Home Breaking News / ତାଜା ଖବର ପୋଷା କୁକୁରକୁ ତୀର ମାଡ଼

ପୋଷା କୁକୁରକୁ ତୀର ମାଡ଼

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପୋଷା କୁକୁରକୁ ତୀର ମାଡ଼ । ନୂଆ ଜୀବନ ପାଇଲା । ପେଟରେ ପଶିଥିଲା ତୀର । ମାଲକାନଗିରି ଜିଲ୍ଲା ଏମ. ଭି.17 ଗ୍ରାମର ଘଟଣା । ଭେଟେରିନାରୀ ଡାକ୍ତର ବିକାଶ ଚନ୍ଦ୍ର ସର୍ଦ୍ଦାର କଲେ ବିରଳ ସର୍ଜରୀ ମାଲକାନଗିରି ଜିଲ୍ଲାର ଏମ. ଭି.17 ନମ୍ବର ଗ୍ରାମର ରିତା ସରକାରଙ୍କ ପୋଷା କୁକୁରକୁ କେହି ଜଣେ ଦୁର୍ବୁତ୍ତ ତୀର ମାଡ଼ କରିଥିଲା । ତୀର ଟି କୁକୁରର ଡାହାଣ ପଟ ପେଟରେ ପଶି ଯାଇଥିଲା । ଲୁହା ତୀର ଟି ପେଟରେ ପଶିବା ଯନ୍ତ୍ରଣା କୁ ସହି ନପାରି କୁକୁର ଟି ତୀରକୁ ବାହାର କରିବା ପାଇଁ ତୀରରେ ଲାଗିଥିବା ବାଉଁଶ କଣି କାମୁଡି କାମୁଡି ବାହାର କରିବାକୁ ଚେଷ୍ଟା କଲା ବେଳେ ବାଉଁଶ ଖଣ୍ଡ ଭାଙ୍ଗି ପାଟି ଭିତରେ ପଶି ଯାଇଥିଲା । ପେଟରେ ତୀର ଓ ପାଟିରେ ବାଉଁଶ ଲାଗିଥିବା ଯୋଗୁଁ କୁକୁରଟି ଅକଥନୀୟ ଯନ୍ତ୍ରଣା ପାଉଥିଲା । ଏବଂ ଏହି ଅବସ୍ଥାରେ ରହିଲେ କୁକୁରଟିର ମୃତ୍ୟୁ ସୁନିଶ୍ଚିତ ଥିଲା । କୁକୁରର ମାଲିକାଣି ରୀତା ସରକାର ମାଲକାନଗିରି ଜିଲ୍ଲାର ମାଥିଲି ପ୍ରାଣୀ ଚିକିତ୍ସାଳୟକୁ ଆଣିଥିଲେ ଚିକିତ୍ସା ପାଇଁ । ସେଠାରେ ଭେଟେରିନାରୀ ଆସିଷ୍ଟାଣ୍ଟ ସର୍ଜନ ଡାକ୍ତର ବିକାଶ ଚନ୍ଦ୍ର ସରକାର ଏହି କେସ୍ କୁ ଏକ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରି ଅପରେସନ ଆରମ୍ଭ କରିଥିଲେ । କୁକୁରକୁ ଆନାସ୍ଥେସିଆ ଇଞ୍ଜେକ୍ସନ ଦେବା ପରେ ଡାକ୍ତର ସର୍ଦ୍ଦାର କୁକୁର ପେଟରୁ ତୀର ଏବଂ ପାଟିରୁ ଖଣ୍ଡ ବାହାର କରିବା ପାଇଁ ଅପରେସନ ଆରମ୍ଭ କରିଥିଲେ ।

ଦୀର୍ଘ 3 ଘଣ୍ଟା ଧରି ଚାଲିଥିଲା କୁକୁର ର ଅପରେସନ ଏବଂ କୁକୁରଟିର ଜୀବନ ବଞ୍ଚି ଯାଇଥିଲା । ଡାକ୍ତର ସର୍ଦ୍ଦାର ଙ୍କୁ ଏହି ଅପରେସନ ରେ ସହଯୋଗ କରିଥିଲେ ଡାକ୍ତର ବିପଦ ତାରଣ ବିଶ୍ୱାଳ, ଡାକ୍ତର ଶୁଭମ ପରିଡା, ଏଲ. ଆଇ. ସବିତା ମହାପାତ୍ର ଓ କରୁଣାକର ସ୍ୱାଇଁ ।
ସଫଳତାର ସହ ତୀର ବାହାର କରିବା ପରେ କ୍ଷତ ସ୍ଥାନ କୁ ସିଲେଇ କରି ବ୍ୟାଣ୍ଡେଜ୍ କରିଦିଆଯାଇଛି । କୁକୁର ଟିକୁ ଆଣ୍ଟି ବାୟୋଟିକ ଏବଂ ପେନ୍ କିଲର ଇଞ୍ଜେକ୍ସନ ମଧ୍ୟ ଦିଆ ଯାଉଛି । ମାଲକାନଗିରି ଭଳି ସ୍ଥାନରେ ଏଇ ଭଳି ସର୍ଜରୀ କରିବାରେ ସଫଳତା ଲାଭ କରିଥିବା ପ୍ରାଣୀ ଚିକିତ୍ସକ ଡାକ୍ତର ବିକାଶ ଚନ୍ଦ୍ର ସର୍ଦ୍ଦାର କହିଛନ୍ତି

କୁକୁରଟିର ସ୍ୱାସ୍ଥ୍ୟ ଏବେ ଭଲ ଅଛି । 2 ସପ୍ତାହ ପରେ କୁକୁରଟିର ଷ୍ଟିଚ୍ ଖୋଲାଯିବ, ଏବଂ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବ” ।

related posts

Leave a Comment