Home Breaking News / ତାଜା ଖବର ସକାଳୁଆ ଅଫିସ ହେଲେ ବାବୁମାନେ ବିଳମ୍ବରେ ଆସନ୍ତି

ସକାଳୁଆ ଅଫିସ ହେଲେ ବାବୁମାନେ ବିଳମ୍ବରେ ଆସନ୍ତି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ପ୍ରବଳ ଖରାକୁ ଦୃଷ୍ଟିରେ ରଖି ସରକାର ସକାଳୁଆ ଅଫିସ କରିଛନ୍ତି ସକାଳ ୭ଟାରୁ ଦିନ ଗୋଟାଏ ଯାଏ ସରକା ରି ଅଫିସଗୁଡିକ ଖୋଲାଯାଇଛି । ତେବେ ବାବୁମାନେ କିଏ ୯ଟାରେ କିଏ ୧୦ଟା ବେଳେ ଆସୁଥିବା ଲକ୍ଷ୍ୟ କରାଯାଉଛି। ଏଣେ ବିଭିନ୍ନ କାମରେ ଲୋକେ ଅଫିସ ଆସି ଘଣ୍ଟା ଘଣ୍ଟା ଅପେକ୍ଷା କରି ଫେରୁଛନ୍ତି । ଏପଟେ କୋରନା ଭୟ ବି ରହିଛି । ଶୁକ୍ରବାରଫିରିଙ୍ଗିଆ ବିଇ ଓ ଅଫିସ ଯଦିଓ ସକ।ଳୁ ଖୋଲିଥିଲା ହେଲେ ହାତଗଣତି ଦୁଇ ତିନି ଜଣ କର୍ମଚାରୀ ହିଁ ଥିବା ଦେଖିବାକୁ ମିଳିଥିଲା ଦିନ ୧୦ଟା ଯାଏ । ବିଇଓ ଆସି ନ ଥିଲେ କି ଆଉ କିଛି ବରୀଷ୍ଠ କର୍ମଚାରୀ, ଓ ଅଧିକାରୀ ଙ୍କ ବି ଦେଖା ମିଳିନଥିଲା । ଫଳରେ ଅସନ୍ତୋଷ ପ୍ରକାଶ ପାଇଛି। ବିଇ ଓ କେତେବେଳେ ଆସିବେ ଓ କୁ ଆଡେ ଯାଇଛନ୍ତି ପଚାରିଲେ କିଏ ସଠିକ କହୁନାହିଁ।ନ୍ତି ।ଏହି ଅ ଫିସରେ ଆରଟିଆଇରେ ତଥ୍ୟ ମାଗିଲେ ମଧ୍ୟ ଦିଆଯାଉନଥିବା ଅଭିଯୋଗ ହେଉଛି । ଏନେଇ ବିଇ ଓଙ୍କ ମତାମତ ଜାଣିବା ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା। ସେହିପରି ଫିରିଙ୍ଗିଆ ବ୍ଲକର ଜଣେ ଶିକ୍ଷକ କିଛି ତଥ୍ୟ ଜାଣିବା ପାଇଁ ଆଇଟିଆଇରେ ଆବେଦନ କରିଥିଲେ ହେଲେ ତାଙ୍କୁ ଦିଆଯାଉ ନ ଥିବା ସେ ଅଭିଯୋଗ କରିଛନ୍ତି । ଏହି ଗୋଟିଏ ଅଫିସ ନୁହେଁ ଜିଲ୍ଲାରେ ଓ ବିଭିନ୍ନ ବ୍ଲକରେ ଥିବା ଅନ୍ୟ ଅଫିସଗୁଡିକରେ ମଧ୍ୟ ସେହି ଏକା ଅବସ୍ଥା । କର୍ମଚାରୀମାନେ ଠିକ ସମୟରେ ନ ଆସିବା ଫଳରେ ଲୋକେ ବିଭିନ୍ନ କାମରେ ଆସି ନିରାଶ ହୋଇ ଫେରୁଛନ୍ତି । ଅଭିଯୋଗ କଲେ କରୋନାକଟକଣା ବାହାନା ଦେଖାଇ ଖସି ଯାଉଛନ୍ତି ବାବୁମାନେ । କରୋନ।ସମୟରେ ଅଫିସରମାନେ ଅଫିସରେ ରହି ଅଜଥା ଗହଳି ନକରି ସେମାନଙ୍କ ସମସ୍ୟା ଗୁଡ଼ିକ ତୁରନ୍ତ ସମାଧାନ କରିଦେବା କଥା। ହେଲେ କିଛି କାମ ହେଉ ନି କାର୍ଯ୍ୟାଳୟଗୁଡିକରେ ।
ଏପଟେ ଲାଞ୍ଚ ନେଇ ତହସିଲଦାରଙ୍କଠାରୁ ଆରମ୍ଭ କରି ବରୀଷ୍ଠ କିରାଣୀ .ଉଦ୍ୟାନ ବିଭାଗ ଓ ଭରସି ଅର ପ୍ରମୁଖ ମଧ୍ୟ କିଛି ଦିନ ମଧ୍ୟରେ ଭିଜିଲାନ୍ସ ହାତରେ ଧରାପଡି ଜେଲଗଲେଣି।
ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଉଛି ।

related posts

Leave a Comment