Share with
କଙ୍କଡାହାଡ଼(ନବକିଶୋର ସାହୁ):କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘ ତରଫରୁ ଜି ଓଡ଼ିଶାର ର ବରିଷ୍ଠ ସାମ୍ବାଦିକ ମାନସ ରଞ୍ଜନ ଜୟପୁରିଆଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହେଇଥିଲା ।କରୋନା ମହାମାରୀ ରେ ସଂକ୍ରମିତ ହେଇ ସମ୍ବଲପୁର ର ଆରୋଗ୍ୟମ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।ବିଭିନ୍ନ ଗଣମାଧ୍ୟମ ରେ କାର୍ୟ୍ଯ କରିଥିଲେ ପ୍ରଶଂସାର ପାତ୍ର ହେଇଥିଲେ । ଗଣମାଧ୍ୟମ ଜଗତର ଜଣେ ପ୍ରତିଷ୍ଠିତ ସାମ୍ବାଦିକ ଙ୍କୁ ହରାଇ ଯେଉଁ ଅପୁରଣୀୟ କ୍ଷତି ହେଇଅଛି ତାକୁ ଭରଣା କରି ହେବ ନାହିଁ ।ତାଙ୍କ ଅମର ଆତ୍ମାର ସତଗତି ପାଇଁ ନିରବ ପ୍ରାଥନା କରାଯାଇଥିଲା ।ଶୋକସଭାରେ ସମ୍ବାଦିକ ସଂଘ ସଭାପତି ରାଜେଶ ଦେହୁରୀ,ସମ୍ପାଦକ ଟୁକୁନୁ ବିଶ୍ୱାଳ,କୋଷାଧ୍ୟକ୍ଷ ନବକିଶୋର ସାହୁ,ଉପଦେଷ୍ଟା ଦିବ୍ୟସିଂହ ଦେହୁରୀ,ବିରବର ସାହୁ,କମିଟି ସସଦସ୍ୟ ଟଙ୍କଧର ନାଏକ,ବିରଞ୍ଚି ସାହୁ,ଦୀପକ ସାହୁ,ଚଗଲା ଦେହୁରୀ,ରିତେଶ ବ୍ରହ୍ମା,ପ୍ରକାଶ ଦେହୁରୀ,ମାନସ ନାଏକ,ରଞ୍ଜିତ ନାଏକ, ସଂକର୍ଷଣ ନାଏକ ଉପସ୍ଥିତ ଥିଲେ ।