Home Breaking News / ତାଜା ଖବର ବିଭିନ୍ନ ଦାବି ନେଇ ତହସିଲଦାରଙ୍କୁ ଦାବିପତ୍ର

ବିଭିନ୍ନ ଦାବି ନେଇ ତହସିଲଦାରଙ୍କୁ ଦାବିପତ୍ର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୩ତମ ଜୟନ୍ତୀ, କୋଭିଡ କଟକଣା ପାଇଁ ଫିକା ପଡ଼ିଲା ମଧୁବାବୁଙ୍କ ଜନ୍ମପୀଠ।ମହାମହିମ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ କଟକଜିଲ୍ଲା ସାଲେପୁର ଅଞ୍ଚଳର ଯୁବ ଇଂ ସନ୍ତୋଷ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ମଧୁବାବୁଙ୍କ ଜନ୍ମ ପୀଠରୁ ଦୀର୍ଘ୧୫ କିମିରୁ ଉର୍ଦ୍ଧ୍ବ ରାସ୍ତା ଅତିକ୍ରମ କରି ପଦଯାତ୍ରାରେ ଆସି ସାଲେପୁର ତହସିଲଦାରଙ୍କୁ ୭ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ।ପ୍ରମୁଖ ଦାବି ଗୁଡିକ ହେଲା ମଧୁବାବୁଙ୍କୁ ମରଣନ୍ତର ଭାବେ ଭାରତରତ୍ନ ପ୍ରଦାନ, ସାଲେପୁର ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ତାଙ୍କ ନାମରେ ନାମିତ କରିବା, କଟକ ଚାନ୍ଦବାଲି ରାସ୍ତାକୁ ତାଙ୍କ ନାମରେ ନାମିତ କରିବା ସହ ଜଗତପୁର ଠାରେ ତାଙ୍କ ନାମରେ ଏକ ସ୍ମୃତି ତୋରଣ ନିର୍ମାଣ କରାଯାଉ ଭଳି ଦାବିନେଇ ମହାମହିମ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ସାଲେପୁର ତହସିଲଦାରଙ୍କୁ ପ୍ରଦାନ କରାଯାଇଛି।

related posts

Leave a Comment