Home Breaking News / ତାଜା ଖବର ରାସ୍ତା ନକରି ଲୁଟି ନେଲେ ଟଙ୍କା

ରାସ୍ତା ନକରି ଲୁଟି ନେଲେ ଟଙ୍କା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବାସୁଦେବପୁର(ଭରତ କୁମାର ନାୟକ): ଗମନାଗମନରେ ସୁବିଧା ହେଲେ ଗ୍ରାମାଞ୍ଚଳର ବିକାଶ ହେବ । ଗାଁର ବିକାଶ ହେଲେ ଆର୍ଥିକ ପ୍ରଗତି ବୃଦ୍ଧି ପାଇବ । ଏଥିପାଇଁ ସରକାର କରୁଛନ୍ତି ଯୋଜନା ପରେ ଯୋଜନା । ଲୋକେ ଏହାର ସୁଫଳ ପାଇବା ପୂର୍ବରୁ ଅଧାବାଟରୁ ହେଉଛି ବାଟ ମାରଣା । ଗୋଟିଏ ରାସ୍ତାର ତିନି ଫଳକ । ଦେଖିବା ଭଦ୍ରକ ବାସୁଦେବପୁରରୁ ଏହି ରିପୋର୍ଟ ।
ଗାଁ ଦାଣ୍ଡକୁ ଲମ୍ବି ଯାଇଛି କଙ୍କ୍ରିଟ୍ ରାସ୍ତା । ସଂଯୋଗ ହୋଇଛି ମୁଖ୍ଯ ରାସ୍ତାକୁ । ଚଳାଚଳ କରୁଛିନ୍ତ ଗ୍ରାମବାସୀମାନେ । ଗ୍ରାମାଞ୍ଚଳ ବିକାଶରେ ପ୍ରଗତି ପ୍ରତିଧ୍ବନିତ କରୁଛି ଗାଁ ମୁଣ୍ଡରୁ ଆଗକୁ ମାଡି ଯାଇଥିବା କଙ୍କ୍ରିଟ ରାସ୍ତା । ଏ …ହେଉଛି ଭଦ୍ରକ ଜିଲ୍ଲାର ବାସୁଦେବପୁର ଜଗନ୍ନାଥପୁର ପଞ୍ଚାୟତର ରାସ୍ତା । ଗୋଟିଏ ରାସ୍ତାର ଲାଗିଛି ତିନି ସ୍ବଚ୍ଛତାର ଫଳକ । ଦୁଇଟି ରାସ୍ତା ନିର୍ମାଣ କରାଯାଇ ବିଲ୍ ପୈଠ ହୋଇଛି । ଅନ୍ୟଟି
ଟିକିଏ ଭଲ କରି ନଜର ପକାନ୍ତୁ ଏହି ଫଳକ ଉପରେ । କାର୍ଯ୍ଯ ନକରି ପୁନଶ୍ଚ ୨୦୧୬-୧୭ ଆର୍ଥିକ ବର୍ଷ SPF ଯୋଜନାର ୫ ଲକ୍ଷ ଏକ ସ୍ବଚ୍ଛତା ଫଳକ ଲଗାଇ ବିଭାଗୀୟ ଅଧିକାରୀଙ୍କ ନାମରେ ଅର୍ଥ ଉଠା ଯାଇଛି । ମିଳିମିଶି କିଏ କରିଛନ୍ତି ଲୁଟ୍ , କାଗ ବିଲ୍ ହେବା ପୂର୍ବରୁ ସହକାରୀ ଯନ୍ତ୍ରୀ ଓ ବିଡିଓ ତଦାରଖ କଲେ ନାହିଁ । ସବୁ ଅଧିକାରୀ ଏକାଠି ହୋଇ ଅର୍ଥ ହଡ଼ପ କରିଛନ୍ତି ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ।

 ଭଦ୍ରକ ଜିଲ୍ଲାର  ବାସୁଦେବପୁର ବ୍ଲକର ଜଗନ୍ନାଥପୁର ପଞ୍ଚାୟତର ଜଗନ୍ନାଥପୁର ରାସ୍ତାରୁ ରାସ୍ତାର ସାହି ଛକ, ଭାୟା ଗଜ ଜେନା ଘରକୁ  ୨୦୧୪-୧୫ ଆର୍ଥିକ ବର୍ଷରେ ବିଧାୟକଙ୍କ ଆଞ୍ଚଳିକ ପାଣ୍ଠିରୁ ୫ ଲକ୍ଷ ଟଙ୍କା,  ୨୦୧୯-୨୦୨୦ ଆର୍ଥିକ ବର୍ଷର ଫୋର୍ଥ SFC ଯୋଜନାର ନବୀନ ରାଉତ ଘର ଠାରୁ ରାୟ ସାହି ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଓ ମରାମତି ପାଇଁ ୨ ଲକ୍ଷ ଟଙ୍କା , ପ୍ରଦାନ କରାଯାଇ ଥିଲା ।  ୨୦୧୬-୧୭ ଆର୍ଥିକ ବର୍ଷ SPF ଯୋଜନାର ୫ ଲକ୍ଷ ଟଙ୍କାର କଙ୍କ୍ରିଟ ରାସ୍ତା ନିର୍ମାଣ ପାଇଁ ବ୍ୟୟ ବରାଦ ହୋଇଥିଲା । ଏହି ନିର୍ମାଣ କାର୍ଯ୍ଯ ବିଭାଗୀୟ ଅଧିକାରୀଙ୍କ ନାମରେ ରଖି କାର୍ଯ୍ଯ ନକରି ଆସିଥିବା  ଅର୍ଥ ହଡପ କରିଛନ୍ତି । ବିଡିଓ କହିଛନ୍ତି  ତଦନ୍ତ କରିବା ପାଇଁ  ସହକାରୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  ବୋଲି କହିଛନ୍ତି  । ତୁରନ୍ତ ତଦନ୍ତ କରାଯାଇ ଦୃଷ୍ଟାନ୍ତ ମୂଳକ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବାକୁ ଜନସାଧାରଣଙ୍କ ପକ୍ଷରୁ ଦାବୀ ହେଉଛି ।

related posts

Leave a Comment