ଫୁଲବାଣୀ(ସୁନୀଲ ପଟନାୟକ): ଦିନକୁ ଦିନ ଦେଶ, ରାଜ୍ୟ ଓ ଜିଲ୍ଲାରେ ମହାମାରୀ କରୋନା ସଂକ୍ରମଣ ସଂଖ୍ୟା କମିବାର ନା ଧରୁ ନି । ବଂର କାୟା ବିସ୍ତାର କରିବାରେ ଲାଗିଛି କରେ । ନା। ଫଳରେ ଲୋକେ ମଧ୍ୟ ଭୟଭୀତ ହୋଇ ପଡିଛନ୍ତି। ବିଶେଷକରି ସହରାଞ୍ଚଳ ରେ ସଂକ୍ରମିତ ଙ୍କ ସଂଖ୍ୟା ବୃଦ୍ଧିପାଉଥିବା ରୁ ଏହାକୁ ଦୃଷ୍ଟିରେ ରଖିଫୁଲବାଣୀ,ବାଲିଗୁଡା ଓ ଜି.ଉଦୟଗିରି ଅଞ୍ଚଳରେ ଥିବା ବିଭିନ୍ନ ବ୍ୟବସାୟୀ ସଂଘ ବିଜିନେସ ଆୱ। ର କୁ କମାଇବା ଲାଗି ନିଷ୍ପତ୍ତି ନେଇ ପ୍ରଶାସନ ସହ ଆଲୋଚନା କରି ଦୋକାନ ଖୋଲିବା ସମୟ ଧାର୍ଯ୍ୟକରିଛନ୍ତି । ବାଲିଗୁଡା ସହରରେ ଆଜି ଶୁକ୍ରବାରଠାରୁ ସକାଳ୬ରୁ ଦିନ ୨ଟା ଯାଏ ସମସ୍ତ ଦୋକାନବଜାର ଖୋଲା ରହିବ ବୋଲି ବ୍ୟବସାୟୀ ସଂଘ ଘୋଷଣା କରିଛି । କେବଳ ହୋଟେଲ ଓ ରେ ଷୁରାଣ୍ଟଗୁଡିକ ଆଉ ଘଣ୍ଟାଏ ଅଧିକ । ୩ଟା ଯାଏ ପାର୍ଶଲରେ ଖାଦ୍ୟ ପୁଡ଼ିଆ ଦେଇପାରିବେ । ସେହିପରି ଜିଉଦୟଗିରି ସହରରେ ଗତକାଲି ଗୁରବାରଠାରୁ ସକାଳୁ ସଂଧ୍ୟା ୫ ଟା ଯାଏ ଦୋକାନବଜାର ଖୋଲା ରହୁଛି । ତେବେ ଫୁଲବାଣୀ ସହରରେ ଆସନ୍ତା ସୋମବାରଠାରୁ ସକାଳ୬ରୁ ଦିନ ୨ଟା ଯାଏ ଦୋକାନବଜାର ଖୋଲିବା ଲାଗି ସହର ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛି। ଏନେଇ ବିଭିନ୍ନ ସଂଘର ଓ ମହାସଂଘ ର କର୍ମକର୍ତାମାନେ ଗତକାଲି ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ସେମାନେ ନେଇଥିବା ନିଷ୍ପତ୍ତି
ସଂପର୍କରେ ବିଷଦ ଆଲୋଚନା କରିଥିବା କଥା ସହର ବଣିକ ସଂଘର ସଭାପତି ଅଶୋକ ପଟନାୟକ ସୂଚନା ଦେଇଛନ୍ତି।
ଫୁଲବାଣୀ ସହରରେ ଦିନକୁ ଦିନ କରେ। ନା ସଂକ୍ରମିତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବା କାରଣରୂ ବ୍ୟବସାୟି ଓ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟବସାୟିକ ସମୟ ସୀମା କମାଇବା ପାଇଁ ଚିନ୍ତା କରାଯାଇଥିବା ସଭାପତି ପଟନାୟକ କହିଛନ୍ତି ।
ଏହାଫଳରେ କରେ । ନା ସଂକ୍ରମଣକୁ ରୋକାଯାଇ ପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ସେହିପରି ପ୍ରତ୍ୟେକ ବ୍ୟବସାୟି ନିଜେ ମାସ୍କ ପିନ୍ଧିବା ସହ ଗ୍ରାହକମାନେ ମାସ୍କ ବ୍ୟବହାର କରିବା, ସାମାଜିକ ଦୁରତାରକ୍ଷାକରିବା, ସାନିଟାଇଜର ବ୍ୟବହାର କରିବା, ଦୋକାନ ସମ୍ମୁଖରେ ବାଡ ବାନ୍ଧିବା, ଗ୍ରାହକ ରେଜିଷ୍ଟେର ଉପରେ ମଧ୍ୟ ଗୁରୁତ୍ଵ ଦେବା ଉପରେ ଆଲୋଚନା ହୋଇଥିଲା ।
ସେହିପରି ଅତ୍ୟାବଶକୀୟ ସେବାକୁ ଏହି କଟକଣାରୁ ବାଦ ଦିଆଯାଉଛି ।
ତେବେ ଏହି ନିୟମକୁ ନମାନି ଯିଏ ଉଲଙ୍ଘନ କରିବ ସେମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟି କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରାଯିବ।
ବ୍ୟବସାୟୀମାନେ ପୂ.ର୍ଣ୍ଣ ସହ ଯୋଗ୍ ମଧ୍ଯ କରିବେ ବୋଲି ପ୍ରତିଶୃତି ଦେଇଥିବା ଜଣାପଡିଛି।ଫୁଲ ବାଣୀ ବ୍ୟବସାୟୀ ସଂଘର ଏହି ପଦକ୍ଷେପକୁ ବରୀଷ୍ଟ ନାଗରିକ, ବୁଦ୍ଧିଜିବୀ ଓ ବିଭିନ୍ନ ସଂଗଠନ ପକ୍ଷରୁ ପ୍ରସଂଶା କରାଯାଇଛି ।
କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ଦୋକାନ ବଜାର ବନ୍ଦ ନେଇ ବ୍ୟବସାୟୀ ସଂଘର ନିଷ୍ପତ୍ତି
Share with
previous post