Home Breaking News / ତାଜା ଖବର କରୋନାରେ ବିଜେପି ନେତା ଶ୍ରୀନିବାସଙ୍କ ମୃତ୍ୟୁ

କରୋନାରେ ବିଜେପି ନେତା ଶ୍ରୀନିବାସଙ୍କ ମୃତ୍ୟୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ୱର ରାଉତ)-ମାହାମରି କରନା ଗ୍ରାସ ରେ ଆଉଜଣେ ବିଜେପି ନେତାଙ୍କୁ ମୃତ୍ୟୁ ଘଟିଛି । ମହାମାରୀ ରେ ଅନେକ ରାଜ ନେତା ପ୍ରାଣ ହରାଇଥିବା ବେଳେ ଆଉ ଜଣଙ୍କ ନା ସେହି ଦୁଃଖଦ ପୃଷ୍ଠାରେ ଯୋଡି ହୋଇଯାଇଛି। ଏହିଭଳି ଦୁଃଖଦ ଘଟଣା ଘଟିଯାଇଛି ରାୟଗଡ଼ ଜିଲ୍ଲା ମୁନିଗୁଡା ବ୍ଲକ ଆମ୍ବଡୋଳା ଗ୍ରାମରେ l ତାଙ୍କ ନାମ ଶ୍ରୀନିବାସ ବରାଦ ବୟସ ୪୩ ହେବ ସେ ଜଣେ ବହୁ ପଦ ପଦବୀର ଅଧିକାରୀ ଥିଲେ। ଭାରତୀୟ ଜନତା ପାର୍ଟିର ଜଣେ ଟାଣୁଆ ନେତା ଥିଲେ ସେ ଏକାଧାରରେ ଜଣେ ରାଜନେତା ସମାଜସେବୀ, ନିର୍ବାଚିତ ୱାର୍ଡ ସଭ୍ୟ ଥିଲେ, ପର ଦୁଃଖରେ ଦୁଃଖୀ, ଲଢ଼ୁଆ ବ୍ୟକ୍ତିତ୍ଵ ଥିଲେ l ତାଙ୍କ ର ଘରେ ଏକ ମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ ତାଙ୍କର ଘରେ ପତ୍ନୀ ବ୍ୟତୀତ ତିନିଗୋଟି ପୁତ୍ର ଜଣେ ବୁଢୀ ମା ଅଛନ୍ତି। ପ୍ରକାଶ ଯୋଗ୍ୟ ଏହିକିଯେ ଗତ କିଛି ଦିନ ତଳେ ଅର୍ଥାତ୍ ୩ ଦିନ ତଳେ ଜ୍ଵର ହେବାରୁ ମେଡିକାଲ୍ ଯାଇ ପରୀକ୍ଷା ନିରୀକ୍ଷା କଲାବେଳେ ଜଣା ପଡ଼ିଲା ତାଙ୍କର କରନା ଆକ୍ରାନ୍ତ ହେଇଛି ଡାକ୍ତରଙ୍କ ପରାମର୍ଶ ପରେ ଚିକିତ୍ସା ହୋଇ ଔଷଧ ଖାଉଥିଲେ ଗତକାଲି ରାତ୍ରି ୧୨ ଟା ସମୟରେ ହଠାତ୍ କାଶ ହୋଇ ଶ୍ୱାସ ରୁଦ୍ଧ ହୋଇ ପ୍ରାଣ ବାୟୁ ଉଡିଯାଇଥିଲା ବୋଲି ପରିବାର ତରଫରୁ କୁହାଯାଇଛି। ଏହାପରେ ପ୍ରଶାସନ ପହଞ୍ଚି କୋଭିଦ ନିୟମାନୁସାରେ ସଂସ୍କାର କରାଯାଇଥିଲା। ଏହି ଖବର ପାଇ ସବୁ ରାଜନୈତିକ ଦଳର ଶୋକ ବାର୍ତ୍ତା ପହଞ୍ଚିବାର ଲାଗିଛି। ସେହିଭଳି ଜିଲ୍ଲା ସଭାପତି ଶିବ ପଟ୍ଟନାୟକ, ବସନ୍ତ ଉଳକା, ଶ୍ୟାମ ଦାସ, କିଶୋର ପଣ୍ଡା, କଲିରମ୍ ମାଝୀ, ୱାଈ ଗଣପତି, ଶ୍ରୀନିବାସ ସ୍ଵାଇ, ରଜତ ମାଦଳା ପ୍ରମୁଖ ଶୋକ ପ୍ରକଟ କରିବା ସହ ତାଙ୍କ ପରିବାରକୁ ଶାନ୍ତ୍ବନା ପ୍ରଦାନ କରିବା ପାଇଁଁ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ତାଙ୍କ ବିୟୋଗ ବିଜେପି ପାଇଁ ଅପୂରଣୀୟ କ୍ଷତି ତାଙ୍କ ଭଳିଆ ନେତା ପାଇବା କଷ୍ଟକର ବୋଲି ଜିଲ୍ଲା ସମ୍ପାଦକ ରମେଶ ସାମନ୍ତ କହିଛନ୍ତି।

related posts

Leave a Comment