Home Breaking News / ତାଜା ଖବର ରାଜ୍ୟକୁ ପୁଣି ଫେରିଲା ଲାକଡ଼ାଉନ, ମେ ୫ ରୁ ସାରାରାଜ୍ୟରେ ଲକଡାଉନ

ରାଜ୍ୟକୁ ପୁଣି ଫେରିଲା ଲାକଡ଼ାଉନ, ମେ ୫ ରୁ ସାରାରାଜ୍ୟରେ ଲକଡାଉନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କରୋନା ମୁକାବିଲା ପାଇଁ ରାଜ୍ୟରେ ଲାଗିଲା ଲକଡାଉନ । ସଂକ୍ରମଣ ରୋକିବାକୁ ସରକାରଙ୍କ ପକ୍ଷରୁ ସଂକ୍ରମଣ ଚେନରେ ବ୍ରେକ୍ ଦେବାକୁ ଶେଷ ବିକଳ୍ପ ନେଇଛନ୍ତି ରାଜ୍ୟ ସରକାର ।
ଲକଡାଉନ୍ ନେଇ ରାଜ୍ୟ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର ଘୋଷଣା କରିଛନ୍ତି । ମେ ୫ ରୁ ୧୯ ତାରିଖ ଯାଏଁ ଏହିକଟକଣା ଲାଗୁ ହେବ । ଆସନ୍ତା ବୁଧବାର ଠାରୁ ଲକଡାଉନ୍ ଲାଗୁ ହୋଇଛି । ଏହି ସମୟରେ ସମସ୍ତ ସାଧାରଣ ଗାଡି ଚଳାଚଳ ବନ୍ଦ ରହିବ । କେବଳ ଜରୁରୀକାଳିନ ସେବା ଜାରି ରହିବ । ଜରୁରୀ କାମ ନଥିଲେ ଘର ନବାହାରିବାକୁ ପରାମର୍ଶ ଦିଆଯାଇଛି । ସମସ୍ତ ଦୋକାନ ବଜାର ଓ ପ୍ରତିଷ୍ଠାନ ବନ୍ଦ ରହିବ । ତେବେ କଟକଣା ସମୟରେ ସମସ୍ତ ମେଡିକାଲ, କ୍ଲିନିକ୍, ନର୍ସିଂ, ହୋମ୍, ମେଡିସିନ୍ ଷ୍ଟୋର ଆଦି ଖୋଲା ରହିବ । ରେଳ ଓ ବିମାନ ସେବା ମଧ୍ୟ ଜାରି ରହିବ । ଲକଡାଉନ୍ ପାଇଁ ପୋଲିସ ପକ୍ଷରୁ କଡା ଚେକିଂ ବ୍ୟବସ୍ଥା ହୋଇଛି । ଅମାନିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ସମୟରେ  ଜୋରଦାର ଚେକିଂ ଓ ବ୍ଲକିଂ କରାଯିବ । ଟ୍ବିନସିଟିରେ ପାଟ୍ରୋଲିଂ ଆହୁରି କଡାକଡି ଭାବେ ପାଳନ ହେବ । ଘର ଠାରୁ ମାତ୍ର ୫୦୦ ମିଟର ଦୂରତା ଭିତରେ ଥିବା ଦୋକାନରୁ ସକାଳ ୬ଟା ରୁ ଦିନ ୧୨ ଟା ଭିତରେ ସାମଗ୍ରୀ କିଣିବାକୁ ଅନୁମତି ମିଳିଛି ।

related posts

Leave a Comment