Home Breaking News / ତାଜା ଖବର ମୋବାଇଲରେ ମେସେଜ ଆସିବା କ୍ଷଣି କ୍ଲିକ୍ କରିବାରୁ ଏକାଉଣ୍ଟରୁ ଟଙ୍କା ଗାଏବ

ମୋବାଇଲରେ ମେସେଜ ଆସିବା କ୍ଷଣି କ୍ଲିକ୍ କରିବାରୁ ଏକାଉଣ୍ଟରୁ ଟଙ୍କା ଗାଏବ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନବରଙ୍ଗପୁର: ସାଇବର ଠକେଇ ର ଶିକାର ହେଲେ ମହିଳା । ମୋବାଇଲ ରେ ମେସେଜ ଆସିବା କ୍ଷଣି କ୍ଲିକ୍ କରିବାରୁ ଗାୟବ ହୋଇଗଲା ଏକାଉଣ୍ଟରୁ ଟଙ୍କା । ଏଭଳି ଏକ ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କଣ୍ଟାଗାଁ ଗ୍ରାମର ଦୀପା ମଞ୍ଜରୀ ବିଷୋୟୀଙ୍କ ଠାରେ। ନିଜ ଗାଁ କଣ୍ଟାଗାଁ ,ବ୍ରାଞ୍ଚ ରେ ଗୋଟିଏ ଏକାଉଣ୍ଟ ଖୋଲିଥିଲେ ଯାହାର ଏକାଉଣ୍ଟ ନମ୍ବର-35152391319, ମୋବାଇଲ ନମ୍ବର ସଂଲଗ୍ନ -7735278883 ଥିଲା। ଦୀପା ଙ୍କ ଏହି sbi ଖାତା ରେ ସମୁଦାୟ 24000 ଉର୍ଦ୍ଧ ଟଙ୍କା ଥିଲା ବେଳେ ଗତ 25/04/21 ତାରିଖ ଦିନ 10.32 ସମୟରେ ମୋବାଇଲ ନମ୍ବରକୁ ଅଚାନକ ଗୋଟିଏ ନୂଆ ନମ୍ବର 09832132560 ରୁ ମେସେଜ ଆସିଥିଲା ମେସେଜ ଟିକୁ କ୍ଲିକ୍ କରିବା କ୍ଷଣି ପୁନର୍ବାର ଆଉ ଗୋଟିଏ sbi yono lite ରୁ ମେସେଜ ଆସିଥିଲା ଯାହା ଦେଖିଲା ବେଳକୁ 23,500 ଟଙ୍କା ଉଠାଣ ହେଇଚି।କିଛି ସମୟ ପରେ 2 ନମ୍ବର ମେସେଜ ଆସି ପୁଣି 400 ଟଙ୍କା ଉଠାଣ ହେଇଛି।3 ନମ୍ବର ମେସେଜ 400 ଟଙ୍କା ଖାତା ରେ ଜମା ହେଇଥିଲା ବେଳେ ସମୁଦାୟ ଏକାଉଣ୍ଟରୁ 23500 ଟଙ୍କା କୁଆଡେ ଗାଏବ ହୋଇଗଲା । ପ୍ରଥମେ sbi କଣ୍ଟାଗାଁ ବ୍ରାଞ୍ଚ ଶାଖା ପରିଚାଳକଙ୍କୁ ପଚାରିବାରୁ ସମସ୍ତ ତଥ୍ୟ ଦେବାରୁ ଥାନା ରେ ଏତଲା ଦେବାପାଇଁ ପରାମର୍ଶ ଦେଇଥିଲେ। ସ୍ଥାନୀୟ ତେନ୍ତୁଳିଖୁଣ୍ଟି ଥାନା ରେ 25/04/21 ତାରିଖ ଦିନ ଗୋଟିଏ ଏତଲା ଦିଆଯାଇଛି। ପରିବାର ମଧ୍ୟରେ ଆର୍ଥିକ ସ୍ଥିତି ଠିକ ନ ଥିବାରୁ (ବୋଝ ଉପରେ ନଳିତା ବିଡା)ସଦୃଶ୍ୟ ଭାଗ୍ୟ କୁ ନିନ୍ଦା କରିଛନ୍ତି। ବର୍ତମାନ ପ୍ରଶ୍ନବାଚି ସୃଷ୍ଟି ହଉଛି ଏକାଉଣ୍ଟରୁ କିଏ ପଇସା ଉଠାଇଛି ,କେମିତି ପଇସା ଉଠୁଛି, ବ୍ୟାଙ୍କ କେମିତି ଜାଣି ପାରୁନି, ଏବଂ ମନରେ ଉଙ୍କି ମାରୁଚି ଅନେକ ପ୍ରଶ୍ନ ହେଳେ ଦେଖିବାକୁ ବାକି ରହିଲା ଦୀପା ମଞ୍ଜରୀ ଙ୍କ ଟଙ୍କା ଫେରସ୍ତ ପାଇବା ରେ ପୋଲିସ କେତେ ସଫଲ ହେଉଛି।

related posts

Leave a Comment