Home Breaking News / ତାଜା ଖବର ଚୋରୀ ସାମଗ୍ରୀ ଉଦ୍ଧାର

ଚୋରୀ ସାମଗ୍ରୀ ଉଦ୍ଧାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବାସୁଦେବପୁର(ଭରତ କୁମାର ନାୟକ): ସିମୁଳିଆ ବଜାରୁ ଚୋରୀ ସାମଗ୍ରି ବିଦେଇପୁରରୁ ଉଦ୍ଧାର ହେଲା । ପୋଲିସର ରାତି ଅଧିଆ ଚଢାଉ ଆଣିଦେଇଛି ସଫଳତା । ସିମୁଳିଆ ଥାନାର ମାର୍କୋଣା ବଜାରରେ ସମିର ମୋବାଇଲ ଦୋକାନରୁ ଏକ ମାସ ତଳେ ଚୋରୀ ଅଭିଯୋଗ ହୋଇଥିଲା । ଏସମ୍ପର୍କରେ ସିମୁଳିଆ ଥାନାର ଅଭିଯୋଗ ହୋଇଥିଲା । ଏହି ଚୋରୀ ଘଟଣାର ବାସୁଦେବପୁର ବ୍ଲକର କସିଆ ସାମୁଦ୍ରିକ ଥାନାର ହୋମଗାର୍ଡଙ୍କ ପୁଅ ସଂପୃକ୍ତ ଥିବାରୁ ପୋଲିସ ସହଯୋଗ କରୁନଥାଏ । ମୋବାଇଲ ଦୋକାନୀ ସମିର ଘଟଣା ସମ୍ପର୍କରେ ପଦସ୍ଥ ବରିଷ୍ଠ ଅଧିକାରୀଙ୍କୁ ଜଣାଇବା ପରେ ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସିମୁଳିଆ ଥାନାର ପୋଲିସ ଓ କସିଆ ସାମୁଦ୍ରିକ ଥାନାର ପୋଲିସ ମିଳିତ ଭାବେ ବିଦେଇପୁର ମଳିକ ସାହିରେ ଚଢାଉ କରିଥିଲେ । ଏହି ଚଢାଉ ସମୟରେ ଚୋରୀ ହୋଇଥିବା ସାମଗ୍ରି ମଧ୍ଯରୁ ୨୨ ଗୋଟି ମୋବାଇଲ, ଗୋଟିଏ ଲାପଟପ, ଗୋଟିଏ ମନିଟର,ହେଡ ଫୋନ, ଦେଲୁ ଟୁଥ୍ , ଚୋରୀ ବେଳେ ବ୍ୟବହୃତ ମୋଟରସାଇକେଲକୁ ପୋଲିସ ଜବଦ କରିଛି । ଏହି ଚୋରୀ ରାକେଟର ମୁଖ୍ଯ କସିଆ ଥାନାର ହୋମଗାର୍ଡଙ୍କ ପୁଅ ସତ୍ଯଜିତ ମଳିକ ଓ ନରେଶ ମଳିକକୁ ପୋଲିସ ଗିରଫ କରିଛି । ଦୁଇ ଅଭିଯୁକ୍ତଙ୍କ ଘର କସିଆ ସାମୁଦ୍ରିକ ଥାନାର ବିଦେଇପୁର ମଳିକ ସାହିର । ପୋଲିସ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛି । ମୋବାଇଲ ଦୋକାନର ମୋବାଇଲ ସଜାଡିବାକୁ ଦେଇଥିବା ଜଣେ ଗ୍ରାହକ ମୋବାଇଲ ଫେରି ପାଇବା ପାଇଁ ଉଦ୍ୟମ ଯୋଗୁଁ ପାଇବାରେ ସଫଳ ହେଲେ ।

related posts

Leave a Comment