Home Breaking News କୋଭିଡ କାର ସମ୍ମୁଖରେ ଚାଲିଗଲା କରୋନା ରୋଗୀର ଜୀବନ

କୋଭିଡ କାର ସମ୍ମୁଖରେ ଚାଲିଗଲା କରୋନା ରୋଗୀର ଜୀବନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଗଂଜାମ ଜିଲ୍ଲାର ଆସିକା ବାବାନପୁର କୋଭିଡ କ୍ୟାର ସମ୍ମୁଖରେ ଚାଲିଗଲା କୋରୋନା ରୋଗୀର ଜୀବନ । ଅ।ମ୍ବୁଲାନ୍ସରେ ଛଟପଟ ହୋଇ ଚାଲିଗଲା ଜୀବନ। 30 ରୁ 45 ମିନିଟ ସମୟଧରି ମେଡିକାଲ ସମ୍ମୁଖରେ ଅଟକିଲା ଆମ୍ବୁଲାନ୍ସ।କିନ୍ତୁ ମେଡିକାଲ ଭିତରକୁ ଯାଇପାରିଲା ନାହିଁ ରୋଗୀ । ପରିସ୍ଥିତି ଏମିତି ହେଲା ଯେ ପରିବାର ଲୋକେ ସିକୁରିଟି ଗାର୍ଡ ଙ୍କ ସହଯୁକ୍ତି ତର୍କ ମଧ୍ୟ କରିବାକୁ ପଡିଲା । ଯାହାର ଭିଡିଓ ଏବେ ଭାଇରାଲ ହେଉଛି । ଏହା ଗତକାଲିର ଘଟଣା ହୋଇଥିବା ବେଳେ ମୃତକ ଜଣକ କବିସୂର୍ଯ୍ୟନଗର ର ପ୍ରଦୀପ ସାହୁ ବୋଲି ଜଣାପଡିଛି । ନାମକ ଯୁବକ ଙ୍କୁ ନିଶ୍ଵାସ ନେବାରେ କଷ୍ଟକର ହୋଇପଡିଲା।ଯାହା ଦ୍ୱାରା ସେ ପ୍ରଥମେ କବିସୂର୍ଯ୍ୟନଗର ମେଡ଼ିକାଲ କୁ ଚିକିତ୍ସା ପାଇଁ ଆସିଲେ।ପରେ ରେଫର ହେଲେ ଆସିକା ଅନ୍ତର୍ଗତ ବାବନପୁର କୋଭିଡ ହସ୍ପିଟାଲ କୁ। ଆମ୍ବୁଲାନ୍ସ ଯୋଗେ କୋଭିଡ ହସ୍ପିଟାଲ କୁ ଗଲେ ଗେଟ ବାହାରେ ରହି କେତେ କକୁତୀ ମିନତୀ ହେଲେ କିନ୍ତୁ ଭିତରକୁ ପ୍ରବେଶ କଲେନି କି ଡାକ୍ତର ଆସିଲେ ନାହିଁ ରୋଗୀ ଙ୍କୁ ଦେଖିବାକୁ।

related posts

Leave a Comment