Home Breaking News / ତାଜା ଖବର ପ୍ରେମ ବିବାହ କରି 2 ବର୍ଷର ଛୁଆକୁ ଛାଡ଼ି ରାସ୍ତା ମଝିରୁ ସ୍ତ୍ରୀ ଫେରାର: ଥାନାରେ ମାମଲା

ପ୍ରେମ ବିବାହ କରି 2 ବର୍ଷର ଛୁଆକୁ ଛାଡ଼ି ରାସ୍ତା ମଝିରୁ ସ୍ତ୍ରୀ ଫେରାର: ଥାନାରେ ମାମଲା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନନ୍ଦପୁର: ଘୋର କଳିଯୁଗ ଚାଲିଛି, ସବୁ ଜିନିଷ ମୋହ ମାୟା, ବନ୍ଧନ, ମମତାକୁ ଲୋକେ ହତାଦାର କରୁଛନ୍ତି ଲୋକେ ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି, ଘଟଣା ପ୍ରକାରେ ଆଜି ପାଡ଼ୁଆ ଥାନାରେ ଏକ ନିଖୋଜ ମାମଲା ରୁଜୁ କରାଯାଇଥିବା ଓ ସ୍ବାମୀ ନିଜ ସ୍ତ୍ରୀଙ୍କ 2ଦିନ ହେଲା ନିଖୋଜ ସମ୍ପର୍କେ ଉଲ୍ଲେଖ କରି ଏକ ଏତଲା ଦେଇଥିବା ପାଡୁଆ ଥାନାଧିକାରୀ ଶ୍ରୀ ସରୋଜ ମଲ୍ଲିକ ପ୍ରକାଶ କରିଛନ୍ତି,
ଏତଲା ମୁତାବକ ଶ୍ରୀ ଜଗନ୍ନାଥ ସମାର୍ଡି ପି_ରମସ୍ୱାମି ଗ୍ରାମ ହାଟଗୁଡ଼ା ଥାନା ପାଡୁଆ ଗତ 28/04/2021 ରିଖ ଦିନ ନିଜ ଗାଁ ହାଟଗୁଡ଼ାରୁ ସ୍ତ୍ରୀ ଶ୍ରୀମତୀ ଗାୟତ୍ରୀ ସମାର୍ଡୀଙ୍କ ସହ ଚାଟୁଆ ଆଡ଼େ ଯାଇଥିଲେ, ରାସ୍ତାରେ ଶ୍ରୀମତୀ ଗାୟତ୍ରୀ ପରିସ୍ରା ଯିବାକୁ କହି ଧରିଥିବା ମୋବାଇଲ, ଟ 20000/ ଓ AtM କାର୍ଡ ସହ କେଉଁ ଆଡ଼େ ଚାଲି ଯାଇଥିବା ଓ ସବୁଆଡେ ଖୋଜା ଖୋଜି କରିବା ପରେ କୋଉଠି ନ ପାଇବା ସମ୍ପର୍କେ ଏତଲା ଦେଇଛନ୍ତି, ତାଙ୍କ ଉଚ୍ଚତା 5ଫୁଟ, ରଙ୍ଗ ଗୋରା, ଏବଂ ଗଲା ବେଳକୁ ଏକ ନୀଳ ରଙ୍ଗର ଚୁଡ଼ିଦାର ପିନ୍ଧିଥିବା ସେ ଏତଲାରେ ଦର୍ଶାଇ ଛନ୍ତି, ପ୍ରକାଶ ଥାଉକି, 5ବର୍ଷ ତଳେ ଦୁହେଁ ଦୁହିଁଙ୍କୁ ଭଲପାଇ ଚେନ୍ନାଇରେ ବିବାହ କରିଥିଲେ, ଏବଂ ଦୁହିଁଙ୍କ ଔରଶରୁ ଏକ 2ବର୍ଷର ଶିଶୁ ଅଛି, ଶ୍ରୀମତୀ ଗାୟତ୍ରୀଙ୍କ ବାପଘର ଗଞ୍ଜାମ ଜିଲ୍ଲାରେ ବୋଲି ଜଣାପଡିଛି.

related posts

Leave a Comment