ଭଞ୍ଜନଗର(ସୁରେଶ କୁମାର ସୁବୁଦ୍ଧି): ଦିନକୁ ଦିନ ବଜାରରେ ଭେଜାଲ ସାମଗ୍ରୀ ବହୁଳ ପରିମାଣରେ ଦେଖିବାକୁ ମିଳୁଛି।ତେଣୁ ଅସଲି ଓ ନକଲି ଜିନିଷ ଖୋଜି ପାଇବା କଷ୍ଟକର ହୋଇପଡ଼ିଛି।ଅପମିଶ୍ରିତ ସାମଗ୍ରୀ ବ୍ୟବହାର କରି ମଣିଷ ସମାଜ ବହୁ ମାରାତ୍ମକ ରୋଗରେ ପଡି କଷ୍ଟ ଭୋଗିବା ସହ ଅଦିନରେ ମୃତ୍ୟୁବରଣ କରୁଛନ୍ତି।ଅନେକ ସମୟରେ ବହୁ ବେଆଇନ ନକଲି କାରଖାନା ଉପରେ ଚଢ଼ାଉ କରାଯାଉଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇପାରିନାହିଁ।ଯାହା ଫଳରେ ବହୁ ଅସାଧୁ ବ୍ୟବସାୟୀ ଅଧିକ ଲାଭବାନ ହେବା ଆଶାରେ ଏଭଳି କାର୍ଯ୍ୟ କରିବା ପାଇଁ ପଛାଉ ନାହାଁନ୍ତି।ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଲଣ୍ଡେଇ ସାହି ମୁଖ୍ୟ ରାସ୍ତାର ଏସବିଆଇ ଏଟିଏମ ନିକଟରେ ଏକ ନକଲି ଘିଅ ଓ ତେଲ ପ୍ରସ୍ତୁତକାରୀ କାରଖାନା ଗୋପନରେ ଦୀର୍ଘ ଦିନ ହେଲା ଚାଲିଥିବା ଖବର ପାଇ ପୋଲିସ ମଙ୍ଗଳବାର ସନ୍ଧ୍ୟାରେ ଅଚାନକ ସେଠାରେ ଚଢ଼ାଉ କରିଥିଲା।ସେତେବେଳେ ସ୍ଥାନୀୟ ଅଞ୍ଚଳର କିଛି ଶ୍ରମିକ ଏହି କାର୍ଯ୍ୟରେ ନିୟୋଜିତ ଥିଲେ।ସେଠରେ ବହୁ ନାମୀ ଦାମୀ କମ୍ପାନୀର ପୂଜା ଘିଅ, ଖାଇବା ଘିଅ, ରାଶି ଓ ନଡ଼ିଆ ତେଲ ବହୁ ପରିମାଣରେ ଗଛିତ ଥିବା ଜଣାପଡିଛି।ବିଭିନ୍ନ ଯନ୍ତ୍ରପାତି ସାହାଯ୍ୟରେ ଏଠାରେ ଅପମିଶ୍ରଣ କରି ନକଲି ଘିଅ ଓ ତେଲ ପ୍ରସ୍ତୁତ କରାଯିବା ସହ ବହୁ ପରିଚିତ କମ୍ପାନୀର ଲେବଲ ମାରି ତାହାକୁ ଛୋଟ ବଡ଼ ପ୍ଲାଷ୍ଟିକ ଓ ଟିଣ ଡ଼ବାରେ ପ୍ୟାକିଙ୍ଗ କରି ବଜାରକୁ ବିକ୍ରୀ ପାଇଁ ଛଡ଼ା ଯାଉଥିବା ଜଣାପଡିଛି।ଭଞ୍ଜନଗର ପୋଲିସ କାରଖାନାର ମାଲିକଙ୍କୁ ଅଟକ ରଖି ତଦନ୍ତ ଚଳାଇଥିବା ବେଳେ କାରଖାନା ମାଲିକଙ୍କ ଠାରୁ ଏସମ୍ପର୍କରେ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ଭଞ୍ଜନଗରରେ ନାମୀ ଦାମୀ ବ୍ରାଣ୍ଡର ନକଲି ଘିଅ ଓ ତେଲ କାରଖାନା ଠାବ
Share with
previous post