Home Breaking News / ତାଜା ଖବର ବରଗାଁ ପଞ୍ଚାୟତରେ କୋଭିଡ୍ ସଚେତନତା ରାଲି: କଟକଣା ଜାରି କଲେ ସରପଞ୍ଚ, ବାହାର ରାଜ୍ୟରୁ ଆସିଲେ ୧୪ଦିନ କ୍ୱାରେଣ୍ଟାଇନ୍

ବରଗାଁ ପଞ୍ଚାୟତରେ କୋଭିଡ୍ ସଚେତନତା ରାଲି: କଟକଣା ଜାରି କଲେ ସରପଞ୍ଚ, ବାହାର ରାଜ୍ୟରୁ ଆସିଲେ ୧୪ଦିନ କ୍ୱାରେଣ୍ଟାଇନ୍

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବେଲଗୁଣ୍ଠା(ସୁରେଶ ସୁବୁଦ୍ଧି): ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାବେଳେ ଦ୍ୱିତୀୟ ଲହରର ଭୟାଭୟତା ଲାଗିରହିଛି ।ଏହି ପରିପ୍ରେକ୍ଷୀରେ ଆଜି ବେଲଗୁଣ୍ଠା ନିକଟ ବରଗାଁ ପଞ୍ଚାୟତ ବୈଠକ ଗୃହରେ କୋଭିଡ୍ ସଂକ୍ରାନ୍ତୀୟ ଜରୁରୀ କାଳୀନ ବୈଠକ ଓ ସଚେତନତା ରାଲି ସରପଞ୍ଚ ଉମାଶଂକର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି ।ଅତିଥି ଭାବରେ ଜଗନ୍ନାଥ ପ୍ରସାଦ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ହିମାଂଶୁ ଶେଖର ବାରିକ ଯୋଗ ଦେଇ କରୋନାର ଦ୍ୱିତୀୟ ଲହର ପ୍ରଥମ ଲହରଠାରୁ ଅଧିକ ବିପଦଜନକ ଏବଂ ବରଗାଁ ପଞ୍ଚାୟତର ସମସ୍ତ ଅଧିବାସୀ ସରକାରଙ୍କ କୋଭିଡ୍ ନିୟମ ପାଳନ କରିବା ସହ ବ୍ୟବସାୟୀ ମାନେ ମଧ ପଞ୍ଚସୁତ୍ରୀ ନିୟମ ପାଳନ କରିବା ଉପରେ ଗୁରୁତ୍ୱ ଦେଇଥିଲେ ।ଏହି ଜରୁରୀ କାଳୀନ ବୈଠକରେ ବରଗାଁକୁ କରୋନା ମୁକ୍ତ କରିବା ପାଇଁ କିଛି ନିଷ୍ପତ୍ତି ନିଆଯାଇଥିଲା ।ୱାର୍ଡ ନମ୍ବର କୁ ପାଞ୍ଚ ଦିନ ପାଇଁ କଣ୍ଟେନ୍ ମେଣ୍ଟ୍ ଜୋନ୍ କରାଯାଇଥିଲା ।ପଞ୍ଚାୟତ ର ସମସ୍ତ ଜନସାଧାରଣଙ୍କ କୋଭିଡ୍ ପରୀକ୍ଷା କରିବା, ବାହାର ରାଜ୍ୟରୁ ପ୍ରବାସୀ ନିଜ ଘରକୁ ଫେରିଲେ ତୁରନ୍ତ ଅଙ୍ଗନବାଡି କର୍ମୀ କିମ୍ବା ଆଉ କାହା ଦ୍ୱାରା ସରପଞ୍ଚକୁ ତୁରନ୍ତ ଖବର ଦେବା ସହ ୧୪ ଦିନ ବାଧ୍ୟତାମୂଳକ କ୍ୱାରେନ୍ଟାଇନ୍ ରେ ରହିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।ଆମେ ଯଦି ସ୍ୱତଃ ପ୍ରବୃତ୍ତ ଭାବରା କରୋନା ଶୃଙ୍ଖଳକୁ ଭାଙ୍ଗିବା ପାଇଁଚେଷ୍ଟା କରିବା ତା ହେଲେ ନିଶ୍ଚିତ ରୁପେ ଏହି କରୋନା ଲଢ଼େଇରେ ବିଜୟ ଲାଭ।କରିବା ବୋଲି କହିବା ସହ ସରପଞ୍ଚ ଉମାଶଂକର ବାରିକ ଟେଷ୍ଟିଙ୍ଗ,ଟ୍ରେସିଂ ଓ ଟ୍ରିଟମେଣ୍ଟ୍ ଉପରେ ଗୁରୁତ୍ୱ ଦେବା ପାଇଁ କହିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ପଞ୍ଚାୟତର ସମସ୍ତ ଅଙ୍ଗନବାଡି କର୍ମୀ, ୱାର୍ଡ ମେମ୍ବର ଓ ଯୁବକ ମାନେ ଉପସ୍ଥିତ ଥିଲେ ।

related posts

Leave a Comment