Home Breaking News / ତାଜା ଖବର ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏନଏଚଏମ ଆକାଉଂଟରୁ ୫ କୋଟି ଟଙ୍କା ଗାୟବ

ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏନଏଚଏମ ଆକାଉଂଟରୁ ୫ କୋଟି ଟଙ୍କା ଗାୟବ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏନଏଚଏମ ଆକାଣ୍ଡରୁ ୫ କୋଟି ଟଙ୍କା ଗାୟବ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅଜାଣତରେ ୫ କୋଟି ୧ ଲକ୍ଷ ୫୦ ହଜାର ଟଙ୍କା ସରକାରୀ ଆକାଉଣ୍ଡରୁ ଗାୟବ ହୋଇଥିବାବେଳେ ଏନେଇ ଜିଲ୍ଲା ସିଡିଏମପିଏଚଓ କ୍ରାଇମ ବ୍ରାଂଚ କଟକ ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି । ଗତକାଲି ଏନଏଚଏମ ବିଭାଗର ଆକାଉଣ୍ଡ ବ୍ୟାଙ୍କରୁ ଯାଇ ମାସିକିଆ ଆକାଉଣ୍ଡଷ୍ଟେଟମେଂଟ ମାଗିଥିବାବେଳେ ୫ କୋଟିରୁ ଉର୍ଦ୍ଧ ଟଙ୍କା ନଥିବା ଜଣା ପଡିଥିଲା । କୌଣସି ଏକ ଆକାଉଣ୍ଡକୁ ୫ କୋଟି ୧ ଲକ୍ଷ ୫୦ ହଜାର ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣା ପଡିଛି । ତେବେ କିଏ ଓ କେଉଁ ପରିସ୍ଥିତିରେ ଏତେ ଟଙ୍କା ଗାୟବ କରିଛି ତାହା ସ୍ପଷ୍ଟ ଜଣା ପଡି ନାହିଁ । ଏତେ ବଡ ରକମର ଟଙ୍କା କିଭଳି ଅନ୍ୟ ଆକାଉଣ୍ଡକୁ ଟ୍ରାନ୍ସଫର ହେଲା ଏବଂ ଏହା ବିଭାଗୀୟ ଅଧିକାରୀ କିଭଳି ଜାଣି ପାରିଲେ ନେହିଁ ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେବେ ଟଙ୍କା ରାଉରକେଲାର ଏକ ଆକାଉଣ୍ଡକୁ ଯାଇଥିବା ସିଡିଏମପିଏଚଓ ସୁଚନା ଦେଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାମଲା ଦାୟର କରିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି । ଅପରପକ୍ଷେ ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ । ତଦନ୍ତ ପରେ ପ୍ରକୃତ ରହସ୍ୟ ଜଣା ପଡିବ ବୋଲି ସୁଚନା ଦେଇଛନ୍ତି ।

related posts

Leave a Comment