Home Breaking News / ତାଜା ଖବର କରୋନା ସଂକ୍ରମଣ ରୋକିବା ପାଇଁ ଦୁଇଦିନିଆ ସଟଡାଉନର ପ୍ରଭାବ: ଦୋକାନ ବଜ଼ାର ବନ୍ଦ, ରାସ୍ତା ଘାଟ ଶୂନଶାନ

କରୋନା ସଂକ୍ରମଣ ରୋକିବା ପାଇଁ ଦୁଇଦିନିଆ ସଟଡାଉନର ପ୍ରଭାବ: ଦୋକାନ ବଜ଼ାର ବନ୍ଦ, ରାସ୍ତା ଘାଟ ଶୂନଶାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ- (ସୁନୀଲ ପଟନାୟକ)ଶନିବାର ଓ ର ବିବାର ଦୁଇଦିନିଆ ସଟ ଡ।ଉନର ପ୍ରଭାବ ଆଜି ଫୁଲ ବାଣୀରେ ଦେଖିବାକୁ ମିଳିଛି ।
ମହାମାରୀ କରୋନା ସଂକ୍ରମଣର ଦ୍ଵିତୀୟ ଲହର ଦ୍ରୁତ ଗତି ରେ ବୃଦ୍ଧି ପାଉଥିବା ରୁ ଏହାକୁ ରୋକିବାକୁ ରାଜ୍ୟସରକାର ଗତ ସପ୍ତାହରୁ ପ୍ରତି ଶନିବାର ଓ ରବିବାର ସଟ୍ ଡାଉନ ଘୋଷଣା କରିବା ପରେ ଆଜି ଦ୍ୱିତୀୟ ଥର ସଟ ଡାଉନରେ କନ୍ଧମାଳ ଜିଲ୍ଲା ର ସଦରମହକୁମା ଫୁଲବାଣୀ ରେ ଦୋକାନ ବଜାର ସବୁ ବନ୍ଦ ରହିଛି l ପୋଲିସ ସହରରେ ପଇଁତରା ମାରିବା ସହ ବିଭି ନ୍ନ ଛକରେ ଯିବା ଆସିବା ଲୋକଙ୍କୁ ଯାଂଚ୍ କରୁଛି l କେବଳ ଜରୁରୀ କାଳୀନ ସେବା ବ୍ୟତୀତ ଦୋକାନ ବଜାର ସହ ଗାଡ଼ି ଚଳାଚଳସମ୍ପୂର୍ଣ ବନ୍ଦ ରହିଛି l ଫୁଲବାଣୀ ସହରରେ ଗୋଟେ ପ୍ଲାଟୁନ ପୋଲିସ ଫୋର୍ସ ସହ 4 ରୁ 5 ଜଣବରୀଷ୍ଟ ଅଫିସର ନିୟୋଜିତ କରାଯାଇଛି l ବାହାରୁ ଆସୁଥିବା ଲୋକ ମାନଙ୍କୁ ଫେରେଇ ଦିଆ ଯାଉଛି |କନ୍ଧମାଳ ଜିଲ୍ଲା ର ୯ ଟି ସ୍ଥାନରେ ଥିବା ପ୍ରବେଶ ପଥରେ ପୋଲିସ ଯାଞ୍ଚ କରିବା ସହ ପଚରାଉଚରା କରୁଛି l ବାହାରୁ ଆସୁଥିବା ସନ୍ଦିଗ୍ଧ ଲୋକ ମାନଙ୍କ ର ଦୁଇଦିନ ଭିତରେ ଥିବା କଭିଟ୍ ରିପୋର୍ଟ କୁ ମଧ୍ୟ ଯାଞ୍ଚ କରାଯାଉଛି |
ଯଦି ପାଖରେ ରିପୋର୍ଟ ନଥାଏ ତାହାହେଲେ
ନିକଟସ୍ଥ TMC ସେଣ୍ଟର ରେ କ୍ୱା ରେନ୍ ଟାଇନ୍ ସେଣ୍ଟେର ରଖାଯିବାର ବ୍ୟବସ୍ଥା କରାଯାଇଛି l ସଟଡାଉନ ବେଳେ ବାହାରେ ନ ବୁଲି ଘରେ ସୁରକ୍ଷିତ ଭାବେ ରହିବାକୁ ପରାମର୍ଶ ଦେଇଛି ପୋଲିସ। ସେହିପରି ଜିଲ୍ଲାର ବାଲିଗୁଡ଼ା ଜିଉଦୟଗିରିରେ ମଧ୍ୟ ସଟ ଡ଼ାଉନର ପ୍ରଭାବ ଦେଖିବାକୁ ମିଳିଛି । ସେଠାରେ ମଧ୍ୟ ସମସ୍ତ ଦୋକାନବଜାର ଗାଡି ଚଳାଚଳ ବନ୍ଦ ରହିଛି । ବିଭିନ୍ନ ଛକ ସ୍ଥାନରେ ପୋଲିସ ମୃତୟନ କରିବା ସହ ପେଟ୍ରୋଲିଙ୍ଗକୁ କଡ଼ାକଡ଼ି କରାଯାଇଛି।ଫୁଲବାଣୀରେ ଏସିଡିପିଓ ମହେନ୍ଦ୍ରନାଥ ମୁର୍ମୁ ଓ ଟାଉନଥାନା ଅଧିକାରୀ ସୁଶାନ୍ତ ସେ ଠି ତଦାରଖ କରୁ ଥବା ବେଳେ ବାଲିଗୁଡ଼ାରେ ଏସଡିପିଓ ମନୋଜ ପୂଜାହାରୀ ଓ ବାଲିଗୁଡ଼ା ଥାନା ଅଧିକାରୀ ପ୍ରଶାନ୍ତ ବେହେରା ସତର୍କ ଦୃଷ୍ଟି ରଖିଛନ୍ତି । ସେହିପରି ଜିଉ ଦୟଗିରିରେ ଏସଡିପିଓ ଓ ଥାନା ଅଧିକାରୀ ନରେଶ କୁମାର ସାହୁ .ସତର୍କ ନଜର ରଖିଛନ୍ତି ।

related posts

Leave a Comment