Share with
ଭୁବନେଶ୍ୱର: କରୋନା ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ। କାର୍ଯ୍ୟରତ ସାମ୍ବାଦିକ ମାନସ ରଞ୍ଜନ ଜୟପୁରିଆଙ୍କ ସମ୍ବଲପୁରରେ ପରଲୋକ ହୋଇଯାଇଛି। କରୋନାରେ ଆକ୍ରାନ୍ତ ହୋଇ ସେ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଦେହ ଖରାପ ହେବା ପରେ କିଛି ଦିନ ତଳେ ସେ ଦିଲ୍ଲୀରୁ ନିଜ ବାସ ସ୍ଥାନ ସମ୍ବଲପୁର ଫେରି ଆସିଥିଲେ। ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ଧରି ମାନସ ରଞ୍ଜନ ଜୟପୁରିଆ ରାଜ୍ୟର ବିଭିନ୍ନ ବୈଦ୍ୟୁତିକ ଓ ଖବରକାଗଜରେ କାମ କରିଥିଲେ।