Home Breaking News / ତାଜା ଖବର ସାମ୍ବାଦିକ ଦେବେନ୍ଦ୍ର ସାମନ୍ତରାୟଙ୍କ ବିୟୋଗରେ କଙ୍କଡାହାଡ଼ ବ୍ଲକ ସମ୍ବାଦିକ ସଂଘର ଶୋକସଭା

ସାମ୍ବାଦିକ ଦେବେନ୍ଦ୍ର ସାମନ୍ତରାୟଙ୍କ ବିୟୋଗରେ କଙ୍କଡାହାଡ଼ ବ୍ଲକ ସମ୍ବାଦିକ ସଂଘର ଶୋକସଭା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ଼(ନବକିଶୋର ସାହୁ):କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘ ତରଫରୁ ବରିଷ୍ଠ ସାମ୍ବାଦିକ ସମ୍ବାଦ ସମ୍ବଲପୁର ସଂସ୍କରଣ ମୁଖ୍ୟ ଦେବେନ୍ଦ୍ର ସାମନ୍ତରାୟ ଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହେଇଥିଲା ।କରୋନା ମହାମାରୀ ରେ ସଂକ୍ରମିତ ହେଇ ଭୁବନେଶ୍ୱର ର ଏକ ଘରୋଇ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗଣମାଧ୍ୟମ ରେ ଉଲେଖ୍ୟନିୟ କାର୍ୟ୍ଯ କରି ପ୍ରଶଂସାର ପାତ୍ର ହେଇଥିଲେ ।ରକ୍ତଦାନ ଭଳି ମହତ କାର୍ୟ୍ଯ ପାଇଁ ଉତ୍ସାହିତ କରି ଅଧିକ ଲୋକପ୍ରିୟ ହେଇ ପାରିଥିଲେ । ଗଣମାଧ୍ୟମ ଜଗତର ଜଣେ ପ୍ରତିଷ୍ଠିତ ସାମ୍ବାଦିକ ଙ୍କୁ ହରାଇ ଯେଉଁ ଅପୁରଣୀୟ କ୍ଷତି ହେଇଅଛି ତାକୁ ଭରଣା କରି ହେବ ନାହିଁ ।ଦେବେନ୍ଦ୍ର ସାମନ୍ତରାୟ ଙ୍କ ବିୟୋଗରେ ଅନୁଗୁଳ ଜିଲ୍ଲା ଓ ଢେଙ୍କାନାଳ ଜିଲ୍ଲା ର ସାମ୍ବାଦିକ ଓ ବୁଦ୍ଧିଜୀବୀ ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଅଛି ।ପୂର୍ବରୁ ସେ ଅନୁଗୁଳ ସମ୍ବାଦ ସଂସ୍କରଣ ରେ କାର୍ୟ୍ଯ କରୁଥିଲେ ।ତାଙ୍କ ଅମର ଆତ୍ମାର ସତଗତି ପାଇଁ ନିରବ ପ୍ରାଥନା କରାଯାଇଥିଲା ।ଶୋକସଭାରେ ସମ୍ବାଦିକ ସଂଘ ସଭାପତି ରାଜେଶ ଦେହୁରୀ,ସମ୍ପାଦକ ଟୁକୁନୁ ବିଶ୍ୱାଳ,କୋଷାଧ୍ୟକ୍ଷ ନବକିଶୋର ସାହୁ,ଉପଦେଷ୍ଟା ଦିବ୍ୟସିଂହ ଦେହୁରୀ,ବିରବର ସାହୁ,କମିଟି ସସଦସ୍ୟ ଟଙ୍କଧର ନାଏକ,ବିରଞ୍ଚି ସାହୁ,ଦୀପକ ସାହୁ,ଚଗଲା ଦେହୁରୀ,ରିତେଶ ବ୍ରହ୍ମା,ପ୍ରକାଶ ଦେହୁରୀ,ମାନସ ନାଏକ,ରଞ୍ଜିତ ନାଏକ, ସଂକର୍ଷଣ ନାଏକ ଉପସ୍ଥିତ ଥିଲେ ।

related posts

Leave a Comment