Share with
କଟକ(ଗୁରୁଦତ୍ତ ମହାନ୍ତି): କଟକରେ ଲାଗୁ ହେଲା ସାନି କୋଭିଡ୍ କଟକଣା । ଆସନ୍ତା ୩ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଦିନ ୨ଟା ଠାରୁ କଟକର ସମସ୍ତ ଦୋକାନ ବଜାର ବନ୍ଦ । କଟକର ବ୍ୟବସାୟୀ ସଂଘ ଓ ଶାନ୍ତି କମିଟି ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି। ସୂଚନା ଦେଲେ କଟକ ମହାନଗର ନିଗମର କମିଶନର ଅନନ୍ୟା ଦାସ।ମେ’ ୩ରୁ ୧୫ ଯାଏଁ କାର୍ଯ୍ୟକାରୀ ହେବାକୁ ଥିବା ଏହି କଟକଣାରେ କଟକ ସହରରେ ଦିନ ୨ଟା ପରେ ବନ୍ଦ ରହିବ ଦୋକାନ ବଜାର । କେବଳ ଔଷଧ ଓ ଜରୁରୀ ସେବା ପ୍ରଦାନକାରୀ ଦୋକାନ ଖୋଲା ରହିବ । ଲୋଡିଂ/ଅନଲୋଡିଂ ଛଡା ମାଲଗୋଦାମ ଏବଂ ଛତ୍ରବଜାରରେ ଅନ୍ୟ ସମସ୍ତ କାରବାର ଦିନ୨ଟା ପରେ ବନ୍ଦ । ତେବେ ଏହା ଏକ ଐଛିକ ବା ସ୍ବେଚ୍ଛାକୃତ ଭାବେ ବନ୍ଦ ଥିବାରୁ ଏହି ସମୟରେ ଲୋକଙ୍କ ଚଳପ୍ରଚଳ ରେ କୌଣସି ପ୍ରତିବନ୍ଧ ନାହିଁ ଓ ପୋଲିସର ରୋକଟୋକ ରହିବନି ।