥ୍ୟା ଖବର ଓ ମୋତେ ବଦନାମ କରାଯାଉଛି ବୋଲି କହିଥିଲେ।

related posts

Leave a Comment