ଆପଣ ଜାଣନ୍ତି, ମୃତ୍ୟୁ ପରେ ଶରୀର ଦାନ ଏକ ମହତ ଦାନ, ଯାହା ଏବେ ଏକ ସାମାଜିକ କର୍ତ୍ତବ୍ୟ ଓ ଆନ୍ଦୋଳନରେ ପରିଣତ ହୋଇଛି|
ମୃତ୍ୟୁ ପରେ ଗୋଟିଏ ମଣିଷ ଶରୀରକୁ ବିଶ୍ଳେଷଣ କରି ପ୍ରାୟ 16 ଜଣ ଡାକ୍ତରୀ ଛାତ୍ର ପାଠ ପଢି ପାରିବେ ଏବଂ ପରିଶେଷରେ ଏଥିରୁ ବାହାରିଥିବା ବିଭିନ୍ନ ଅଙ୍ଗ ଯଥା : ବୃକକ, ହୃଦୟ, ଯକୃତ, ଫୁସଫୁସ, ମସ୍ତିଷ୍କ ଇତ୍ୟାଦି କୁ ଶରଙ୍ଖିତ କରାଯାଇପାରିବ | ଯାହାକୁ ଅନୁଶୀଳନ କରି ଶହ ଶହ ଛାତ୍ର ଉତ୍ତମ ଡାକ୍ତରୀ ଶିକ୍ଷା ଗ୍ରହଣ କରିପାରିବେ| ବର୍ତମାନ ମଣିଷ ଶରୀର ର ଅଭାବ ହେତୁ ବହୁ ମେଡିକାଲ କଲେଜରେ ଛାତ୍ର ଛାତ୍ରୀ ମାନଙ୍କୁ ଶରୀର ର ବିଭିନ୍ନ ଅଙ୍ଗ ଗୁଡିକର 3D ପିକ୍ଚର ଦେଖାଇ ପାଠ ପଢ଼ାଯାଉଛି, ଯାହାକି ସେମାନଙ୍କୁ ଶରୀର ସମ୍ବନ୍ଧରେ ପୂର୍ଣ୍ଣ ଜ୍ଞାନ ପ୍ରଦାନ କରି ପାରୁ ନାହିଁ| ଟିକେ ଭାବନ୍ତୁ ! ଶରୀରର 3D ପିକ୍ଚର ଦେଖି ପାଠ ପଢିଥିବା ଜଣେ ଡାକ୍ତର ଦ୍ୱାରା ଆପଣ ନିଜର କିମ୍ବା ଆପଣଙ୍କ ଅନ୍ତରଙ୍ଗ କୌଣସି ବ୍ୟକ୍ତିର ଅପରେସନ କରାଇବେକି?
ତେଣୁ ଆମେ ଓଡ଼ିଶାରେ ଉତ୍ତମ ଡାକ୍ତର ପ୍ରସ୍ତୁତି କରିବାପାଇଁ ଆମକୁ ପର୍ଯ୍ୟାପ୍ତ ପରିମାଣରେ ମୃତ୍ୟୁ ପରେ ଶରୀର ଦାନ କରିବାକୁ ଅଙ୍ଗିକାର ବଦ୍ଧ ହେବାକୁ ପଡିବ |
ଏତଦ ବ୍ୟତୀତ ଯଦି ଆପଣଙ୍କ ମୃତ୍ୟୁ ହସ୍ପିଟାଲରେ ହୁଏ, ତେବେ ଆପଣଙ୍କ ଚକ୍ଷୁ, ଯକୃତ, ବୃକକ, ଇତ୍ୟାଦି ଆପଣ ଦାନ କରି ମୃତ୍ୟୁପରେ ମଧ୍ୟ ଆପଣ ଅନ୍ୟମାନଙ୍କ ମଧ୍ୟରେ ବଞ୍ଚି ରହିପାରିବେ | ଏହାଦ୍ୱାରା ମୃତ୍ୟୁପରେ ସମାଜର କଲ୍ୟାଣ ପାଇଁ ଆପଣଙ୍କ ଶରୀର ମଧ୍ୟ ବିନିଯୋଗ ହୋଇପାରିବ | ପରିବାରର ସଦସ୍ୟ ମାନେ ଚାହିଁଲେ ଆପଣଙ୍କ ଦେହାବଶେଷ ଯଥା -ନଖ, କେଶ ଆଣି ଆପଣଙ୍କ ଅନ୍ତ୍ୟେଷ୍ଟି କ୍ରିୟା ଓ ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନ କରିପାରିବେ l
ଶ୍ରୀଅରବିନ୍ଦଙ୍କ ଭଳି ମହାମନିଷୀମାନଙ୍କ ଦେହାବଶେଷକୁ ଆଜି ପର୍ଯ୍ୟନ୍ତ ଲୋକମାନେ ସମାଧି ମନ୍ଦିରରେ ପ୍ରତିଷ୍ଠା କରି ପୂଜା କରୁଛନ୍ତି |
ତେଣୁ ମୃତ୍ୟୁପରେ ମଧ୍ୟ ସମାଜର କଲ୍ୟାଣ ନିମନ୍ତେ ତାଙ୍କ ଶରୀରକୁ ଦାନ କରିବାକୁ ଅଙ୍ଗୀକାର ବଦ୍ଧ ହୋଇଥିବା ମହାନ ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ ତା 11.5.2021ପୂର୍ବରୁ ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିବା ପ୍ରାୟ 100 ଜଣ ବ୍ୟକ୍ତି ବିଶେଷ ମୃତ୍ୟୁ ପରେ ନିଜ ଶରୀର ଦାନ ପାଇଁ ଅଙ୍ଗିକାର ବଦ୍ଧ ହେବା ନିମନ୍ତେ ଆମେ ନିବେଦନ କରୁଛୁ|
ଏଥି ପାଇଁ ଇଛୁକ ବ୍ୟକ୍ତି ବିଶେଷ ନିମ୍ନ ଠିକଣାରେ ଯୋଗାଯୋଗ କରିବାକୁ ଅନୁରୋଧ | ଧନ୍ୟବାଦ |
ଇତି,
ଆପଣଙ୍କ ବିଶ୍ୱସ୍ତ,
ଭବାନୀ ପଟ୍ଟନାୟକ ଫାଉଣ୍ଡେସନ ଟ୍ରଷ୍ଟ ପରିବାର
ଡ଼ଃ ବେଣୁଧର ସେନାପତି
9853626279
ବିକ୍ରମ କେଶରୀ ନାୟକ
97776987342
ନୀରଦ ବରଣ ଖୁଣ୍ଟିଆ
8093109093
bhabanipft@gmail. Com