Home Breaking News / ତାଜା ଖବର ପ୍ରଶାସନୀକ ଅବହେଳା ପାଇଁ ଚାଲିଗଲା ଯୁବ ବ୍ୟବସାୟୀଙ୍କ ଜୀବନ

ପ୍ରଶାସନୀକ ଅବହେଳା ପାଇଁ ଚାଲିଗଲା ଯୁବ ବ୍ୟବସାୟୀଙ୍କ ଜୀବନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପୋଲଶରା(ଅଭିମନୁମିଶ୍ର): ଗଞ୍ଜାମଜିଲ୍ଲା ର ବୁଗୁଡା ଗୋଷ୍ଠୀ ସ୍ଵସ୍ଥ୍ଯ କେନ୍ଦ୍ର ସାମ୍ନାରେ ଥିବା ଚାଉଳ ବ୍ଯବସାୟୀ ବି. ଜୟରାମ ପାତ୍ର 46 ଗୁରବାର ସକାଳ 04.20 ବୁଗୁଡା ମେଡିକାଲରେ ମୃତ୍ୟୁବରଣ କରିଛନ୍ତି l ସେ ବାପା, ମା ଙ୍କ ସହିତ ରହୁଥିବା ବେଳେ ତାଙ୍କ ସ୍ତ୍ରୀ ଓ ଏକମାତ୍ର 12 ବର୍ଷର ପୁଅକୁ ନେଇ ବହୁ ବର୍ଷଧରି ବାପ ଘରେ ରହିଥିବା ଜଣାଯାଇଛି l ଅର୍ଦ୍ଧ ଚେତନା ଅବସ୍ଥାରେ ଶ୍ଵାସ କ୍ରିୟାରେ ଅସୁବିଧା ହେବା ଯୋଗୁ ବାପା ବି. ସୁବାଷ ପାତ୍ର ରାତ୍ର 11 ରେ ମେଡିକାଲ ଯାଇ ଡାକ୍ତରଙ୍କୁ ଅନୁରୋଧ କରିଥିଲେ ଟିକେ ଘରକୁଯାଇ ଦେଖିବା ପାଇଁ କିନ୍ତୁ ଡାକ୍ତର ମନା କରିଥିଲେ l କରୋନା ଭୟରେ ସାହି ପଡୋଶୀ ସହଯୋଗ କରିନଥିବା ବେଳେ ଘର ମେଡିକାଲ ସାମ୍ନାରେ ହୋଇଥିଲେ ମଧ୍ୟ ସେ ଏକା ପୁଅକୁ ଆଣିପାରି ନଥିଲେ l ଡାକ୍ତର ଙ୍କ ପରାମର୍ଶ କ୍ରମେ ବାଧ୍ୟ ହୋଇ 108 କୁ କଲ କରିଥିଲେ କିନ୍ତୁ କଣ୍ଟ୍ରୋଲ ରୁମରୁ କହିଥିଲେ କରୋନା ରୋଗୀ ଏଣୁ 104 କୁ ଡାକନ୍ତୁ l 104 କୁ କଲ କରିବାରେ ସେମାନେ ମଧ୍ଯ ମନା କରିଥିଲେ l ପୁଣି 108 କୁ କଲ କରିବାରେ ଆମ୍ବୁଲାନ୍ସ ରାତ୍ର 1 ରେ ପହଁଚି ବୁଗୁଡା ମେଡିକାଲ ରେ ଭର୍ତି କରିଥିଲେ l ସେତେବେଳକୁ ବହୁତ ଡେରି ହୋଇଯାଇଥିଲା l ଡାକ୍ତର ଅକ୍ସିଜେନ ଦେବା ସହ ଚିକିତ୍ସା ଧିନ ଅବସ୍ତାରେ ଜୟରାମ ଙ୍କ ମୃତ୍ୟୁ ଘଟିଥିଲା l ସେ ପ୍ରାୟ ଏକ ମାସ ତଳେ କରୋନା ଟୀକା ନେଇଥିବା ଜଣା ଯାଇଛି I ପ୍ରଶାସନ ସ୍ୱସାନ୍ ନେବା ପାଇଁ ଆମ୍ବୁଲାନ୍ସ ଡାକି ଥିଲେ ମଧ୍ଯ ଜୟରାମ ଙ୍କ ବାପଠାରୁ ଆମ୍ବୁଲାନ୍ସ 4000 ଟଙ୍କା ଏବଂ କିଛି ଲୋକ ଦାହ କରିବା ପାଇଁ 10,000 ଟଙ୍କା ନେଇଥିବା ଜଣା ଯାଇଛି I ଅଞ୍ଚଳରେ ଆଲୋଚନା ହେଉଛି ସୋମବାର ଠାରୁ ଜୟରାମ ଙ୍କ ପଜେଟିଭ୍ ରିପୋର୍ଟ ଆସିଥିଲେ ମଧ୍ଯ ମଙ୍ଗଲ ବାର ପର୍ଯ୍ୟନ୍ତ ତାଙ୍କରି ଦୋକାନ ଖୋଲାଯାଇ ବ୍ଯବସାୟ ଚାଲୁ ରହିଥିଲା l ଏନ୍ଏସି ଅଧିକାରୀ ରଶ୍ମିରଞ୍ଜନ ଦାଶଙ୍କୁ ଫୋନ ଯୋଗେ ଯୋଗା ଯୋଗ କରିବାରେ କେହି ପଜେଟିଭ୍ ବାହାରେ ବୁଲୁଥିଲେ ଆମକୁ ଜାଣନ୍ତୁ ବୋଲି କହିଥିଲେ l ଏଭଲିକି ମଦନ ମୋହନ ଛକରେ ଜଣେ ପାନ ଦୋକାନୀ ଏବଂ ଗୋଟିଏ ମୋବାଇଲ ଦୋକାନୀ, ଗୋଟିଏ ବହି ଦୋକାନୀ ପଜେଟିଭ୍ ବାହାରି ଥିବା ବ୍ଯକ୍ତି ଦୋକାନ ଖୋଲି ବ୍ୟବସାୟ କରୁଥିବା ଅଭିଯୋଗ ହେଉଛି I ପଜେଟିଭ୍ ବାହାରିଥିବା ଘରେ କୌଣସି ଷ୍ଟିକର ଲଗା ଯାଉନାହିଁ l ସାନିଟାଇଜ କିମ୍ବା ବେରିକେଡ କରାଯାଉନାହିଁ l ଏନେଇ ଜଣେ ସାମାଜ ସେବି ଗଞ୍ଜମ୍ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଙ୍କୁ ଲିଖିତ ଜଣାଇବା ପରେ 5 ନମ୍ବର ଓାର୍ଡ ମୁଖ୍ୟ ସଡ଼କ ବୁଧବାର ବେରିକେଡ ହୋଇଥିଲା କିନ୍ତୁ ସାନିଟାଇଜ ହୋଇନଥିଲା I ଜୟରାମ ଙ୍କ ମୃତ୍ୟୁ ପରେ ଗୁରୁବାର କ୍ୟାଣ୍ଟନମେଣ୍ଟ ଜୁନ ସାନିଟାଇଜ ହୋଇଥିଲେ ମଧ୍ୟ ଅନ୍ୟ ପଜେଟିଭ୍ ବାହାରିଥିବା ଜାଗା ସାନିଟାଇଜ ହୋଇନଥିବା ଅଭିଯୋଗ ହେଉଛି I ଏନ୍ଏସି ଅଧିକାରୀ ରଶ୍ମିରଞ୍ଜନ ଦାଶ ସହର ମଧ୍ୟରେ ନଥିବା ଏବଂ ବହୁ ସମୟରେ ହାପ୍ ପ୍ୟାଣ୍ଟ ପିନ୍ଧି ସହର ବାହାରକୁ ଯାଇ ସେଠାରୁ କାର ଯୋଗେ ନିଜ ଗ୍ରାମକୁ ଚାଲି ଯାଇ ଦିନ ଦିନ ଧରି ରହୁଥିବା ଅଭିଯୋଗ ହେଉଛି I ଏଣୁ ଅଧିକାରୀଙ୍କ କାର୍ଯ୍ୟାଳୟ ସିସିଟିଭି କ୍ୟାମେରା ଉଚ୍ଚ ଅଧିକାରୀଙ୍କ ଦ୍ବାରା ଯାଂଚ କରିବା ପାଇଁ ଦାବି ହେଉଛି l ବୁଗୁଡା ବ୍ଲକରେ କରୋନା ପ୍ରଶାସନ ଅବହେଳା ପାଈଁ ବ୍ୟାପି ଉତ୍କଟ ରୂପ ଧାରଣ କରିବାକୁ ଯାଉଥିବା ବେଳେ ଏଥିପାଇଁ ଜିଲ୍ଲା ପ୍ରଶାସନ ଦାଇ ରହିବ ବୋଲି କିଛି ବୁଦ୍ଧିଜୀବି କହିଛନ୍ତି I ପ୍ରଶାସନ ଏବଂ ବିଡିଓ ତନ୍ମୟ ପାତ୍ର ମୃତ ଜୟରାମଙ୍କ ବାପାଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ଯ ପଜେଟିଭ୍ ରିପୋର୍ଟ ଦେଇନଥିବା କିନ୍ତୁ ମୋବାଇଲକୁ ମେସେଜ ଆସିଥିବା ଜଣା ଯାଇଛି l ପ୍ରଶାସନ ଡାକ୍ତର ଖାନାରେ ଭର୍ତି ନକରି ହୋମ ଆଇସୁଲେଶନ କରି ସ୍ଵସ୍ଥ୍ଯ ସ୍ଥିତି ବୁଝି ଠିକ୍ ଚିକିତ୍ସା ଯୋଗାଇ ନଥିବା ଯୋଗୁ ବ୍ଯବସାୟୀଙ୍କ ଜୀବନ ଚାଲିଯାଇଥିବା ଅଭିଯୋଗ ହେଉଛି l

related posts

Leave a Comment