Home Breaking News / ତାଜା ଖବର ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ

ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଚୌଦ୍ୱାର(ଅରୁଣ ନାୟକ): କାରୋନl ମହାମାରୀ ପାଇଁ ସାରା ବିଶ୍ଵ ଆତଙ୍କିତ ଅବସ୍ଥାରେ ରହିଛି । ଗୋଟେ ପଟେ ଅମ୍ଳଜାନ ର ଅଭାବ ରୁ ଅନେକ ଜୀବନ ଅକାଳରେ ଝରି ପଡ଼ୁଛି । ଅନ୍ୟପଟେ ରକ୍ତ ର ଅଭାବ ନହେଉ ସେଥିପାଇଁ ରକ୍ତ ଦାନ ଶିବିର ଆୟୋଜନ ହୋଇଛି । କଟକ ଜିଲ୍ଲା ଚୌଦ୍ଵାର ଟେନିସ କ୍ଲବ ପରିସରରେ ବିଶାଳ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସମ୍ବାଦ ଅlମଓଡ଼ିଶl ଓ ସ୍ବେଛାସେବୀ ଅନୁଷ୍ଠାନ ଉଦ୍ଧାର ଫାଉଣ୍ଡେସନ ର ମିଳିତ ଆନୁକୁଲ୍ୟରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି । ରକ୍ତ ଦାନ ଶିବିରରେ ଅତିଥି ଭାବେ ଓଡ଼ିଆ ଚଳଚ୍ଚିତ୍ର ନିଗମ ର ଅଧକ୍ଷ ଶ୍ରୀଯୁକ୍ତ କୁନା ତ୍ରିପାଠୀ ଯୋଗ ଦେଇ ରକ୍ତ ଦାତl ଙ୍କୁ ଶୁଭେଛା ଜଣାଇଥିଲେ । ସମସ୍ତେ କରୋନl ମହାମାରୀ ପାଇଁ ସଚେତନ ରହିବା ସହିତ ଅନ୍ୟମାନଙ୍କୁ ସଚେତନ କରାଇବା ପାଇଁ ଶ୍ରୀ ତ୍ରିପାଠୀ ଉପଦେଶ ଦେବା ସହିତ ସମସ୍ତଙ୍କ ର ମଙ୍ଗଳ କାମନା କରିଥିଲେ । ଆୟୋଜକ ଙ୍କ ମତ ଅନୁସାରେ ଆସନ୍ତା ୧ ତାରିଖ ରୁ ୧୮ ବର୍ଷ ରୁ ୪୫ ପର୍ଯ୍ୟନ୍ତ ସମସ୍ତ ଯୁବପିଢି କାରୋନ ଟିକା ନେବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଟିକା ନେବା ର ୩ ମାସ ପର୍ଯ୍ୟନ୍ତ କେହି ସ୍ବେଛାକୃତ ଭାବେ ରକ୍ତ ଦାନ କରିପାରିବେ ନାହିଁ ବୋଲି ଡାକ୍ତର କହିଛନ୍ତି । ଏହି କଥା କୁ ଦୃଷ୍ଟି ରେ ରଖି ଆଜି ରକ୍ତ ଦାନ ଶିବିର ଆୟୋଜନ କରାଯାଇଛି । ସକାଳ ୭ ରୁ ଅପରାହ୍ନ ୩ ଟା ମଧ୍ୟରେ ୧୦୧ ୟୁନିଟ ରକ୍ତ ସଂଗ୍ରହ ହୋଇଛି ।

related posts

Leave a Comment