Home Breaking News / ତାଜା ଖବର ପଶ୍ଚିମବଙ୍ଗ : ଜିତିଲା ଟିଏମସି କିନ୍ତୁ ଦିଦି ହାରିଗଲେ

ପଶ୍ଚିମବଙ୍ଗ : ଜିତିଲା ଟିଏମସି କିନ୍ତୁ ଦିଦି ହାରିଗଲେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବଡ ବିଜୟ ହାସଲ କରିଛି ଟିଏମସି । ଦଳ ୨୧୫ରୁ ଅଧିକ ଆସନରେ ଆଗୁଆ ରହି ପୁଣି ସରକାର ଗଠନ କରିବା ନିଶ୍ଚିତ କରିଛି । ହେଲେ ଦଳକୁ ଝଟକା ଦେଇଛି ନନ୍ଦିଗ୍ରାମ ଆସନ । ନନ୍ଦିଗ୍ରାମ ମହାମୁକାବିଲାରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ହାରି ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧୯୫୭ ଭୋଟରେ ହାରିଛନ୍ତି ମମତା। ପ୍ରଥମେ ମମତା ୧୨୦୦ ଭୋଟ୍‌ରେ ଜିତିଛନ୍ତି ବୋଲି ଖବର ମିଳିଥିଲା। କିନ୍ତୁ ପରେ ଚିତ୍ର ସ୍ପଷ୍ଟ ହୋଇଥିଲା। ଶୁଭେନ୍ଦୁ ଅଧିକାରୀ ୧୯୫୭ ଭୋଟରେ ବିଜୟ ଲାଭ କରିଛନ୍ତି। ନନ୍ଦିଗ୍ରାମ ଫଳାଫଳ ଆସିବା ପରେ ଗୋଟିଏ ପଟେ ଦିଦି କହିଛନ୍ତି ଗଡ଼ବଡ଼ ହୋଇଛି । ବିଜୟ ପାଇଁ ନନ୍ଦିଗ୍ରାମ ଜନତାଙ୍କୁ ଶୁଭେନ୍ଦୁ ଅଧିକାରୀ ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

related posts

Leave a Comment