Home Breaking News / ତାଜା ଖବର ଆମ୍ବ ଗୋଟାଇବା କାଳ ହେଲା: ବଜ୍ରପାତରେ ଚାଲିଗଲା ଜୀବନ

ଆମ୍ବ ଗୋଟାଇବା କାଳ ହେଲା: ବଜ୍ରପାତରେ ଚାଲିଗଲା ଜୀବନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-( ସୁନୀଲ ପଟ୍ଟନାୟକ) ମୃତ୍ୟୁ ଏମିତି ବି ଆସେ । ଆମ୍ବ ଦିଟା ଖାଇବା ଲାଗି ଇଚ୍ଛାକରି ଘର ପାଖଆମ୍ବଗଛରୁ ଆମ୍ବ ତୋଳିବାକୁ ଯାଇ ଶେଷରେ ବଜ୍ରପାତରେ ଜୀବନ ଚାଲି ଗଲା ଜଣେ ୧୦ ବର୍ଷର ଛୋଟ ଝିଅ ର I
ଏଭଳି ଦୁଃଖଦ ଖବର ଆସିଛି କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକ୍ର ପର୍ତ୍ତମାହା ପଞ୍ଚାୟତର ପେତାର ବାଡି ଗ୍ରାମର ପ୍ରକାଶ ପ୍ରଧାନଙ୍କ ୧୦ ବର୍ଷର ଝିଅ ଦିପାଳୀ ପ୍ରଧାନ ।
ସୂଚନାଯୋଗ୍ୟଯେ ଘର ନିକଟରେ ଥିବା ଏକ ଆମ୍ବଗଛରୁ ଆମ୍ବ ତୋଳୁଥିବା ବେଳେ ହଠାତ ବଜ୍ରପାତ ଘଟିଥିଲା । ଫଳରେ ଘଟଣାସ୍ଥଳରେ ଦିପାଳୀ ଟଳିପଡିଲେ ।
ଫଳରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଏମିତି ଆଖି ସାମନାରେ ଝିଅ ରମୃତ୍ୟୁ ହେବ ବୋଲି କେହି ସ୍ୱପ୍ନରେ ସୂଧା ଭାବିନ ଥିଲେ।
ଏନେଇ ପରିବାର ଲୋକେ ଦାରିଙ୍ଗବାଡି ପୋଲିସକୁ ଜଣାଇବାରୁ ପୋଲିସ ଏ ନେଇ ୭/୨୧ ରେ ମାମଲା ରୁଜୁ କରିବା ସହ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି ।

related posts

Leave a Comment