Home Breaking News / ତାଜା ଖବର ଦିନ ଦିପ୍ରହରରେ ହାଇଦ୍ରାବାଦର ଗୋଟିଏ ଏଟିଏମରେ ଡ଼କାୟତି ଉଦ୍ୟମ ଓ ଗୁଳି ବିନିମୟ: ଦୁଇ ଜଣ ଗୁରୁତର ଆହତ

ଦିନ ଦିପ୍ରହରରେ ହାଇଦ୍ରାବାଦର ଗୋଟିଏ ଏଟିଏମରେ ଡ଼କାୟତି ଉଦ୍ୟମ ଓ ଗୁଳି ବିନିମୟ: ଦୁଇ ଜଣ ଗୁରୁତର ଆହତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିଶାଖାପାଟଣା(ଜ୍ୟୋତିନ୍ଦ୍ର ନାରାୟଣ): ତେଲେଙ୍ଗାନାର ହାଇଦ୍ରାବାଦ ସହରରେ ଆଜି ଅପରାହ୍ମ ୨.୩୦ ମିନିଟରେ କିଛି ଅଜ୍ଞାତ ବ୍ୟକ୍ତିମାନେ HDFC ବ୍ୟାଙ୍କର ଗୋଟିଏ ଏଟିଏମରେ ଟଙ୍କା ଭରି କରୁଥୁବା ସମୟରେ ସୁରକ୍ଷାକର୍ମୀ ଓ ବ୍ୟାଙ୍କ କର୍ମଚାରୀଙ୍କ ଉପରକୁ ଗୁଳି ଚଳାଇବାରୁ ୨ ଜଣ ଗୁରୁତର ଆହତ ହୋଇଛନ୍ତି. ହାଇଦ୍ରାବାଦ ସହରର କୁକଟପାଲି ନିକଟ ପଟେଲ କୁଣ୍ଟା ପାର୍କରେ ଥିବା ଏଟିଏମ ସେଣ୍ଟରର ଏହି ଅଘଟଣ ଘଟିଛି। ଆହତ ମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି। ସୂତ୍ରରୁ ପ୍ରକାଶ ଯେ HDFC ବ୍ୟାଙ୍କର କର୍ମଚାରୀମାନେ ଏଟିଏମ୍ କେନ୍ଦ୍ରରେ ନଗଦ ଅର୍ଥ ଭରି କରୁଥିବା ବେଳେ ଏହି ଘଟଣା ଘଟିଛି। ନଗଦ ଟଙ୍କା ହଜିଯାଇଛି କି ନାହିଁ କୁକଟପଲି ପୋଲିସ ତଦନ୍ତ କରୁଛି। ଏହି ଘଟଣାରେ ସେମାନେ ଏକ ଵଡ ଡକାୟତି ଗ୍ୟାଙ୍ଗର ହାତ ରହିଥିବା ସନ୍ଦେହ କରୁଛନ୍ତି ଏବଂ ଆଖପାଖରେ ଥିବା ସିସିଟିଭି କ୍ୟାମେରାରୁ ଫୁଟେଜ ଯାଞ୍ଚ କରୁଛନ୍ତି। ଏକ CLUES ଦଳ ସେହି ସ୍ଥାନ ପରିଦର୍ଶନ କରି ନମୁନା ସଂଗ୍ରହ କରିଛନ୍ତି. ପୋଲିସ ଅଧିକାରୀ ମାନେ କହିଛନ୍ତି ଯେ ଏହି ଘଟଣାର ଅଧିକ ବିବରଣୀ ସଂଗ୍ରହ କରିବା ପାଇଁ ଆହତଙ୍କ ବିବୃତ୍ତି ଶୀଘ୍ର ରେକର୍ଡ କରାଯିବ.

related posts

Leave a Comment