ଜଗତସିଂପୁର(ସୁମନ ଜେନା): କୁଜଙ୍ଗ ଥାନା ଅଞ୍ଚଳରେ ଇଟା ପକାଇବା କାମ କରୁଥିବା ୩ ଜଣ ଶ୍ରମିକଙ୍କୁ ନିର୍ଯ୍ୟାତନା ଦିଆଯାଇଥିବା ଅଭିଯୋଗ ହୋଇଛି କୁଜଙ୍ଗ ଥାନାରେ। ସୂଚନା ମୁତାବକ ପଙ୍କପାଳ ନିକଟରେ ଜଣେ ବ୍ୟକ୍ତି ୩ ଜଣ ଶ୍ରମିକଙ୍କୁ ଇଟା ପକାଇବା କାର୍ଯ୍ୟରେ ନିୟୋଜିତ କରିଥିଲେ ମାତ୍ର ଗତ ତିନିମାସ ହେଲା ଏହି ଶ୍ରମିକମାନଙ୍କୁ ଟଙ୍କା ନ ଦେଇ ମାଡ ମାରିବା ସହିତ ନିର୍ଯ୍ୟାତନା ଦେଉଥିଲେ। ଗତକାଲି ରାତିରେ ଉକ୍ତ ତିନିଜଣ ଶ୍ରମିକଙ୍କୁ ମାଡ ମାରୁଥିବା ବେଳେ ଉକ୍ତ ଗ୍ରାମର ଜଣେ ଯୁବକ ସେମାନଙ୍କୁ ଉଦ୍ଧାର କରି ନିଜ ଘରେ ରଖିବାରୁ ତାଙ୍କୁ ମଧ୍ୟ ମାଡ ମାରିଥିଲେ ସମ୍ପୃକ୍ତ ଇଟା ମାଫିଆ। ଏଥିନେଇଁ ଉକ୍ତ ଯୁବକ ମଧ୍ୟ ଏକ ଏତେଲା ଦେଇଛନ୍ତି କୁଜଙ୍ଗ ଥାନାରେ। ତେବେ ଏହି ଅଭିଯୋଗ କୁ ଖଣ୍ଡନ କରିଛନ୍ତି ସମ୍ପୃକ୍ତ ଇଟା ବ୍ୟବସାୟୀ । ଉକ୍ତ ତିନିଜଣ ମୋ ଠାରୁ ପ୍ରଥମେ ୨୦ ହଜାର ଓ କିସ୍ତି କିସ୍ତି କରି ୯୦ ହଜାର ଟଙ୍କା ନେଇଛନ୍ତି। ମୋର ୫୦ ହଜାର ଇଟା ପକାଇଛନ୍ତି ଏବଂ ତାଙ୍କ ଉପରେ ମୋର ୧୩ ହଜାର ଟଙ୍କା ଅଛି । ସେମାନେ ମୋର ଇଟା ପକାଇବା ବଦଳରେ ମୋର ଘର ନିକଟରେ ଅନ୍ୟ ଜଣଙ୍କର ଇଟା ପକାଉଥିଲେ । ଏ ସମ୍ପର୍କରେ ଆମ ଗ୍ରାମର ଭଦ୍ରବ୍ୟକ୍ତି ଓ ସରପଞ୍ଚ ଙ୍କୁ ନେଇ ସେମାନଙ୍କୁ ପଚାରିବାରୁ ସେମାନେ ମୋତେ ଧକ୍କା ମାରିଥିଲେ । କିନ୍ତୁ ଆଗୁଆ ଆସି ସେମାନେ ମିଛରେ ମୋ ନାମରେ ଏତେଲା ଦେଇଛନ୍ତି ଏବଂ ମୁଁ ମଧ୍ୟ ଥାନାର ଦ୍ବାରସ୍ଥ ହୋଇଛି । ପୋଲିସ ତଦନ୍ତ କଲେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ସେ ପ୍ରକାଶ କରିଛନ୍ତି।
୩ ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗ
Share with
previous post