Home Breaking News / ତାଜା ଖବର ବିଦେଶୀ ଚୋରା ମଦ ଜବତ ଅଭିଯୁକ୍ତ କୋର୍ଟ ଚାଲାଣ

ବିଦେଶୀ ଚୋରା ମଦ ଜବତ ଅଭିଯୁକ୍ତ କୋର୍ଟ ଚାଲାଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ଼(ଧନେଶ୍ୱର ରାଉତ)-ରାୟଗଡ଼ ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଦୁର୍ଗୀ ଗ୍ରାମ ରେ ଗତକାଲି ଚୋରା ବିଦେଶୀ ମଦ ଜବତ ହେଇଛି l ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବିଷମ କଟକ ପୋଲିସ ସଦଳ ବଳେ ଯାଇ ଦୁର୍ଗୀ ଗ୍ରାମର ଚଢ଼ାଉ କରିଥିଲେ। ଏହି ଚଢ଼ାଉରେ ୨୭୭.୬୧୦ ଲିଟର ଚୋରା ବିଦେଶୀ ମଦ ଜବତ ହେଇଛି ଏହାର ଆନୁମାନିକ ମୁଲ୍ୟ ୩ ଲକ୍ଷ୍ୟ ରୁ ଅଧିକ ହେବ ବୋଲି ବିଷମ କଟକ ପୋଲିସ କହିଛି। ତାସହ ଜଣେ ଆସାମୀ ଓ ନକଲି ମଦ ବୋତଲ ସ୍ପିରିଟ, ଚାପା ଥିବା ଠିପି ସହ ଖୋଲା ମଦ ଧରାପଡ଼ିଛି । ଏହି ବ୍ୟକ୍ତି ଜଣକ ଦାମୀ ବ୍ରାଣ୍ଡ ର ବୋତଲ ଠିପି ଆଣି ନକଲି ମଦ ଭର୍ତି କରି ଅସଲି ଦାମରେ ବିକ୍ରୀ କରୁଥିବା ଜଣାପଡିଛି। କେସ ନମ୍ବର ୫୪/୨୧ ରୁଜୁକରି ଦଫା ୪୨୦/୨୭୨/୨୭୩/ଆଇ ପି ସି ଧାରା ୫୨/ଅବକାରୀ ବିଭାଗ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି। ଏହା ପଛରେ କାହାର ହାତ ଅଛି କିଏ କିଏ ଅଛନ୍ତି ତାହା ତଦନ୍ତ କଲେ ଜଣା ପଡ଼ିବ ବୋଲି କୁହାଯାଇଛି । ଦେଶୀ ମଦ ସାଙ୍ଗକୁ ବିଦେଶୀ ଠିପି ବନ୍ଦ ମଦ ର ବନ୍ୟା ଚାଲିଥିବା ବେଳେ ଏହି ନକଲି କାରବାର ପୋଲିସର ନାକ୍ ତଳେ ହେଉଥିବା କଥା କିଛି ନୂଆ କଥା ନୁହେଁ। ଏଥିରେ ସମସ୍ତଙ୍କୁ ସଂପୃକ୍ତି ରହିଥିବା ଭଳି ଅନୁମାନ ନଜରରେ ବୁଦ୍ଧିଜୀବୀ ଦେଖୁଛନ୍ତି, ସେ ଯାହାବି ହେଉ ଏଭଳି ଚଢ଼ାଉ କୁ ଜନ ସାଧାରଣ ସ୍ବାଗତ କରିବା ସହ ଆଗକୁ ଏଭଳି ଚଢ଼ାଉ ଜାରୀ ରହୁ ବୋଲି ମତ ପ୍ରକାଶ ପାଉଛି। ଏଥିରେ ସନ୍ଦେହ ପ୍ରକାଶ ପାଇଛି କି ପୋଲିସ ପ୍ରକାଶ କରିଥିବା ପ୍ରେସ ବିବୃତିରେ ଗିରଫ ଅସମିର୍ ନା ଦେଇନାହିଁ ତେଣୁ ପୋଲିସର ଯାଞ୍ଚ୍ ପ୍ରକ୍ରିୟା ଓ ସ୍ବଚ୍ଛତା ଉପରେ ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି।

related posts

Leave a Comment