Home Breaking News / ତାଜା ଖବର ସ୍ୱାଭିମାନ ଦିବସରେ ମହାବିରୋଡ଼ରେ ମାସ୍କ ବଣ୍ଟନ

ସ୍ୱାଭିମାନ ଦିବସରେ ମହାବିରୋଡ଼ରେ ମାସ୍କ ବଣ୍ଟନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ଼(ନବକିଶୋର ସାହୁ):ସାରା ବିଶ୍ୱ ଏବେ କରୋନା ମହାମାରି ର ଦ୍ୱିତୀୟ ଲହରୀ ଅତ୍ୟନ୍ତ ଘାତକ ହେଇଥିବାରୁ ଏହାର ଏକମାତ୍ର ଉପାୟ ମାସ୍କ ପିନ୍ଧିବା,ସାମାଜିକ ଦୂରତ୍ୱ ଅବଲମ୍ବନ କରିପାରିଲେ ଏହି ମହାମାରୀ ରୁ ମୁକ୍ତି ମିଳି ପାରିବ ।ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଶୁଭ ଜନ୍ମ ଦିନକୁ ସାରା ଓଡିଶା ବାସୀ ସ୍ୱାଭିମାନ ଦିବସ ରୂପେ ପାଳନ କରୁଛନ୍ତି । ଏହି ଉପଲକ୍ଷେ ମହାବିରୋଡ଼ ଠାରେ ବିଜୁ ଜନତା ଦଳ ତରଫରୁ ମାସ୍କ ବଣ୍ଟନ କରାଯାଇଥିଲା ।ଜିଲ୍ଲା କାର୍ୟ୍ଯକାରିଣୀ ସଦସ୍ୟ ଟିକମ ହାତୀଙ୍କ ନେତୃତ୍ୱରେ ୨୦୦ ମାସ୍କ ବଣ୍ଟନ କରାଯାଇଥିଲା ।ଉପସ୍ଥିତ ଲୋକ ମାନଙ୍କୁ ସଚେତନତା କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ଅନ୍ୟତମ ଜିଲ୍ଲା କାର୍ୟ୍ଯକାରିଣୀ ସଦସ୍ୟ ଧର୍ମାନନ୍ଦ ଦେହୁରୀ,ସରପଞ୍ଚ ଗୁଣନିଧି ସାହୁ,ସମାଜସେବୀ ବିଷ୍ଣୁସେନ ସାହୁ ଉପସ୍ଥିତ ଥିଲେ ।

related posts

Leave a Comment