Home Breaking News / ତାଜା ଖବର ସିଟ ବେଲ୍ଟ ଓ ହେଲମେଟ ପାଇଁ ଟ୍ରକ ଡ୍ରାଇଭରକୁ ଜୋରିମାନା କଲେ ପୋଲିସ ଏସଆଇ

ସିଟ ବେଲ୍ଟ ଓ ହେଲମେଟ ପାଇଁ ଟ୍ରକ ଡ୍ରାଇଭରକୁ ଜୋରିମାନା କଲେ ପୋଲିସ ଏସଆଇ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୟୁରଭଞ୍ଜ(ଅବିନାଶ ମହାନ୍ତି): ଦୁଇହଜାର ଟଙ୍କା ଲାଞ୍ଚ ମାଗି ବିଫଳ ହେବାରୁ ପୋଲିସ ଏସ ଆଇ ଦେଖାଇଲେ ଖାକିର ଦବଙ୍ଗୟୀ। ଗୋଟେପଟେ ମହାମାରୀ କରୋନା କାହାକୁ କନ୍ଦାଉଛି ତୋ ପୁଣି କାହାପାଇଁ ସୃଷ୍ଟି କରୁଛି ରୋଜଗାରର ସୁଯୋଗ । ଏଭଳି ସୁଯୋଗର ହାତଛଡା କରୁନାହାନ୍ତି ମୁଷ୍ଟିମେୟ ଅସାଧୁ ପୋଲିସ ଅଫିସର। ସୁଯୋଗର ଫାଇଦା ନେବାକୁ ଯାଇ ଜାହିର କରୁଛନ୍ତି ଖାକିର ବାହାଦୁରୀ। ଏବେ ସାମ୍ନାକୁ ଆସିଥିବା ଘଟଣା ଅନୁଯାୟୀ ଜୋରିମାନାକୁ ନେଇ ବିବାଦରେ ପୋଲିସ ଏସ ଆଇ। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା
ଏସ ଆଇ ଅଜୟ କୁମାର ରାଉଳଙ୍କ ନାମରେ ଲାଞ୍ଚ ମାଗିବା ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଜଣେ ଟ୍ରକ ଡ୍ରାଇଭର। ଯିଏକି ରୂପସା ରୁ ସିମେଣ୍ଟ ବୋଝେଇ କରି ଯାଉଥିଲେ ଗାଁଅଜର୍ଦା। ରାସଗୋବିନ୍ଦପୁରରେ ଟ୍ରକ ଅଟକାଇ କଥା ହେବା ପାଇଁ ଡ୍ରାଇଭରକୁ ଡାକିଥିଲେ ଥାନାରେ କାର୍ଯ୍ୟରତ ଏସ ଆଇ ଅଜୟ କୁମାର ରାଉଳ। ଆଉ ଡ୍ରାଇଭରକୁ ମାଗିଲେ ୨ହଜାର ଟଙ୍କା। ମାତ୍ର ମାଲିକ ଦେଇନାହାନ୍ତି କହି ଡ୍ରାଇଭର ଅସହାୟତା ପ୍ରକାଶ କରିବାରୁ ରାଗିଗଲେ ପୋଲିସ ଏସ ଆଇ ରାଉଳବାବୁ। ରାଜ୍ୟ ସରକାର ଦେଇଥିବା କ୍ଷମତାର ସଦବ୍ୟବହାର କରି କାଟିଲେ ୪୫୦୦/-ଟଙ୍କାର ଅନଲାଇନ ଚାଲାଣ। ତାହା ପୁଣି ସିଟବେଲ୍ଟ ଏବଂ ହେଲମେଟ ପାଇଁ। ତେବେ ଏଠାରେ ସିଟବେଲ୍ଟ କଥା ସ୍ଵୀକାର କରାଯାଇ ପାରେ କିନ୍ତୁ ଟ୍ରକ ଡ୍ରାଇଭର ହେଲମେଟ ପିନ୍ଧିବ କେମିତି। ଆଉ ହେଲମେଟ ପାଇଁ ଚାଲାଣ କାଟିବା କେତେ ଯୁକ୍ତିଯୁକ୍ତ ତାକୁନେଇ ଉଠିଛି ପ୍ରଶ୍ନବାଚୀ। ଯାହା ପ୍ରମାଣ କରୁଛି ସଂପୃକ୍ତ ପୋଲିସ ଏସ ଆଇ ଅଜୟଙ୍କୁ ତାଙ୍କର ଦାବି ମୁତାବକ ଲାଞ୍ଚ ଅର୍ଥ ନ ଦେଲେ ସେ କିଛିବି କରିପାରିବେ। କାହିଁକି ନା ଅଜୟଙ୍କ ଦେହକୁ ଢାଙ୍କିଛି ଖାକି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଛି । ଏନେଇ ପ୍ରତିକ୍ରିୟା ପାଇଁ ଏସ ଆଇ ଅଜୟ କୁମାର ରାଉଳଙ୍କୁ ବହୁବାର ସମ୍ପର୍କ ପରେ ଫୋନ ରିସିଭ କରି ସ୍ୱୀକାର କରିଥିଲେ ଭୁଲରେ ପଡି ଯାଇଛି।
ଏସ ଆଇ ଅଜୟ କୁମାର ରାଉଳଙ୍କ ସହ ଫୋନ ବାର୍ତ୍ତଳାପ
ଅନ୍ୟପକ୍ଷରେ ବିଭିନ୍ନ ସମୟରେ ବିବାଦୀୟ ରହି ଆସିଥିବା ସଂପୃକ୍ତ ଏସ ଆଇ ଅଜୟଙ୍କୁ ସୁରକ୍ଷା ଦେଉଛି କିଏ ବୋଲି ଏବେ ଆଲୋଚନା ଜୋର ଧରିଛି। ତେବେ ଆଜିର ଘଟଣା ଉପରେ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ବିଚାର କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

related posts

Leave a Comment