Home Breaking News ବଞ୍ଚିବା ସମୟରେ ନେଗେଟିଭ ମୃତ ପରେ କରୋନା ଚିହ୍ନଟ ରିପୋର୍ଟ ପ୍ରସାଶନ କଲା ଶବସତ୍କାର

ବଞ୍ଚିବା ସମୟରେ ନେଗେଟିଭ ମୃତ ପରେ କରୋନା ଚିହ୍ନଟ ରିପୋର୍ଟ ପ୍ରସାଶନ କଲା ଶବସତ୍କାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା(ମାନସ ମଲ୍ଲିକ): ସୁବର୍ଣ୍ଣପୁର ଜିଲ୍ଳା ତରଭା ସହର ଘନଶ୍ୟାମ ମେହେର (୩୫.)ଙ୍କ ଗତକାଲି ବିଳମ୍ବିତ ରାତିରେ ବିନିକା ଡାକ୍ତରଖାନାରେ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ସ୍ୱର୍ଗତ ମେହେର ଗତକାଲି ବିନିକା ସହର ରେ ଥିବା ତାଙ୍କ ଆତ୍ମିୟ ଘରକୁ ଆସିଥିଲେ । ଗତକାଲି ରାତିରେ ଵେଟରୂ ପଡ଼ି ଯିବାରୁ ସେ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁୁ ବିନିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ଧିନ ଅବସ୍ତା ରେ ତାଙ୍କର ମୃତ୍ୟୁ ହୋଇଥିଲା ।ତରଭା ରେ କୋଭିଟ ରିପୋର୍ଟ ନେଗେଟିପ ଥିବା ବେଳେ ବିନିକା ରେ ଶବ ବ୍ୟବଚ୍ଛେଦ କରିବା ସମୟରେ କୋଭିଟ ରିପୋର୍ଟ ପୋଜିଟିପ ଥିବା ବିନିକା ଡାକ୍ରର ପରିବାର ଲୋକଙ୍କୁ ପ୍ରକାଶ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ଖବରପାଇ ବିନିକା ତହସିଲ ଅଲେଖ ଘୁଟା, ବିନିକା ବ୍ଲକ୍‌ ବିଡିଓ ବ୍ୟାସଦେବ ବେହେରା, ବିନିକା ଏନଏସି ଭା୍ରାପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିରଞ୍ଜନ ନାୟକ , ବିନିକା ଥାନା ଏଏସଆଇ , ବିନିକା ଥାନା ଟାଉନ ହାଵିଦାଲ, ବିନିକା ଏନଏସି ସନ୍ତୋଷ ଵନଛୋର,ରାମ ଗୋପାଳ ବାଗ , ତାଙ୍କ ପରିବାର ୪ ଜଣ ଲୋକଙ୍କୁ ବିନିକା ଏନଏସି ପକ୍ଷରୁ ପିପି କିଟ୍ ଦେଇ ବିନିକା ଗ୍ରିଡ ମହାନଦୀ ଠାରେ ଶବସଂସ୍କାରର ବ୍ୟବସ୍ଥା କରାଇଥିବା ଜଣାପଡିଛି ।

related posts

Leave a Comment