Home Breaking News / ତାଜା ଖବର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନାଁ ତାଙ୍କର ,ଚୈତନ୍ୟ ପାଇକ…ବୟସ 28 ବର୍ଷ, ପରିବାର ଲୋକେ ଭାବିଥିଲେ,ପୁଅ ବଡ଼ ହେଲେ ,ବାପା ସହିତ କାନ୍ଧ ରେ କାନ୍ଧ ମିଶେଇ ଘର ଚଲେଇବ। କିନ୍ତୁ ଭାଗ୍ୟ ର ବିଡମ୍ବନା , ସେ ଜନ୍ମ ରୁ ନା ଦେଖି ପାରନ୍ତି, ନା ଶୁଣି ପାରନ୍ତି। ଅନ୍ୟ ର ସାହାରା ବିନା ସେ ତାଙ୍କର ର ବଞ୍ଚିବା କଷ୍ଟସାଧ୍ୟ ହେଇପଡିଛି । ଛୋଟ ବେଳେ ତାଙ୍କ ପରିବାର ଲୋକେ କୋରାପୁଟ ଡାକ୍ତରଖାନା କୁ ଚିକିତ୍ସା ପାଇଁ ନେଇଥିଲେ। କିନ୍ତୁ ସେଠାରୁ ତାଙ୍କୁ ବଡ଼ ଡ଼ାକ୍ତରଖାନା ଯିବା ପାଇଁ କୁହାଗଲା। ତାଙ୍କ ବାପା ଲକ୍ଷ୍ମଣ ପାଇକ ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି। ଏଣୁ ଅଧିକ ଚିକିତ୍ସା ପାଇଁ ବଡ଼ ଡ଼ାକ୍ତରଖାନା ନେବା ତାଙ୍କ ପକ୍ଷ୍ୟ ରେ ସମ୍ଭବ ହେଇପାରିଲା ନାହିଁ। ବର୍ତମ୍ମାନ ଚୈତନ୍ୟ 100℅ଦିବ୍ୟଙ୍ଗ । ସରକାରୀ ସୁବିଧା ଭାବ ରେ ମାସିକ 700 ଟଙ୍କା ଦିବ୍ୟଙ୍ଗ ଭତ୍ତା ବାବଦ କୁ ମିଳେ।BPL କାର୍ଡ ମାଧ୍ୟମ ରେ ପରିବାର ର ପ୍ରତ୍ୟକ ସଦସ୍ୟ ଙ୍କ ପିଛା 5KG ଲେଖାଏଁ ଚାଉଳ ମିଳେ। ଘରେ ଅନ୍ୟ 2 ପୁଅଝିଅ ଙ୍କ ସହିତ ରୁହନ୍ତି ଲକ୍ଷ୍ମଣ । ଦିନ ମଜୁରିଆ ଭାବେ କାମ କରୁଥିବା ରୁ ପରିବାର ଚଲେଇବା କଷ୍ଟ ହେଇ ପଡିଛି। ମୁଣ୍ଡ ଗୁଞ୍ଜିବାକୁ ଚାଳ ଘର ସାହାଭାରସା। ଘର ଖଣ୍ଡିଏ ପାଇଁ ଗୁହାରି କରିଛନ୍ତି ଲକ୍ଷ୍ମଣ ।ଏଭଳି ଗରିବଗୂରୁବା ଙ୍କ ଉପରେ ପ୍ରଶାସନ ର ନଜର କେବେ ପଡିବ , ଦେଖିବାକୁ ବାକି ରହିଲା।
କୋରାପୁଟ ବୋରିଗୁମ୍ମା ରୁ ବିଶ୍ୱଜିତ ପାଣିଗ୍ରାହୀଙ୍କ ରିପୋର୍ଟ

related posts

Leave a Comment