Home Breaking News / ତାଜା ଖବର ସୁବର୍ଣ୍ଣପୁର ବିଜେପିଓ କେଶରୀଆ ହିନ୍ଦୁ ବାହିନୀ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ସୁବର୍ଣ୍ଣପୁର ବିଜେପିଓ କେଶରୀଆ ହିନ୍ଦୁ ବାହିନୀ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାର ଚାରିପଟେ ବଲାଙ୍ଗୀର, ବରଗଡ଼ ଓ ସମ୍ବଲପୁର ଜିଲ୍ଲା ମାନଙ୍କରେ ବର୍ତ୍ତମାନ କୋଭିଡ ୧୯ ର ଦ୍ଵିତୀୟ ଲହରରେ ସଂକ୍ରମଣ ଜୋରରେ ଚାଲିଛି। ଏହି ପରିପ୍ରେକ୍ଷୀରେ ସୋନପୁର ଆଇଆଇଟି ସ୍ଥିତ କୋଭିଡ କେଆର ସେଣ୍ଟର ଡାକ୍ତରଖାନା ବ୍ୟାପକ ଅବ୍ୟବସ୍ଥା ଘେରରେ ରହିଥିବା ଅଭିଯୋଗ ହୋଇଛି। ଆଜି ବିଜେପିର ବରିଷ୍ଠ ନେତା ବଳଦେବ ବେଦବାକ ଙ୍କ ସହିତ କେଶରୀଆ ହିନ୍ଦୁ ବାହିନୀର ସଭାପତି ବ୍ୟାସଦେବ ମିଶ୍ର, ମହିଳା ନେତ୍ରୀ ଶ୍ରଦ୍ଧାଞ୍ଜଳି ମିଶ୍ର, ଜିତେନ୍ଦ୍ର ମହାପାତ୍ର, ସୁରେଶ ପାତ୍ର, ବିଭୁଦତ୍ତ ମହାପାତ୍ର, କିରଟି କଲତା, ଶିବ ସେଠି ପ୍ରମୁଖ ଏକ ପ୍ରତିନିଧି ଦଳ ସୁବର୍ଣ୍ଣପୁର ଜିଲ୍ଲାପାଳ ମନୀଷା ବାନାର୍ଜୀ ଙ୍କୁ ଭେଟି ଆଲୋଚନା କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଟେକ୍ନିସିଏନ ଅଭାବରୁ ଏଠାକାର ଆଇ ସି ୟୁ ଓ ଭେଣ୍ଟିଲେଟର ଚାଲୁନାହିଁ, । ଦ୍ଵିତୀୟ ଲହରରେ ମଣିଷର ଫୁସଫୁସ କୁ ଇଫେକ୍ଟ କରୁଥିବାରୁ ସେଠାକାର ପୋଟେବୁଲ ଏସ୍କରେ xray କୁ ବଦଳେଇ ଡିଜିଟାଲ ଏସ୍କରେ (dijital xray )ସ୍ଥାପନ କରିବାକୁ ଦାବି କରିଥିଲେ। ପୁଣି 200 ବେଡ଼ ପାଇଁ ମାତ୍ର 110ଟି ଅକ୍ସୀଜେନ ସିଲିଣ୍ଡର ସନ୍ତୋଷ ଜନକ ନୁହେଁ (sufficient )ଏଣୁ ଆହୁରି 100 ଟି ଅକ୍ସୀଜେନ ସିଲିଣ୍ଡର ଆଣିବାକୁ ଦାବୀ କରିଥିଲେ। ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ 51 ଜାଗାରେ କେବଳ 12 ଟି ଓ ସେଥିମଧ୍ୟରୁ ପୁଣି 4 ଜଣଙ୍କୁ କୋଭିଡ ଡାକ୍ତରଖାନାରେ ଚିକିତ୍ସ ପାଇଁ ଦିଆଯିବା ଦୁର୍ଭାଗ୍ୟ ଜନକ ବୋଲି ଶ୍ରୀ ବେଦବାକ ପ୍ରକାଶ କରିଥିଲେ

related posts

Leave a Comment