Home Breaking News / ତାଜା ଖବର ଡାବୁଗାଁ ବ୍ଲକରେ କରୋନାରେ ଆକ୍ରାନ୍ତଙ୍କ ପ୍ରଥମ ମୃତ୍ୟୁ

ଡାବୁଗାଁ ବ୍ଲକରେ କରୋନାରେ ଆକ୍ରାନ୍ତଙ୍କ ପ୍ରଥମ ମୃତ୍ୟୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଡାବୁଗାଁ(ଜି॰ ବିନୋଦ କୁମାର): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ ପ୍ରଥମ ଥର କରୋନାରେ ରବିବାର ଜଣଙ୍କର ମୃତ୍ୟୁ ଘଟିଛି | ସୂଚନାଯୋଗ୍ୟ :- ଡାବୁଗାଁ ବ୍ଲକ ର ଡ଼ଙ୍ଗରିଗୁଡା ପଞ୍ଚାୟତ ଅଧୀନ ଜୟନ୍ତୀନଗର ଗ୍ରାମର ଦଣ୍ଡପାଣି ପାତ୍ର (୬୭) କରୋନାରେ ଆକ୍ରାନ୍ତ ହୋଇ ଗତ ୭ ଦିନ ତଳେ ନବରଙ୍ଗପୁର ଜିଲା ମୁଖ୍ୟାଳୟର କରୋନା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ | ସେଠାରେ ଚିକିତ୍ସିତ ଅବସ୍ଥାରେ ଆଜି ଭୋର ୩ ଘ॰ ସମୟରେ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା | ଉକ୍ତ ଖବର ଜଣାପଡିବା ପରେ ଡାବୁଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ଲୋକ ଙ୍କ ମଧ୍ୟରେ କରୋନାକୁ ନେଇ ଏକ ପ୍ରକାର କୋକୁଆ ଭୟ ଖେଳି ଯାଇଛି | ସେ ଜଣେ ଅବସରପ୍ରାପ୍ତ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଥିବା ବେଳେ ଜଣେ ସୁପରିଚିତ ବ୍ୟକ୍ତି ଥିଲେ | ଏଥିନେଇ ଡାବୁଗାଁ ବ୍ଲକ ସଦରମହକୁମା ର ସମସ୍ତ ଗ୍ରାମବାସୀ ବହୁ ସତର୍କତା ଅବଲମ୍ବନ କରିବାକୁ ପଡିବ |

related posts

Leave a Comment