Home Breaking News / ତାଜା ଖବର ରୋଗ ଶଯ୍ୟାରେ ପରିବାର ମୁଖ୍ୟ: ଚିନ୍ତାରେ ପାଞ୍ଚପ୍ରାଣୀ

ରୋଗ ଶଯ୍ୟାରେ ପରିବାର ମୁଖ୍ୟ: ଚିନ୍ତାରେ ପାଞ୍ଚପ୍ରାଣୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭଞ୍ଜନଗର(ସମୀର କୁମାର ମହାପାତ୍ର): ରୋଜଗରିଆ ପୁଅ ଏବେ ରୋଗ ଶଯ୍ୟାରେ । ଚଳ ପ୍ରଚାଳ ହେବାକୁ ଏବେ ପାଉନି ବଳ ।ପ୍ରତି ୩ଦିନକୁ ଥରେ ଚିକିତ୍ସା ପାଇଁ ଚାରିହଜାର ଆବଶ୍ୟକ ହେଉଛି । ଏଭଳି ପରିସ୍ଥିତି ରେ ବିଚଳିତ ପରିବାର । ଥିବା ଟଙ୍କା ସହ ଜମିବାଡ଼ି , ସୁନା ଅଳଙ୍କାର ସବୁ ସାରିଗଲାଣି । ଏବେ ସରକାରୀ ସହାୟତା କୁ ଅପେକ୍ଷା ।
ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ କ୍ଷେତ୍ରୟବରପୁର ନିକଟ ବାଘୁଅପଲ୍ଲୀ ଗାଁ ଉପେନ୍ଦ୍ର କୁମାର ଗୌଡ଼ । 36ବର୍ଷ ବୟସରେ ନିଜ ଶରୀରର ଦୁଇ କିଡିନି ହରାଇ ବସିଛନ୍ତି ।ରେଜଗାର କରି ପରିବାର ବୋଝ କୁ ସମ୍ଭାଳିବା ବୟସରେ ଏବେ ସେ ପରିବାର ପାଇଁ ବୋଝ ହୋଇଯାଇଛନ୍ତି । ରାଜ୍ୟ ବାହାର ବେଙ୍ଗାଳୁରୁ ରେ ଦାଦନ ଖଟି ନିଜ ପରିବାରର ଗୁଜୁରାଣ ମେଣ୍ଟାଉଥିଲେ ତିନି ବର୍ଷ ପୂର୍ବେ ଦିନେ ହଠାତ ଅସୁସ୍ଥ ହୋଇପଡି ଥିଲେ କାମଧନ୍ଦା କରିବାକୁ ଶରୀର ସାଥ ଦେଇନଥିଲା ଗାଁ କୁ ଫେରିଆସି ସ୍ବାସ୍ଥ୍ୟ ପରୀକ୍ଷାରୁ ନିଜ ଦୁଇ କିଡନୀ ଅକାମି ହୋଇପଡିଥିବା ଜାଣିବା ପରେ ପରିବାର ସଦସ୍ୟ ଙ୍କ ମୁଣ୍ଡଉପରେ ଯେମିତି ଛିଡି ପଡିଛି ଦୁଃଖର ପାହାଡ । ୩ବର୍ଷର ଚିକିତ୍ସା ଭିତରେ ନିଜର ସର୍ବସ୍ବ ସମ୍ବଳ ଏପରିକି ଜମିବାଡ଼ି, ସୁନା, ସବୁ ସାରିଗଲାଣି । ଏବେ ପ୍ରତି ସପ୍ତାହ ରେ ଦୁଇଥର ଡାଇଲୋସିସ ପାଇଁ କଟକ ଯିବାକୁ ପଡୁଛି । ଯଉଁଥିରେ ସର୍ବ ନିମ୍ନ ଚାରିହଜାର ଟଙ୍କା ଆବସ୍ୟାକ ହେଉଛି ।
ଚିକିତ୍ସା ପାଇଁ ଅର୍ଥ ବାଧକ ହୋଇଥିବା ବେଳେ ଏବେ ସାହି, ପଡୋଶୀ,ସମାଜ, ସମ୍ପର୍କୀୟ ମାନଙ୍କ କିଛି କିଛି ଆର୍ଥିକ ସହାୟତାରେ ଆଜିଯାଏ ଯେନ ତେନ ପ୍ରକାରଣ ଚାଲିଗଲା ଆଗକୁ କଣ ହେବ ତାକୁନେଇ ବାପା ବିଶ୍ୱନାଥ ଗୌଡ଼ ଓ ପରିବାର ଚିନ୍ତିତ । ବୁଢାକାଳେ ପୁଅ ସହାୟ ହେବ ବୋଲି ବାପା ମା ଆଶା ରଖିଥିଲେ ହେଲେ ଦଇବ ଦାଉସାଧୁଛି । ଭେଣ୍ଡିଆ ପୁଅକୁ ରୋଗ ଶଯ୍ୟାରେ ଦେଖି ସମସ୍ତେ ଭାଙ୍ଗି ପଡିଛନ୍ତି । ଅର୍ଥାଭାବରୁ ଦୁଇ ପିଲାଙ୍କ ପାଠ ପଢ଼ାରେ ଡୋରି ବନ୍ଧା ହୋଇଗଲାଣି । ଆଗକୁ ପରିବାରର ଅବସ୍ଥା କଣ ହେବ ତାହାକୁ ନେଇ ପରିବାରର ପଞ୍ଚା ପ୍ରାଣୀ ଏବେ ଚିନ୍ତା ରେ ଦିନ କାଟୁଛନ୍ତି । ସରକାର କିମ୍ବା କୋୖଣସି ବଦାନ୍ୟ ବ୍ୟକ୍ତି ସହଯୋଗ ର ହାତ ବଢାଇଲେ ପରିବାର ଟି ଦୁଃଖ ସାମାନ୍ୟ ଲାଘବ ହୋଇପାରିବ ବୋଲି ସାହି ବାସିନ୍ଦା ଆଶା ପୋଷଣ କରିଛନ୍ତି ।

related posts

Leave a Comment