Home Breaking News / ତାଜା ଖବର ରାୟଗଡାରେ କରୋନା ସ୍ଥିତି ଗମ୍ଭୀର: ପ୍ରଶାସନ ସତର୍କ

ରାୟଗଡାରେ କରୋନା ସ୍ଥିତି ଗମ୍ଭୀର: ପ୍ରଶାସନ ସତର୍କ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ଼(ଧନେଶ୍ୱର ରାଉତ)-ଦିନକୁ ଦିନ କରୋନା ସ୍ଥିତି ଗମ୍ଭୀର ହେଉଛି ତେଣୁ ପ୍ରଶାସନ ଶନିବାର ରବିବାର ସପ୍ତହନ୍ତ୍ନ୍ ବନ୍ଦ ଘୋଷଣା କରିଥିଲା। ଜିଲ୍ଲାରେ ଆଜି ପୁଣି ୧୫୪ ନୂଆ ଆକ୍ରାନ୍ତ ବାହାରିଛନ୍ତି। ବର୍ତମାନ ରାୟଗଡ଼ ଜିଲ୍ଲାରେ ୧୦୪୩୦ ଜଣ ଆକ୍ରାନ୍ତ ର ହିସାବ ସ୍ବାସ୍ଥ୍ୟ ବିଭାଗ କହିଥିବା ବେଳେ ୧୧୦୩ ଜଣ ଚିକିତ୍ସିତ ହେଉଛନ୍ତି ଓ ୫୬ ଜଣ ମୃତୁୟବରଣ କରିଛନ୍ତି୯୨୬୮ ଜଣ ସୁସ୍ଥ ହେଇ ଘରକୁ ଫେରିଛନ୍ତି। ପ୍ରଥମ ଲହରୀ ଅପେକ୍ଷା ଦ୍ଵିତୀୟ ଲହରୀ ଆକ୍ରାନ୍ତ ସଂଖ୍ୟା ଅଧିକ ହେବାବେଳେ ମୃତ୍ୟୁ ସଂଖ୍ୟା ବି ଗତ ହାର ଠାରୁ କିଛି କମ ନାହିଁ ବୋଲି ସରକାରଙ୍କ ଦ୍ଵାରା ପ୍ରଦତ୍ତ ରିପୋର୍ଟ କହୁଛି। ଏହି ପରି ପ୍ରେଖିରେ ସବୁ ହାଟକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିବାସହ ସରକାରଙ୍କ ନିର୍ଦ୍ଦେଶ ନ ପାଇଲା ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଘୋଷଣା ହେଇଛି। ସେହିପରି ପଡୋଶୀ ଜିଲ୍ଲା ମାନଙ୍କର ସ୍ଥିତି ଆହୁରି ଗମ୍ଭୀର ଅଟେ ସରକାରଙ୍କ ପ୍ରଦତ୍ତ ସୂଚୀ ଅନୁସାରେ ରାଜ୍ୟରେ ମୋଟ ୬୫ ହଜାର ଆକ୍ରାନ୍ତ ଅଛନ୍ତି ଆଜି ଗୋଟିଏ ଦିନରେ ୮୦୧୫ ଟି ରୋଗୀ ଚିହ୍ନଟ ହୋଇଛନ୍ତି l ଏହି ପରିପରେକ୍ଷୀରେ ରାଜ୍ୟ ସରକାର ଆଜି ସକାଳ ୧୧ ଟା ସମୟରେ ଶାସନସଚିବ ସୁରେଶ ମହାପାତ୍ର ଘୋଷଣା କରିଛନ୍ତି ଏପ୍ରିଲ୍ ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ତାଲା ବନ୍ଦ ଘୋଷଣା କରିଛନ୍ତି। ଅତ୍ୟାବଶ୍ୟୀୟ ସେବା ଅର୍ଥାତ୍ ମେଡିକାଲ୍, ପରିବା, ଫଳ, ମାଛ କ୍ଷୀର ଚାଷ ଉପକରଣ ସାର କୀଟନାଶକ ବିହନ ଭଳି ନିହାତି ଜରୁରୀ ଜିନିଷ କୁ ଏଥିରୁ ବାଦ୍ ଦିଆଯାଇଛି। ଅସାଧୁ ବ୍ୟବସାୀମାନ ଙ୍କୁ ଚେତାବନୀ ଦିଆଯାଇଛି କ୍କୌନସି ଖାଦ୍ୟ ସାମଗ୍ରୀ ରାସନ୍ ଅଧିକା ଦରରେ ବିକ୍ରୀ କରାଯାଇ ପାରିବ ନାହିଁ ଏଭଳି ହୁଏ ତାହେଲେ ଦୋକାନକୁ ସିଲ୍ କରାଯିବା ସହ ଦୋକାନୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଘୋଷଣା ହେଇଛି।

related posts

Leave a Comment