Home Breaking News / ତାଜା ଖବର ମାଲକାନଗିରି ମୁଖ୍ୟ ହସ୍ପିଟାଲରେ ନୂତନ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ

ମାଲକାନଗିରି ମୁଖ୍ୟ ହସ୍ପିଟାଲରେ ନୂତନ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମାଲକାନଗିରି(ସଞ୍ଜୟ ଢ଼ାଲି): ବର୍ତ୍ତମାନ ସାରା ରାଜ୍ୟରେ କରୋନାର ଦ୍ୱିତୀୟ ଲହରୀ ଖେଳିଯାଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ମଧ୍ୟ କରୋନା ର ପ୍ରକୋପ ଦେଖିବାକୁ ମିଳିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା କୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାରର କୋଭିଡ କଟକଣା ପଦକ୍ଷେପ ନିଆଯାଇଛି। ଏଥିସହ ଚିକିତ୍ସା ବିଭାଗକୁ ମଧ୍ୟ ଦୃଷ୍ଟି ଦିଆଯାଇଛି। କରୋନା ସଂଖ୍ୟା ଦିନକୁ ଦିନ ବଢିବା ହେତୁ ମାଲକାନଗିରି ଜିଲ୍ଲାରେ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ଚିକିତ୍ସା ବିଭାଗ କର୍ମଚାରୀ ମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଆଜି ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ୱାଇ ବିଜୟ କୁମାର ୪ଟି ଆମ୍ବୁଲାନ୍ସ ର ଶୁଭ ଉଦ୍ଘାଟନ କରିଛନ୍ତି। ଏହି ଆମ୍ବୁଲାନ୍ସ ମଧ୍ୟରେ ୩ ଟି ସାଧାରଣ ଆମ୍ବୁଲାନ୍ସ ଓ ଗୋଟିଏ ଅତ୍ୟାଧୁନିକ ପ୍ରସ୍ତୁତି ଆମ୍ବୁଲାନ୍ସ ରହିଛି। ମାଲକାନଗିରି ଜିଲ୍ଲା ମୁଖ୍ୟ ସ୍ବାସ୍ତ୍ୟକେନ୍ଦ୍ରରେ ମୋଟ ୨୨ଟି ଆମ୍ବୁଲାନ୍ସ ଥିବା ସହ କରୋନା କୁ ଦୃଷ୍ଟିରେ ରଖି ଅଧିକାଂଶ ଆମ୍ବୁଲାନ୍ସ ରଖିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିବା ଜିଲ୍ଲାପାଳ ୱାଇ ବିଜୟ ପ୍ରକାଶ କରିଛନ୍ତି।

related posts

Leave a Comment