Home Breaking News / ତାଜା ଖବର କରୋନାରେ ଜୀବନ ହରାଇଲେ କଂଗ୍ରେସର ବରିଷ୍ଠ ନେତା ଏକନାଥ ଗାଏକ୍ୱାଡ

କରୋନାରେ ଜୀବନ ହରାଇଲେ କଂଗ୍ରେସର ବରିଷ୍ଠ ନେତା ଏକନାଥ ଗାଏକ୍ୱାଡ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୁମ୍ବାଇ କଂଗ୍ରେସର ପୁର୍ବତନ ମୁଖ୍ୟ ଏକନାଥ ଗାଏକ୍ବାଡଙ୍କ ପରଲୋକ ଘଟିଛି । ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ନିଧନ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା । ସ୍ବର୍ଗତ ଗାଏକ୍ବାଡ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ବୁଧବାର ପ୍ରାୟ ୧୦.୩୦ ସମୟରେ ତାଙ୍କର ମୃତ୍ୟୁ ହୋଇଛି । ସ୍ବର୍ଗତ ଗାଏକ୍ବାଡ କଂଗ୍ରେସ ଟିକେଟରୁ ୨୦୦୪ ରୁ ୨୦୦୯ ଓ ୨୦୦୯ ରୁ ୨୦୧୪ ଯାଏ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସେ ମୁମ୍ବାଇର ଧାରାବି ନିର୍ବାଚନ ମଣ୍ଡଳୀରୁ ତିନିଥର ମହାରାଷ୍ଟ୍ର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବର୍ତ୍ତମାନ ତାଙ୍କ ଝିଅ ବର୍ଷା ଗାଏକ୍ୱାଡ ଏବେ ମହାରାଷ୍ଟ୍ର ସରକାରରେ ଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ।

related posts

Leave a Comment