Home Breaking News / ତାଜା ଖବର ୧୭ ଦେଶକୁ ବ୍ୟାପିଛି ଭାରତର ଡବଲ ମ୍ୟୁଟାଣ୍ଟ ଭାରିଆଣ୍ଟ ଭୂତାଣୁ : ହୁ ନିର୍ଦେଶକ

୧୭ ଦେଶକୁ ବ୍ୟାପିଛି ଭାରତର ଡବଲ ମ୍ୟୁଟାଣ୍ଟ ଭାରିଆଣ୍ଟ ଭୂତାଣୁ : ହୁ ନିର୍ଦେଶକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭାରତରେ ଚିହ୍ନଟ ହୋଇଥିବା ଡବଲ ମ୍ୟୁଟାଣ୍ଟ ଭାରିଆଣ୍ଟ ବି ୧୬୧୭ ର ନମୁନା ଏବେ ଅନ୍ୟ ୧୭ ଟି ଦେଶରେ ଚିହ୍ନଟ ହୋଇଛି । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦେଶକ ସୂଚନା ଦେଇଛନ୍ତି । ଏପ୍ରିଲ ୨୭ ପର୍ଯ୍ୟନ୍ତ ବିଶ୍ୱର ୧୭ ଟି ଦେଶରେ ପ୍ରାୟ ୧୨୦୦ ନମୁନାରେ ଭାରତୀୟ ଡବଲ ମୂଟାଣ୍ଟ ଚିହ୍ନଟ ହୋଇଥିବା ଜିଆଇଏସଏଆଇଡି ନାମକ ଏକ ଏନଜିଓ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ଏଥିରୁ ଏକାଧିକ ମାମଲା ବ୍ରିଟେନ, ସିଙ୍ଗାପୁର, ଏବଂ ଆମେରିକାରୁ ଚିହ୍ନଟ ହୋଇଛନ୍ତି । ବର୍ତମାନ ସମଗ୍ର ବିଶ୍ୱରେ ଗତ ସପ୍ତାହରେ ପଚାଶ ଲକ୍ଷରୁର ଉର୍ଦ୍ଧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ଭାରତରେ କେବଳ ୩୮ ପ୍ରତିଶତ ଚିହ୍ନଟ ହୋଇଛନ୍ତି । ଭାରତରେ ଚିହ୍ନଟ ହୋଇଥିବା ଭାରିଏଣ୍ଟ ବି୧୬୧୭ କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବ୍ରିଟେନ, ଦକ୍ଷିଣ ଆଫ୍ରୀକା ଏବଂ ବ୍ରାଜିଲରେ ଦେଖା ଯାଇଥିବା ଭାରିଆଣ୍ଟ ତୁଳନାରେ ଅଧିକ ସଂକ୍ରମକ ଅଟେ ବୋଲି କହିଛନ୍ତି । ଭାରତରେ ଦେଖାଯାଉଥିବା ଡବଲ ମ୍ୟୁଟାଣ୍ଟ ଭାରିଏଣ୍ଟ ୧୩ ଟି ଭାରିଆଣ୍ଟର ମିଶ୍ରଣରେ ସୃଷ୍ଟି ହୋଇଥୀଲା ବେଳେ ଏହାର ନାମ କେବଳ ଦୁଇଟି ଭାରିଏଣ୍ଟ ଏଲ୪୫୨ଆର ଏବଂ ଇ୪୮୪କ୍ୟୁ ରୁ ହୋଇଛି ।

related posts

Leave a Comment