Home Breaking News / ତାଜା ଖବର ଦୁର୍ଘଟଣାରେ ବାଇକ ଆରୋହୀ ମୃତ

ଦୁର୍ଘଟଣାରେ ବାଇକ ଆରୋହୀ ମୃତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୟୁରଭଞ୍ଜ(ଅବିନାଶ ମହାନ୍ତି): ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହି ମୃତ। ମୃତକ ହେଲେ ବାଙ୍ଗରିପୋଷି ଥାନା ଘୋଷାଣିପାଳ ଅଞ୍ଚଳର ଗଜେନ୍ଦ୍ର ସେଠୀ। ଦୁର୍ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୧୮ ନଂର କୁଚେଇ ଓ ବାଇଗଣବାଡ଼ିଆ ମଧ୍ୟରେ। ତେବେ ଟ୍ରକ ଧକ୍କା ଦେବା ସହିତ ମାଡି ଯିବାରୁ ଘଟଣାସ୍ଥଳରେ ବାଇକ ଚାଳକଙ୍କ ଶରୀର ଦୁଇଖଣ୍ଡ ହୋଇ ଶୋଚନୀୟ ମୃତ୍ୟୁ ହୋଇଛି। ଟ୍ରକ ଡ୍ରାଇଭର ଫେରାର ହୋଇଯାଇ ଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ଖବରପାଇ କୁଳିଅଣା ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ଟ୍ରକକୁ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି।

related posts

Leave a Comment