Home Breaking News / ତାଜା ଖବର ଦିବ୍ୟାଙ୍ଗଙ୍କ ଗାଁ ସାଜିଛି ଭାଲୁଚୁଆଁ

ଦିବ୍ୟାଙ୍ଗଙ୍କ ଗାଁ ସାଜିଛି ଭାଲୁଚୁଆଁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଧର୍ମଗଡ(ରମେଶ ଚନ୍ଦ୍ର ଗୋପାଳ): କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଭାଲୁଚୁଆଁ ଗ୍ରାମରେ ସୃଷ୍ଟି ର ବିଚିତ୍ର ଖେଳ, ଗ୍ରାମରେ ପ୍ରାୟ 10 ରୁ କମ ବର୍ଷ ର ଶିଶୁମାନେ ଦିବ୍ୟା ବାଙ୍ଗ ଅଟନ୍ତି କିଏ ଦେଖି ପାରନ୍ତି ନାହିଁ ତ , କିଏ କଥା କହି ପାରନ୍ତି ନାହିଁ, ପୁଣି କିଏ ଠିକ ଭାବରେ ଅଣ୍ଟା ସଳଖି ଚାଲି ପାରୁନାହାନ୍ତି. । କାହାର ହାତ ବଙ୍କା ହୋଇ ଯାଇଛି ତ ଆଉ କାହାର ଗୋଡ଼ ବଙ୍କା ହୋଇ ଯାଇଛି ଏଭଳି ଏକ ଅଭାବନିୟ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଧଅଁରପୁର ପଞ୍ଚାୟତ ଅନ୍ତର୍ଗତ ଭାଲୁଚୁଆଁ ଗ୍ରାମରେ । ଗୋଟିଏ ପଡା ରେ 15ରୁ ଅଧିକ ବିକଳାଙ୍ଗ ଶିଶୁ ,ନିହାତି ଭାବରେ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ କଥାଟି ସତ ସେଇଠି ପହଂଚି ହୃଦୟ ବିଦାରକ ଦୃଶ୍ୟ ଆଖିରେ ଦେଖି ବିଶ୍ୱାସ କରିପାରିଲୁ ନାହିଁ ,ଶିଶୁମାନେ ଅନେକ ସମସ୍ୟା ସହ ସଂଗ୍ରାମ କରୁଛନ୍ତି, କିଏ ଅଧିକାର ପାଇଁ ତ, କିଏ ସୁବିଧା ପାଇଁ। ଦିବ୍ୟାଙ୍ଗ ଶିଶୁ ମାନଙ୍କ ମଧ୍ୟରୁ ଅନେକ ଭତ୍ତା ରୁ ବଞ୍ଚିତ ସରକାରୀ କଳ ସତ୍ୟ ପାଇଁ ପ୍ରମାଣ ପତ୍ର ର ଆବଶ୍ୟକ କରେ ଆଉ ଏହି ଦିବ୍ୟାଙ୍ଗ ମାନେ ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇବା ପାଇଁ ଆଜି ଧର୍ମଗଡ ତ କାଲି ଭବାନୀପଟଣା ହୋଇ ନୟାନ୍ତ, କିଏ ଶୁଣୁଛି ଏହି ଦିବ୍ୟାଙ୍ଗ ମାନଙ୍କ ଦୁଃଖ, ବିଭାଗ ଭତ୍ତା ପାଇଁ ପ୍ରମାଣ ପତ୍ର ଖୋଜୁଛି ଆଉ କିଏ ଖୋଜୁଛି ସ୍ଥାୟୀ ପ୍ରତିକାର ଗୋଟିଏ ଗାଁ ରେ ଏତେ ସଂଖ୍ୟକ ଦିବ୍ୟାଙ୍ଗ ଙ୍କ ଜନ୍ମ,କାରଣ କ’ଣ? ମନରେ ଅନେକ ପ୍ରଶ୍ନ ଗ୍ରାମବାସୀଙ୍କ ମତରେ, ଦୂଷିତ ପାଣି ଯୋଗୁଁ ଏହି ସମସ୍ୟା, ପ୍ରକୃତ କାରଣ ବିଭାଗ ଚାହିଁଲେ ବାହାରନ୍ତା,ହେଲେ ଦୁର୍ଭାଗ୍ୟ ର କଥା ପ୍ରଶାସନ ପାଖରେ ଖବର ଏ ପର୍ଯ୍ୟନ୍ତ ନାହିଁ । ନିରୀହ ଲୋକଙ୍କ ଦୁଃଖ କେବେ ହରିବ, ରୋଗର ଚିକିତ୍ସା ସ୍ଥାୟୀ ପ୍ରତିକାର ପାଇଁ ସରକାର ବିହିତି ପଦକ୍ଷେପ ନେବେ ସେହି ଆଶ ରେ ଗ୍ରାମବାସୀ ,ଦେଖାଯାଉ ହୃଦୟ ବିଦାରକ ଦୃଶ୍ୟ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରୁଛି କି ନାହିଁ ଦେଖିବାକୁ ବାକି ରହିଲା ।

related posts

Leave a Comment