Home Breaking News ୪୮ ଘଣ୍ଟା ପାଇଁ ମାର୍କେଟ ବିଲ୍ଡିଂକୁ ତାଲା ପକାଇଲା ବିଏମସି

୪୮ ଘଣ୍ଟା ପାଇଁ ମାର୍କେଟ ବିଲ୍ଡିଂକୁ ତାଲା ପକାଇଲା ବିଏମସି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର: ୪୮ ଘଣ୍ଟା ପାଇଁ ମାର୍କେଟ ବିଲ୍ଡିଂକୁ ତାଲା ପକାଇଲା ବି ଏମ ସି । କୋଭିଡ ନିୟମ ଉଲଘଂନ ହେଉଥିବାରୁ ଦୁଇ ଦିନ ପାଇଁ ରାଜଧାନୀର ମାର୍କେଟ ବିଲ୍ଡିଂ କୁ ବନ୍ଦ କରିଛି ପ୍ରଶାସନ । ଅତର୍କିତ ଭାବେ କମିଶନରେଟ ପୋଲିସ ଓ ବି ଏମ ସିର ସ୍ୱତନ୍ତ୍ର ସ୍କୁୱାର୍ଡ଼ ମିଶି ମାର୍କେଟ ବିଲ୍ଡିଂ ଉପରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ଦେଖିବାକୁ ପାଇଥିଲେ ଅସମ୍ଭାଳ ଭିଡ଼ ମଧ୍ୟରେ ଚାଲିଛି ସପିଙ୍ଗ । ଯେଉଁଠି ଦେଖିବ ସେଠି ସାମାଜିକ ଦୁରତା ନାହିଁ କି ମାସ୍କ ପିନ୍ଧିନହାନ୍ତି । ଏପରିକି ଦୋକାନ ମାନଙ୍କରେ ଭିଡ଼ ଅତ୍ୟଧିକ ବଢି ଯାଇଛି । ତୁରନ୍ତ ବି ଏମ ସି ଅତିରିକ୍ତ କମିଶନର ସମେତ ପୋଲିସ ପ୍ରଶାସନର ମିଳିତ ଚଢ଼ାଉରେ ଦୋକାନ ବଜାର ବନ୍ଦ କରିଦେଇଛି। ମାତ୍ର 10 ମିନିଟ ସମୟ ମଧ୍ୟରେ ଦୋକାନ ବନ୍ଦ କରିବାକୁ ଡାକ ଯନ୍ତ୍ର ମାଧ୍ୟମରେ ସୂଚନା ଦିଆଗଲା । ଯିଏ ଯୁଆଡେ ପାରିଲେ ଦୋକାନ ଛାଡି ଦୌଡ଼ି ପଳାଇଗଲେ ଗ୍ରାହକ । ଦୋକାନ ଗୁଡିକକୁ ବନ୍ଦ କରିବାକୁ କୁହାଗଲା । ସେହିପରି କେବଳ ମାର୍କେଟ ବିଲ୍ଡିଂ ନୁହେଁ ବାପୁଜି ନଗରର ଫାଷ୍ଟ ଫୁଡ଼ ଲେନକୁ ମଧ୍ୟ ଅତର୍କିତ ଚଢ଼ାଉ କରି ବନ୍ଦ କରିଦେଇଛି ବି ଏମ ସି । ଏହାଫଳରେ ଖୁଦ୍ର ବ୍ୟବସାୟୀ ମାନେ ଦି ପଇସା ବିକି ରୋଜଗାର କରୁଥିବାରୁ ବଂଚିତ ହୋଇଛନ୍ତି । ସେଠାରେ ମଧ୍ୟ ଅସମ୍ଭାଳ ଭିଡ଼ ଯୋଗୁଁ ଏଭଳି ନିଷ୍ପତି ନେଇଛି ବି ଏମ ସି । କିଏ ସୁପ ବିକୁଥିଲା ତ ଆଉ କିଏ ଚିକେନ୍ ପକୋଡା । ସେହିପରି କିଏ ଘଣ୍ଟା ଦୋକାନ କରିଥିଲା ତ ଆଉ କୋଏ ସାଇକେଲ ଦୋକାନ ଆଉ କିଏ ପାନ ଦୋକାନ । ସବୁ କିଛି ବନ୍ଦ କରିଦେଇଛି ପ୍ରଶାସନ । କେମିତି ଚଲିବେ କେମିତି ଘର ଚଳାଇବେ ଚିନ୍ତା ପଡିଯାଇଛନ୍ତି । ହଜାର ହଜାର ଟଙ୍କା କ୍ଷତି ସହିବାରୁ ଶେଷରେ ନିରୁପାୟ ହୋଇ ଖାଦ୍ୟ ସାମଗ୍ରୀ ଗୁଡିକ ଡ୍ରେନରେ ପକୋଡେଇଛନ୍ତି ।

related posts

Leave a Comment