Home Breaking News / ତାଜା ଖବର ଇଞ୍ଜେକ୍ସନକୁ ଡ୍ରକ୍ସ ରୂପେ ବିକ୍ରି,ଚାରି ଗିରଫ

ଇଞ୍ଜେକ୍ସନକୁ ଡ୍ରକ୍ସ ରୂପେ ବିକ୍ରି,ଚାରି ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜୟପୁର(ବିଶ୍ୱଜୀତ ପାଣିଗ୍ରାହୀ): ଜୟପୁର ସହର ରେ ଚାଲିଥିଲା ବେଆଇନ ପେଇନ କିଲେର ଔଷଧ କାରବାର ।ଗତକାଲି ଜୟପୁର ଟାଉନ ପୋଲିସ ର ଯାଞ୍ଚ ବେଳେ ଏହାର ଖୁଲାସା କରାଯାଇଛି। କାରବାର ରେ ଜଡିତ ଥିବା ଚାରି ଜଣଙ୍କୁ ଗିରଫ କରାଯାଇଥିବା ନେଇ ଆଜି ଏକ ପ୍ରେସ ମିଟ ଯୋଗେ ସୂଚନା ଦେଇଛନ୍ତି ଜୟପୁର SDPO ଅରୁପ ଅଭିଷେକ ବେହେରା। ଗତକାଲି ସନ୍ଧ୍ୟା ରେ ଏକ କାର ଯୋଗେ କିଛି ଯୁବକ ଜୟପୁର ସହର ରେ ପେଣ୍ଟାଜୋସିନ ଲାକଟେଟ ନାମକ ପେଇନ କିଲେର ଔଷଧ କୁ ବେଆଇନ ଭାବେ କାରବାର କରୁଥିଲେ। ଏହି ଔଷଧ କୁ କୌଣସି ରୋଗୀ ଙ୍କୁ ଅସ୍ତ୍ରୋପ୍ରଚାର କରିବା ପରେ ଡ଼ାକ୍ତର ରୋଗୀଙ୍କୁ ଦେଇଥାନ୍ତି। ଡ଼ାକ୍ତରଙ୍କ ପ୍ରେସକିପିସନ ବିନା ଏହି ଔଷଧ ବିକ୍ରି କରିବା ବେଆଇନ ।ହେଲେ ଏମାନଙ୍କ ନିକଟ ରେ କୌଣସି ବିଲ କିମ୍ବା ବିଧିମାନ୍ୟ ସରକାରୀ ଅନୁମତି ନଥାଇ ୭୯୦ ଟି ସାମ୍ପୁଲ ବାହାରିଥିଲା।ପୋଲିସ ଓ ଡ୍ରକ୍ସ ଇନିସ୍ପେକ୍ଟର ଏବଂ ଅତିରିକ୍ତ ତହସିଲଦାରଙ୍କ ମିଳିତରେ ତଦନ୍ତ ପରେ ଜଣା ପଡ଼ିଛି ଏହି ଔଷଧ କୁ ଜୟପୁର ସହର ରେ ନିଶା ରୂପେ ବ୍ୟବହାର ନିମନ୍ତ କାରବାର ହେଉଥିଲା ।ବିଶେଷ କରି ଏହାକୁ ଯୁବକ ମାନେ ବ୍ୟବହାର କରୁଥିବା ଜଣାପଡୁଛି।ଜବତ ଔଷଧ ର ସାମ୍ପୁଲ ଟେଷ୍ଟ ପାଇଁ ପଠାଯାଇଛି ପୋଲିସ ଓ ଡ୍ରକ୍ସ ଇନସ୍ପେକ୍ଟର ର ମିଳିତ ତଦନ୍ତ ଜାରି ରହିଛି।ଗିରଫ ଚାରି ଙ୍କ ମଧ୍ୟରେ ଜଣେ ସିମିଳିଗୁଡାର ଆଉ ତିନି ଜଣ ଜୟପୁର ର ବୋଲି ଜଣା ପଡିଥିବା ବେଳେ ସେମିଳି ଗୁଡାର ବ୍ୟକ୍ତି ଏହାର ମାଷ୍ଟର ମାଇଣ୍ଡ ବୋଲି ସୂଚନା ଦେଇଛି ପୋଲିସ।ସେମାଙ୍କ ଠାରୁ ନଗଦ ୫୧ହଜାର ଟଙ୍କା , ଏକ କାର ଏବଂ ତିନୋଟି ମୋବାଇଲ ଜବତ ହୋଇଛି।
ଜୟପୁର ଟାଉନ ପୋଲିସ case no 109,date 30/04/21, under section 21(b) NDPS ACT/18 (C) /27(B) ii drugs & cosmetics act1940 ଅନୁଯାୟୀ ମାମଲା ରୁଜୁ କରିଥିବା ଜଣା ପଡ଼ିଛି

related posts

Leave a Comment