Home Breaking News / ତାଜା ଖବର ଗଛରୁ ଆମ୍ବ ତୋଳିବାକୁ ନେଇ ଗଣ୍ଡଗୋଳ

ଗଛରୁ ଆମ୍ବ ତୋଳିବାକୁ ନେଇ ଗଣ୍ଡଗୋଳ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଖଣ୍ଡପଡା(ଅଙ୍କିତା ପ୍ରିୟଦର୍ଶିନୀ): ଖଣ୍ଡପଡ଼ା ଥାନା ଅଧୀନ ଶାଳଝରିଆ ପଞ୍ଚାୟତର କଇଥପଲ୍ଳି ଗ୍ରାମରେ‌ ଏହିଭଳି ଅଭାବନୀୟ‌ ଘଟଣା ଦେଖିବାକୁ ମିଳିଛି। ଗ୍ରାମର ନିରଞ୍ଜନ ସ୍ୱାଇଁ (୬୫)ଙ୍କ ପରିବାର ଦୀର୍ଘ ୨୫ବର୍ଷ ହେବ ଦଖଲରେ ରଖିଥିବା ଏକ ଜାଗାରୁ କଇଥପଲ୍ଳି ଗ୍ରାମର ଗିରିଶ ଚନ୍ଦ୍ର ନାୟକ,ମାଗି ଭଞ୍ଜ, ଅନ୍ତର୍ଯ୍ୟାମୀ ନାୟକ,ପ୍ରଭାତ ଭୋଳ, ସତ୍ୟବାଦୀ ସ୍ବାଇଁ,ଧାରଣ ସ୍ବାଇଁ, ଇତ୍ୟାଦି ୧୦ରୁ ଉର୍ଦ୍ଧ୍ବ ଖଳ ପ୍ରକୃତିର ବ୍ୟକ୍ତିମାନେ ମିଳିତ ହୋଇ ଆମ୍ବ ତୋଳିବା ବେଳେ ନିରଞ୍ଜନଙ୍କ ପରିବାର ବର୍ଗ ଆମ୍ବ ତୋଳିବାକୁ ବାରଣ କରିଥିଲେ ଏଥିରେ କ୍ରୋଧାନ୍ୱିତ ହୋଇ ନିରଞ୍ଜନଙ୍କ ପରିବାରର ପତ୍ନୀ ହିନ ସ୍ବାଇଁ, କାମିନୀ ସ୍ବାଇଁ, ନମିତା ସ୍ବାଇଁ, ଜଗନ୍ନାଥ ସାହୁ, ପ୍ରମିଳା ଜେନା ୫ଜଣଙ୍କୁ ନିସ୍ତୁକ ମାଡ଼ ମାରିଥିବା ନେଇ ନିରଞ୍ଜନଙ୍କ ପତ୍ନୀ ହିନ ସ୍ବାଇଁ ଖଣ୍ଡପଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

related posts

Leave a Comment