Home Breaking News ଶବ ଶତ୍କାର କରିବା ପାଇଁ ଆଗେଇ ଆସିଛି ବ୍ରହ୍ମପୁର ଓଡିଶା ମୋ ପରିବାର

ଶବ ଶତ୍କାର କରିବା ପାଇଁ ଆଗେଇ ଆସିଛି ବ୍ରହ୍ମପୁର ଓଡିଶା ମୋ ପରିବାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କରୋନାର ଦ୍ବିତୀୟ ଲହର ଆରମ୍ଭ ହୋଇଯାଇଥିବାବେଳେ ଏଥିରେ ମୃତାହତ ହୋଇଥିବା ବ୍ୟକ୍ତିଙ୍କ ଶବ ଶତ୍କାର କରିବା ପାଇଁ ଆଗେଇ ଆସିଛି ବ୍ରହ୍ମପୁର ଓଡିଶା ମୋ ପରିବାର । ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ତତ୍ୱାବଧାନରେ ସହରରେ ଓଡିଶା ମୋ ପରିବାର ପକ୍ଷରୁ ସ୍ଥାନୀୟ ନୀଳକଣ୍ଠେଶ୍ଵର ମଶାଣି ପଡିଶାଠାରେ ଏକ ହେଲ୍ପ ଡେସ୍କ ସ୍ଥାପନ କରାଯାଇଛି l ଏହି ହେଲ୍ପଡେସ୍କ ସେବାକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଉଦଘାଟନ କରିଥିଲେ l ଏହାଦ୍ୱାରା କୋରାନରେ ମୃତ ପରିବାର ସଦସ୍ୟଙ୍କ କାନ୍ଧରେ କାନ୍ଧ ମିଶାଇ ଶବ ସତ୍କାର ସକାଶେ ମୋ ପରିବାର ସଦସ୍ୟ ମାନେ ମୃତକଙ୍କ ଅନ୍ତ୍ୟଷ୍ଟିକ୍ରିୟାରେ ସହଯୋଗ କରିବେ l କୋଭିଡ ର ସମସ୍ତ ନିୟମ କାନୁନ ଏବଂ ସତର୍କତା ଅବଲମ୍ବନ କରି ମୃତକଙ୍କ ପରିବାରକୁ ମୋ ପରିବାର ପକ୍ଷରୁ ସମସ୍ତ ସହାୟତା ଯୋଗାଇଦିଆଯିବ ବୋଲି ବିଧାୟକ ଶ୍ରୀ ପଣ୍ଡା କହିଛନ୍ତି l ସୁଚନାଯୋଗ୍ୟ , ଗତବର୍ଷ ଓଡିଶା ମୋ ପରିବାର ପକ୍ଷରୁ କରୋନା ମୃତକ କିମ୍ବା କରୋନା ଭୟରେ ଶବ ଅଛୁଆଁ ଲୋକଙ୍କ ଶବକୁ ମୃତକ ପରିବାର ସଦସ୍ୟଙ୍କ କାନ୍ଧରେ କାନ୍ଧ ମିଶାଇ ଏହି ପରିସ୍ଥିତିକୁ ସାମ୍ନା କରି ମୃତକଙ୍କ ଅନ୍ତ୍ୟଷ୍ଟିକ୍ରିୟାରେ ସହଯୋଗ କରାଯାଇଥିଲା l ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ସୁବାସ ମହାରଣା, ବିଜୟ ସାମଲ, ଅଜିତ୍ ପଣ୍ଡା, ସଂଘମିତ୍ରା ଦଳାଇ, ମମତା ବିଷୋୟୀ,କେ ମାଧବୀ, ସୋନାଲି ଗନ୍ତାୟତ, ଏମ୍. ତେଜେଶ୍ୱର୍ ସ୍ବାମୀ, ଚିତ୍ରସେନ ମହାପାତ୍ର, କୈଳାସ ବିଷୋୟୀ, ସୂର୍ଯ୍ୟକାନ୍ତ ସୁବୁଦ୍ଧି, ଜଗନ୍ନାଥ ସାବତ ଓ ରାକେଶ ସାହୁ ,ପ୍ରଦ୍ୟୁମ୍ନ ଗନ୍ତୟତ ପ୍ରମୁଖ ଉପସ୍ଥିତ ଥିଲେ ଲ

related posts

Leave a Comment