Home Breaking News / ତାଜା ଖବର କରଞ୍ଜା ବୁଡ଼ୁଣୀ ନାଳକୁ ଆନିକଟ କଲେ ୫ ହଜାର ଏକରକୁ ପାଣି ମାଡ଼ିବ ହସି ଉଠିବେ ଚାଷୀ

କରଞ୍ଜା ବୁଡ଼ୁଣୀ ନାଳକୁ ଆନିକଟ କଲେ ୫ ହଜାର ଏକରକୁ ପାଣି ମାଡ଼ିବ ହସି ଉଠିବେ ଚାଷୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ୱର ରାଉତ): ରାୟଗଡା ଏକ କୃଷି ପ୍ରଧାନ ଜିଲ୍ଲା ଅଟେ l ଏହି ଜିଲାରେ ବହୁତ ପ୍ରାକୃତିକ ସମ୍ପଦ ଭରି ହୋଇ ରହିଛି l ଜିଲାରେ ଏଗାର ବ୍ଲକ ଓ ୩ ନଗର ରହିଛି l ତନ୍ମଧ୍ୟରୁ କଲ୍ୟାଣ ସିଂହପୁର ବ୍ଲକ ଅନ୍ୟତମ ଏହି ଆଦିବାସୀ ବହୁଳ ଏବଂ ବହୁ ପରିଶ୍ରମୀ ଅଟନ୍ତି l ଜିଲାରେ ମାତ୍ର 33% ଜମି ଜଳ ଚାଷ ହେଉଛି ବଳକା ସ୍ୱର୍ଗ ଆଧାର ଅଟେ ବର୍ଷା ହେଲେ ହେଲା ନଚେତ ଶୁଖିଲା l ସେହିଭଳି କଲ୍ୟାଣ ସିଂହପୁର ବ୍ଲକ ରେ ଜଳ ସେଚିତ ଜମି ଓ ଅଣ ଜଳ ସେଚିତ ଜମି ଏକର ରହିଛି ଏହି ବ୍ଲକ ଝରଣା ନଦୀ ନାଳ ରେ ପରିପୂର୍ଣ ଏହି ସବୁ ଜଳ ରାଶି ଚାଷ କାମରେ ବ୍ୟବହୃତ ହେଲେ ଏବଂ ଜଳ ବିଦ୍ୟୁତ ପ୍ରକଳ୍ପ ମାନ କଲେ ଗାଁ ହସି ଉଠିବା ସହ ଲୋକଙ୍କ ଆର୍ଥିକ ସମୃଦ୍ଧି ହେବ ଓ ସରକାର ବି ଲାଭବାନ ହେବ l ଯଦି ଜଳ ବିଦ୍ୟୁତ ପ୍ରକଳ୍ପ ହୁଏ ତାହେଲେ ଆଖ ପାଖ ଗାଁ ସ୍ୱାବଲମ୍ବୀ ହୋଇ ପାରିବେ ଅନ୍ୟତ୍ର ପଠାଇ ହେବ ବୋଲି ଗ୍ରାମର ଲଖ୍ମଣ ପ୍ରେପକା ମୁକୁନ୍ଦ କୁଲାଡ଼ିଆ କହିଛନ୍ତି l ସେହି ପରିପ୍ରେକ୍ଷୀରେ ବ୍ଲକ ର ଶିଙ୍ଗାରୀ ପଞ୍ଚାଯତ ଅନ୍ତର୍ଗତ କରଞ୍ଜା ଗ୍ରାମ ନିକଟକୁ ଲାଗି ନିୟମ ଗିରୀ ପାହାଡ଼ ଲାଗି ରହିଛି l ସେହି ପାହାଡ଼ ପାଦଦେଶରୁ ଏକ ଚିର ଶ୍ରୋତା ନାଳ କୁଳୁ କୁଳୁ ନାଦ କରି ବହି ଯାଉଛି ସେହି ନାଳର ପାଣି କରଞ୍ଜା ଗ୍ରାମର ଜୀବନ ରେଖା ପାଲଟିଛି ଏହାର ସାହାରରେ ଗ୍ରାମର ଚାଷୀ ବର୍ଷା ମାସରେ ଧାନ ଚାଷ ଓ ପନି ପରିବା ବର୍ଷ ତମାମ ଚାଷ କରନ୍ତି lଏହି ଗ୍ରାମରେ 40 ଘର ଆଦିବାସୀ ଅଛନ୍ତି ହରିଜନ 18 ଓ ମାଳି 35ଘର ସମୁଦାୟ 93 ପରିବାର ରୁହନ୍ତି l 2014 ମସିହାରେ ପଞ୍ଚାଯତ ସମିତି ପାଣ୍ଠିରୁ ଏହି ନାଳ କୁ ଛୋଟ ଆଡି ବନ୍ଧ କରାଯାଇ ପାଣି ଆଣିବା ପାଇଁ ଚେଷ୍ଟା କରାଯାଇ ଥିଲା l ତାହା କିଛି ବର୍ଷ ଚାଲି କେତେକ ଖେତକୁ ପାଣି ଯୋଗାଉଥିଲା
l କିନ୍ତୁ ତାହା ଚାରି ବର୍ଷ ହେବ ତଳ ମୁଣ୍ଡକୁ ପାଣି ପହଂଚୁ ନାହିଁ କାରଣ କେନାଲରେ ପାଣି ନଯାଇ ପାଖରେ ଅନେକ କଣା ହେଇଛି ତେଣୁ ଗଳିକରି ପୁଣି ନାଳକୁ ଚାଲି ଯାଉଛି ତାହା ତିଆରି ହେବା ଠାରୁ ଆଉ ମରାମତି ହେଇନି ସେଥିପାଇଁ ଏଭଳି ହେଉଛି l ଏହି ଜଗା ଏକ ଜଙ୍ଗଲିଆ ଜାଗା ପଛ ପଟକୁ ପାହାଡ଼ ଆଗକୁ ଝରଣା ବହି ଚାଲିଛି ଉଭୟ ପାହାଡ଼ ମଝିରେ ଏକ ନଦୀ ବନ୍ଧ ଶହେ କିମ୍ଭା ଦୁଇଶହ ଫୁଟ ଉଚତାର ଏକ ଆଡ଼ିବନ୍ଧ ବନ୍ଧାଯାଏ ତାହେଲେ ଲକ୍ଷ୍ୟ ଲକ୍ଷ୍ୟ କ୍ୟୁ ସେଟ ଜଳ ଗଛିତ ହୋଇପାରିବ ସେହି ଜଳରେ ପ୍ରାୟ ଦଶ ଖଣ୍ଡ ଗ୍ରାମ କରଞ୍ଜା, ବଡ଼ ଓ ସାନ ବାମନ ଗୁଡା, ବହୁ ଗୁଡା, ଖରଯୋଡ଼ା, ଘୂଂଦୁରିଗୁଡା, ଢ଼େପା ଗୁଡା, ଆଡ଼ବଡ଼ି, ସିଂଗରୀ ଭଳି ଅନେକ ଗାଁ ର ଆଞ୍ଚ ହଜାର ରୂ ଉର୍ଦ୍ଧ ଜମି ଜଳ ସେଚିତ ହେବ l ଏହାର ଉପରାନ୍ତ ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ହେବ ଉନତ ଧରଣର ମାଛ ଚାଷ ହେବ ତତ ସଂଗେ ସଂଗେ ଏକ ଜଳ ବିଦ୍ୟୁତ ପ୍ରକଳ୍ପ ହେଇ ବିଦ୍ୟୁତ ଉତ୍ପାଦନ ହୋଇପାରିବ l ଏହାଦ୍ୱାରା ଲୋକ ସହଜରେ ଲୋକ ବିଦ୍ୟୁତ ପାଇ ପାରିବେ ଏବଂ ସରକାର ଙ୍କ ରାଜସ୍ବ ଆଦାୟ ହେବ l ଏଣୁ ଏନେଇ କିଛି ଚାଷୀ ଜିଲ୍ଲାପାଳ ଙ୍କୁ ଭେଟିବା ପାଇଁ ଯିବା ଯୋଜନା କରାଯାଉଛି ବୋଲି ହରି ହିକକା, ତ୍ରିନାଥ ହିକକା, ପୁଇ ହିକକା, ଓ ସାରୁ ପ୍ରିପେକା କହିଛନ୍ତି l

related posts

Leave a Comment